ମଦମୃତ୍ୟୁ ମାମଲାକୁ ଗୃହରେ ଉଠାଇବେ ବିଜେଡି, କଂଗ୍ରେସ
ଭୁବନେଶ୍ୱର, ୨୬ା୧୧(ସୁନିତ୍ ମିଶ୍ର):ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବାବେଳେ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ଧରି ଶାସକ ଦଳକୁ ଘେରିବା ଲାଗି ବିରୋଧୀ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଦଳର ସମସ୍ତ ବିଧାୟକଙ୍କୁ ସେମାନଙ୍କ ମତ ରଖିବାକୁ ନବୀନ ପ୍ରସ୍ତାବ ଦେଇଥିଲେ। କେଉଁସବୁ ପ୍ରସଙ୍ଗ ଗୃହରେ ଉପସ୍ଥାପିତ ହେବା […] The post ମଦମୃତ୍ୟୁ ମାମଲାକୁ ଗୃହରେ ଉଠାଇବେ ବିଜେଡି, କଂଗ୍ରେସ appeared first on Dharitri Odia News.
ଭୁବନେଶ୍ୱର, ୨୬ା୧୧(ସୁନିତ୍ ମିଶ୍ର):ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବାବେଳେ ଗୃହରେ ବିଭିନ୍ନ ପ୍ରସଙ୍ଗକୁ ଧରି ଶାସକ ଦଳକୁ ଘେରିବା ଲାଗି ବିରୋଧୀ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଦଳର ସମସ୍ତ ବିଧାୟକଙ୍କୁ ସେମାନଙ୍କ ମତ ରଖିବାକୁ ନବୀନ ପ୍ରସ୍ତାବ ଦେଇଥିଲେ। କେଉଁସବୁ ପ୍ରସଙ୍ଗ ଗୃହରେ ଉପସ୍ଥାପିତ ହେବା ଦରକାର ବୋଲି ନବୀନ ସମସ୍ତଙ୍କୁ ପଚାରିଥିଲେ। ଏହାପରେ ବିଧାୟକମାନେ ନିଜ ନିଜର ମତ ଉପସ୍ଥାପିତ କରିଛନ୍ତି। ଏକାଧିକ ପ୍ରସଙ୍ଗ ଧରି ବିଜେଡି ଗୃହକୁ ଓହ୍ଲାଇବାକୁ ଯୋଜନା କରିଥିବା ବେଳେ ମୁଖ୍ୟତଃ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟିବା ବିଷୟ ଉପରେ ବିଶେଷ ଗୁରୁତ୍ୱ ଦେବ। ଏହାବାଦ୍ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି, ମଦ ମୃତ୍ୟୁ, ମହିଳାଙ୍କ ପ୍ରତି ରାଜ୍ୟରେ ବଢୁଥିବା ଅତ୍ୟାଚାର, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ବିଷୟକୁ ନେଇ ବିଜେଡି ଶାସକ ଦଳକୁ ଘେରିବାକୁ ଯୋଜନା କରିଛି।
ଶାସକ ଭାଜପାକୁ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଘେରିବ କଂଗ୍ରେସ। ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। କନ୍ଧମାଳରେ ଅନାହାର ଯୋଗୁ ମୃତ୍ୟୁ, ବଲାଙ୍ଗୀର ଓ ରାୟଗଡା ଜିଲାରେ ଶିଶୁ ବିକ୍ରି ଘଟଣା, ଗନ୍ଧମାର୍ଦ୍ଦନ ପର୍ବତକୁ ଆଦାନୀକୁ ହସ୍ତାନ୍ତର କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା, ଏନ୍ଇଇଟି ଓ ଆର୍ଆଇ ପରୀକ୍ଷାରେ ଅନିୟମିତତା, ବାତ୍ୟା ଦାନାର କ୍ଷୟକ୍ଷତି ଆକଳନରେ ଅନିୟମିତତା, ପେସା ଆଇନ ଓ ଆଦିବାସୀ ସମସ୍ୟା, ସର୍ବଶିକ୍ଷା ଅଭିଯାନରେ ବିଧେୟ ହୋଇଥିବା ନୂଆ ଆଇନ ବାଟବଣା, ଜମି ଅଧିଗ୍ରହଣରେ ଅନିୟମିତତା, ବେକାରି ସମସ୍ୟା, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ଓ ଦରଦାମ୍ ବୃଦ୍ଧି ପ୍ରସଙ୍ଗ ନେଇ ଶାସକ ଭାଜପାକୁ ଘେରିବାକୁ କଂଗ୍ରେସ ଯୋଜନା ପ୍ରସ୍ତୁତ କରିଛି।
ଉଭୟ ବିଜେଡି ଏବଂ କଂଗ୍ରେସ ଉଠାଇବାକୁ ଥିବା ପ୍ରସଙ୍ଗର ମୁକାବିଲା ଲାଗି ଭାଜପା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଭାଜପା ବିଧାୟକ ବାବୁ ସିଂ କହିଛନ୍ତି। ସୋମବାର ଭାଜପାର ବିଧାୟକ ଦଳ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ଗତ ୨୪ ବର୍ଷରେ ବିଜେଡି ଦୁର୍ନୀତି ବିଷୟରେ ଦଳ ଉଠାଇବ ବୋଲି ଯୋଜନା କରିଛି।
The post ମଦମୃତ୍ୟୁ ମାମଲାକୁ ଗୃହରେ ଉଠାଇବେ ବିଜେଡି, କଂଗ୍ରେସ appeared first on Dharitri Odia News.