ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର ପ୍ରମୁଖ ଆକର୍ଷଣୀୟ ସହରର ରୂପ ନେଇଛି। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ବ୍ୟବସାୟ, ରାଜନୀତି ଆଦି କ୍ଷେତ୍ରରେ ପ୍ରମୁଖ କେନ୍ଦ୍ର ପାଲଟିଛି। ହେଲେ ପର୍ଯ୍ୟଟନ ଶିଳ୍ପ ପାଇଁ ଏହା ପ୍ରମୁଖ ଆକର୍ଷଣ ସାଜିଛି। ମନ୍ଦିରମାଳିନୀ ସହର ଭାବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି ଭୁବନେଶ୍ୱର। ବିଶେଷକରି ଶ୍ରୀଲିଙ୍ଗରାଜ ମନ୍ଦିର, କେଦାରଗୌରୀ […] The post ମନ୍ଦିର ମାଳିନୀ ଭୁବନେଶ୍ୱର appeared first on Dharitri Odia News.

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର ପ୍ରମୁଖ ଆକର୍ଷଣୀୟ ସହରର ରୂପ ନେଇଛି। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ବ୍ୟବସାୟ, ରାଜନୀତି ଆଦି କ୍ଷେତ୍ରରେ ପ୍ରମୁଖ କେନ୍ଦ୍ର ପାଲଟିଛି। ହେଲେ
ପର୍ଯ୍ୟଟନ ଶିଳ୍ପ ପାଇଁ ଏହା ପ୍ରମୁଖ ଆକର୍ଷଣ ସାଜିଛି। ମନ୍ଦିରମାଳିନୀ ସହର ଭାବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି ଭୁବନେଶ୍ୱର। ବିଶେଷକରି ଶ୍ରୀଲିଙ୍ଗରାଜ ମନ୍ଦିର, କେଦାରଗୌରୀ ମନ୍ଦିର, କପିଳେଶ୍ୱର ମନ୍ଦିର, ରାଜାରାଣୀ ମନ୍ଦିର, ରାମମନ୍ଦିର, ଇସ୍କନ ମନ୍ଦିର ଆଦି ଧାର୍ମିକ ପୀଠରେ ପ୍ରତିଦିନ ବାହାର ଅଞ୍ଚଳର ପର୍ଯ୍ୟଟକ ଏବ
ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ତେବେ ପର୍ଯ୍ୟଟକଙ୍କ ପାଇଁ ଭୁବନେଶ୍ୱର ଅଧିକ ପସନ୍ଦର ସ୍ଥାନ ହେବା ପଛର
ମୁଖ୍ୟ କାରଣ ହେଲା ଏହାର ଉପକଣ୍ଠରେ ଥିବା ଏକାଧିକ ଦର୍ଶନୀୟ ସ୍ଥାନ। ସେଥି ମଧ୍ୟରେ ରହିଛି ନନ୍ଦନକାନନ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ, ଶାନ୍ତିସ୍ତୂପ ଧଉଳି, ହୀରାପୁର ୬୪ଯୋଗିନୀ ମନ୍ଦିର, ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା,
ଡେରାସ୍‌ ଡ୍ୟାମ୍‌ ଇତ୍ୟାଦି। ଭୁବନେଶ୍ୱରକୁ ବସ୍‌, ରେଳ ଓ ବିମାନ ଯୋଗେ ଉନ୍ନତ ଯାତାୟାତ ବ୍ୟବସ୍ଥା ରହିଛି।

The post ମନ୍ଦିର ମାଳିନୀ ଭୁବନେଶ୍ୱର appeared first on Dharitri Odia News.