ମଧ୍ୟାହ୍ନ ଭୋଜନରେ ଶୁଖିଲା ଭାତକୁ ପାଣିଆ ଡାଲି
ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନରେ ମିଳୁନି ଉନ୍ନତମାନର ଖାଦ୍ୟ। ପାଣିଆ ଡାଲି ଖାଉଛନ୍ତି ପିଲା।
ଧାଡ଼ି ଧାଡ଼ି ହୋଇ ବସିଛନ୍ତି ପିଲା । ଖାଉଛନ୍ତି ମଧ୍ୟାହ୍ନ ଭୋଜନ । ହେଲେ ଥାଳିରେ ନାହିଁ ଅଣ୍ଡା କି ଡାଲିରେ ପଡ଼ିନାହିଁ କୌଣସି ପରିବା । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତେନ୍ତୁଳି ଆଡିଆରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ।