ମନେ ରଖନ୍ତୁ ଏହା ‘ଇଣ୍ଡିଆନ’ ପ୍ରିମିୟର ଲିଗ୍, ବିଦେଶୀ ଖେଳାଳିଙ୍କୁ ଆୟରଙ୍କ ବଡ଼ ସନ୍ଦେଶ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ଆଠ ଦିନ ବିରତି ପରେ ପୁଣି ଥରେ ଆରମ୍ଭ ହେଉଛି। ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ ଭଳି ସ୍ଥିତି ଉପୁଜିବାରୁ ଲିଗ୍‌କୁ ସ୍ଥଗିତ ରଖାଯାଇଥିଲା। ଏହି କାରଣରୁ ଅଧିକାଂଶ ବିଦେଶୀ ଖେଳାଳି ସ୍ଵଦେଶ ଫେରି ଯାଇଥିଲେ। ଏବେ ପୁଣି ଥରେ ଆଇପିଏଲ୍ ଆରମ୍ଭ  ହେଉଛି। ତେବେ ଅନେକ ଖେଳାଳି ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା କିମ୍ବା ବ୍ୟକ୍ତିଗତ କାରଣରୁ ଭାରତ ଫେରି ନାହାନ୍ତି। ତେଣୁ ଆଇପିଏଲ୍ ଦଳ ଗୁଡ଼ିକର ସନ୍ତୁଳନ ବିଗିଡ଼ି ଯାଇଛି। ତେବେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟର କହିଛନ୍ତି ଏଥିରେ କୌଣସି ଫରକ ପଡ଼େ  ନାହିଁ। ଏହା ‘ଇଣ୍ଡିଆନ’ ପ୍ରିମିୟର ଲିଗ୍।ଉଲ୍ଲେଖନୀୟ ପିବିକେଏସ ଦ୍ଵାରା ଏକ୍ସରେ ଏକ   ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ଦୁଇ ଜଣ ଇନଫ୍ଲୁଏନ୍ସର କହୁଛନ୍ତି ଯେ, ବିଦେଶୀ ଖେଳାଳିଙ୍କୁ ନେଇ କେତେ ଅନିଶ୍ଚିତତା ରହିଛି। ଅନେକ ଖେଳାଳି ପୁଣି ଆଇପିଏଲ୍ ଖେଳିବାକୁ ଭାରତ ଫେରିଥିବା ବେଳେ ଆଉ କିଛି ଖେଳାଳି ଆସି ନାହାନ୍ତି। ପ୍ରାୟ ସବୁ ଦଳରେ ଏମିତି ସମସ୍ୟା ରହିଛି। ଫଳରେ ଆଇପିଏଲ୍‌ର ଅବଶିଷ୍ଟ ୧୭ ମ୍ୟାଚ୍‌ରେ ଦଳମାନଙ୍କର ଚୂଡ଼ାନ୍ତ ଏକାଶରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପିବିକେସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳି ମାର୍କସ ଷ୍ଟୋଇନିସ ଏ ପର୍ଯ୍ୟନ୍ତ ଦଳରେ ଯୋଗ ଦେଇ ନାହାନ୍ତି। ଜୋଶ ଇଙ୍ଗ୍ଲିଶ ଓ ମାର୍କୋ ଜନସେନ କେବେ ଆସିବେ ଏବଂ କେତେ ଦିନ ଦଳରେ ରହିବେ ତାହା ବି ସ୍ପଷ

ମନେ ରଖନ୍ତୁ ଏହା ‘ଇଣ୍ଡିଆନ’ ପ୍ରିମିୟର ଲିଗ୍, ବିଦେଶୀ ଖେଳାଳିଙ୍କୁ ଆୟରଙ୍କ ବଡ଼ ସନ୍ଦେଶ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ଆଠ ଦିନ ବିରତି ପରେ ପୁଣି ଥରେ ଆରମ୍ଭ ହେଉଛି। ଭାରତ-ପାକିସ୍ତାନ ସୀମାରେ ଯୁଦ୍ଧ ଭଳି ସ୍ଥିତି ଉପୁଜିବାରୁ ଲିଗ୍‌କୁ ସ୍ଥଗିତ ରଖାଯାଇଥିଲା। ଏହି କାରଣରୁ ଅଧିକାଂଶ ବିଦେଶୀ ଖେଳାଳି ସ୍ଵଦେଶ ଫେରି ଯାଇଥିଲେ। ଏବେ ପୁଣି ଥରେ ଆଇପିଏଲ୍ ଆରମ୍ଭ  ହେଉଛି। ତେବେ ଅନେକ ଖେଳାଳି ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା କିମ୍ବା ବ୍ୟକ୍ତିଗତ କାରଣରୁ ଭାରତ ଫେରି ନାହାନ୍ତି। ତେଣୁ ଆଇପିଏଲ୍ ଦଳ ଗୁଡ଼ିକର ସନ୍ତୁଳନ ବିଗିଡ଼ି ଯାଇଛି। ତେବେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟର କହିଛନ୍ତି ଏଥିରେ କୌଣସି ଫରକ ପଡ଼େ  ନାହିଁ। ଏହା ‘ଇଣ୍ଡିଆନ’ ପ୍ରିମିୟର ଲିଗ୍।

ଉଲ୍ଲେଖନୀୟ ପିବିକେଏସ ଦ୍ଵାରା ଏକ୍ସରେ ଏକ   ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ଦୁଇ ଜଣ ଇନଫ୍ଲୁଏନ୍ସର କହୁଛନ୍ତି ଯେ, ବିଦେଶୀ ଖେଳାଳିଙ୍କୁ ନେଇ କେତେ ଅନିଶ୍ଚିତତା ରହିଛି। ଅନେକ ଖେଳାଳି ପୁଣି ଆଇପିଏଲ୍ ଖେଳିବାକୁ ଭାରତ ଫେରିଥିବା ବେଳେ ଆଉ କିଛି ଖେଳାଳି ଆସି ନାହାନ୍ତି। ପ୍ରାୟ ସବୁ ଦଳରେ ଏମିତି ସମସ୍ୟା ରହିଛି। ଫଳରେ ଆଇପିଏଲ୍‌ର ଅବଶିଷ୍ଟ ୧୭ ମ୍ୟାଚ୍‌ରେ ଦଳମାନଙ୍କର ଚୂଡ଼ାନ୍ତ ଏକାଶରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପିବିକେସ ପକ୍ଷରୁ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳି ମାର୍କସ ଷ୍ଟୋଇନିସ ଏ ପର୍ଯ୍ୟନ୍ତ ଦଳରେ ଯୋଗ ଦେଇ ନାହାନ୍ତି। ଜୋଶ ଇଙ୍ଗ୍ଲିଶ ଓ ମାର୍କୋ ଜନସେନ କେବେ ଆସିବେ ଏବଂ କେତେ ଦିନ ଦଳରେ ରହିବେ ତାହା ବି ସ୍ପଷ୍ଟ ନାହିଁ। ଏହି ସବୁ ଭିତରେ ଅଧିନାୟକ ଶ୍ରେୟସ ଆୟର କହିଛନ୍ତି, ଏଥିରେ ଦଳକୁ କିଛି ଫରକ ପଡ଼େ ନାହିଁ। କାରଣ ଏହା ‘ଇଣ୍ଡିଆନ’ ପ୍ରିମିୟର ଲିଗ୍।

Also read: ଇତିହାସ ରଚିଲେ ନୀରଜ ଚୋପ୍ରା, ପ୍ରଥମ ଥର ପାର କଲେ ୯୦ ମିଟର, ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ

ସୂଚନାଯୋଗ୍ୟ, ଜୁନ ୧୧ରୁ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ୨୦୨୫ର ଫାଇନାଲ୍ ମ୍ୟାଚ୍ ଖେଳାଯିବ।ଏଥିରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। ଏହି କାରଣରୁ ଏହି ଦୁଇ ଦେଶର ଖେଳାଳି ଆଇପିଏଲ୍‌ ୨୦୨୫ର ବାକି ମ୍ୟାଚ୍‌ରେ ଅଂଶଗ୍ରହଣ କରି ପାରୁ ନାହାନ୍ତି। ଆଉ ଯେଉଁ କିଛି ଖେଳାଳି ଭାରତ ଆସିବେ, ସେମାନେ ପୁଣି ମେ ୨୬ ତାରିଖରେ ସ୍ଵଦେଶ ଫେରିଯିବେ। ଅନ୍ୟପଟେ ଇଂଲଣ୍ଡ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ୍ ଖେଳାଯିବ। ତେଣୁ ଦୁଇ ଦେଶର ଖେଳାଳି ଭାରତ ଫେରିବାର ଆଶା କମ ରହିଛି। କିନ୍ତୁ ଶ୍ରେୟସ ଆୟର ଉପରୋକ୍ତ ଦମଦାର ସନ୍ଦେଶ ସଭିଙ୍କୁ ଦେଇଛନ୍ତି।