ମନମୋହନଙ୍କ ୩୩ ବର୍ଷର ସଂସଦୀୟ ଇଂନିସ୍ ଶେଷ, ୫୪ ସାଂସଦ ସମେତ ୯ କେନ୍ଦ୍ରମନ୍ତ୍ରୀଙ୍କ ସରୁଛି କାର୍ଯ୍ୟକାଳ

ନୂଆଦିଲ୍ଲୀ ୦୩/୦୪: ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରଚାର ଅଭିଯାନରେ ଲାଗିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟସଭାରୁ ଅନେକ ସଦସ୍ୟ ଅବସର ନେଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ମିଶାଇ ମୋଟ ୫୪ ଜଣ ଅବସର ନେଉଛନ୍ତି । ମଙ୍ଗଳବାର ୪୯ ସଦସ୍ୟଙ୍କର ସେବାନିବୃତ୍ତ ହୋଇଛି । ବୁଧବାର ଅବସର ନେବାକୁ ଥିବା ୫ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ମନମୋହନ ଅଛନ୍ତି । ଅବସର ଗ୍ରହଣ ପରେ ରାଜ୍ୟସଭାରେ ମନମୋହନଙ୍କ ୩୩ ବର୍ଷର ଇନିଂସର ଅବସାନ ଘଟିବ । ସେ ଆଉ ଗୃହକୁ ଫେରିବେ ନାହିଁ । ଅନ୍ୟପକ୍ଷରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭାରେ ପ୍ରବେଶ କରିବେ । ଭାରତୀୟ ଅର୍ଥନୀତିରେ ଅନେକ ସଂସ୍କାର ଆଣି ଚର୍ଚ୍ଚାକୁ ଆସିଥିବା ମନମୋହନ ପ୍ରଥମ ଥର ପାଇଁ ୧୯୯୧ରେ ରାଜ୍ୟସଭା ଯାଇଥିଲେ । ସେ ନରସିଂହ ରାଓ ସରକାରରେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଥିଲେ । ଏହାପରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଜି ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଛି । ଏମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ, ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ

ମନମୋହନଙ୍କ ୩୩ ବର୍ଷର ସଂସଦୀୟ ଇଂନିସ୍ ଶେଷ, ୫୪ ସାଂସଦ ସମେତ ୯ କେନ୍ଦ୍ରମନ୍ତ୍ରୀଙ୍କ ସରୁଛି କାର୍ଯ୍ୟକାଳ

ନୂଆଦିଲ୍ଲୀ ୦୩/୦୪: ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରଚାର ଅଭିଯାନରେ ଲାଗିଛନ୍ତି । ଏଭଳି ସ୍ଥିତିରେ ରାଜ୍ୟସଭାରୁ ଅନେକ ସଦସ୍ୟ ଅବସର ନେଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ମିଶାଇ ମୋଟ ୫୪ ଜଣ ଅବସର ନେଉଛନ୍ତି । ମଙ୍ଗଳବାର ୪୯ ସଦସ୍ୟଙ୍କର ସେବାନିବୃତ୍ତ ହୋଇଛି । 

ବୁଧବାର ଅବସର ନେବାକୁ ଥିବା ୫ ରାଜ୍ୟସଭା ସାଂସଦଙ୍କ ମଧ୍ୟରେ ମନମୋହନ ଅଛନ୍ତି । ଅବସର ଗ୍ରହଣ ପରେ ରାଜ୍ୟସଭାରେ ମନମୋହନଙ୍କ ୩୩ ବର୍ଷର ଇନିଂସର ଅବସାନ ଘଟିବ । ସେ ଆଉ ଗୃହକୁ ଫେରିବେ ନାହିଁ । ଅନ୍ୟପକ୍ଷରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଜ୍ୟସଭାରେ ପ୍ରବେଶ କରିବେ । 

ଭାରତୀୟ ଅର୍ଥନୀତିରେ ଅନେକ ସଂସ୍କାର ଆଣି ଚର୍ଚ୍ଚାକୁ ଆସିଥିବା ମନମୋହନ ପ୍ରଥମ ଥର ପାଇଁ ୧୯୯୧ରେ ରାଜ୍ୟସଭା ଯାଇଥିଲେ । ସେ ନରସିଂହ ରାଓ ସରକାରରେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଥିଲେ । ଏହାପରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଜି ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହୋଇଛି । 

ଏମାନଙ୍କ ମଧ୍ୟରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା, ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ, ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନାରାୟଣ ରାଣେ, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍‌ ମୁରୁଗାନ୍‌ ପ୍ରମୁଖ ରହିଛନ୍ତି । 

ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ବୁଧବାର ସରିବ । ବୈଷ୍ଣବ ଓ ମୁରୁଗାନ ପୁନଃ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ମନ୍ତ୍ରୀମାନଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକଟ ମିଳିଛି । ସମାଜବାଦୀ ପାର୍ଟିର ଜୟା ବଚ୍ଚନ ପୁଣିଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । 

ସେହିଭଳି ଆରଜେଡିର ମନୋଜ କୁମାର ଝା ଏବଂ କଂଗ୍ରେସର ନାସିର ହୁସେନ ଯଥାକ୍ରମେ ବିହାର ଓ କର୍ଣ୍ଣାଟକରୁ ପୁନଃ ମନୋନୀତ ହୋଇଛନ୍ତି । କଂଗ୍ରେସର ରାଜ୍ୟସଭା ସଦସ୍ୟ ଅଭିଷେକ ମନୁ ସିଂଘଭିଙ୍କର କାର୍ଯ୍ୟକାଳ ଆଜି ଶେଷ ହେଉଛି । ସେ ହିମାଚଳ ପ୍ରଦେଶରୁ ନିର୍ବାଚନ ହାରିଥିବାରୁ ରାଜ୍ୟସଭାରେ ତାଙ୍କୁ ଦେଖିବାକୁ ମିଳିବ ନାହିଁ ।