୧୮୦୦ ପଦବୀ ପାଇଁ ୧୫ ହଜାର ଆଶାୟୀ; ମୁମ୍ବାଇ ଏୟାରପୋର୍ଟରେ ଦଳାଚକଟା ସ୍ଥିତି

ନୂଆଦିଲ୍ଲୀ,୧୭।୭: କିଛିଦିନ ତଳେ ଗୁଜରାଟରେ ୧୦ ପଦବୀ ୧୮୦୦ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବେଳେ ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆ ପକ୍ଷରୁ ୧୮୦୦ ପଦବୀ ପାଇଁ ସାକ୍ଷାତକାର କରାଯାଉଥିଲା ବେଳେ ପ୍ରାୟ ୧୫ ହଜାର ଆଶାୟୀ ଭିଡ଼ ଜମାଇଥିଲେ। ସୀମିତ ପଦବୀ ଖାଲି ଥିଲେ ମଧ୍ୟ ଏୟାର ଇଣ୍ଡିଆ ନିଯୁକ୍ତି ଅଫିସ ଆଗରେ ବଡ଼ ସଂଖ୍ୟାରେ ଆଶାୟୀଙ୍କ ଭିଡ ଜମିଥିଲା। ସ୍ଥିତି ଅନିୟନ୍ତ୍ରିତ ହେବାରୁ ଆଶାୟୀମାନଙ୍କୁ ସେମାନଙ୍କ ଆବେଦନପତ୍ର […] The post ୧୮୦୦ ପଦବୀ ପାଇଁ ୧୫ ହଜାର ଆଶାୟୀ; ମୁମ୍ବାଇ ଏୟାରପୋର୍ଟରେ ଦଳାଚକଟା ସ୍ଥିତି appeared first on Dharitri Odia News.

୧୮୦୦ ପଦବୀ ପାଇଁ ୧୫ ହଜାର ଆଶାୟୀ; ମୁମ୍ବାଇ ଏୟାରପୋର୍ଟରେ ଦଳାଚକଟା ସ୍ଥିତି

ନୂଆଦିଲ୍ଲୀ,୧୭।୭: କିଛିଦିନ ତଳେ ଗୁଜରାଟରେ ୧୦ ପଦବୀ ୧୮୦୦ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା ବେଳେ ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏୟାର ଇଣ୍ଡିଆ ପକ୍ଷରୁ ୧୮୦୦ ପଦବୀ ପାଇଁ ସାକ୍ଷାତକାର କରାଯାଉଥିଲା ବେଳେ ପ୍ରାୟ ୧୫ ହଜାର ଆଶାୟୀ ଭିଡ଼ ଜମାଇଥିଲେ।

ସୀମିତ ପଦବୀ ଖାଲି ଥିଲେ ମଧ୍ୟ ଏୟାର ଇଣ୍ଡିଆ ନିଯୁକ୍ତି ଅଫିସ ଆଗରେ ବଡ଼ ସଂଖ୍ୟାରେ ଆଶାୟୀଙ୍କ ଭିଡ ଜମିଥିଲା। ସ୍ଥିତି ଅନିୟନ୍ତ୍ରିତ ହେବାରୁ ଆଶାୟୀମାନଙ୍କୁ ସେମାନଙ୍କ ଆବେଦନପତ୍ର ଜମା କରି ସ୍ଥାନ ଖାଲି କରିବାକୁ କୁହାଯାଇଥିଲା।

ସେପଟେ ବିମାନ ଚଳାଚଳ ଶିଳ୍ପ କର୍ମଚାରୀ ସଂଘ ସାଧାରଣ ସମ୍ପାଦକ ଜର୍ଜ ଆବ୍ରାମ୍ କହିଛନ୍ତି ଯେ ନିଯୁକ୍ତି ପ୍ରକ୍ରିୟାକୁ ସଠିକ ପରିଚାଳନା କରାଯାଇ ନାହିଁ ଏବଂ ଏହି ସାକ୍ଷାତକାର ପାଇଁ ୫୦,୦୦୦ ଆଶାୟୀ ଜମା ହୋଇଥିବା ଦାବି କରାଯାଉଛି।

\”ମୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେଠାରେ ପ୍ରାୟ ୫୦,୦୦୦ ଲୋକ ଉପସ୍ଥିତ ଥିଲେ ଯେଉଁମାନେ। ଆମେ ଏଭଳି ନିଯୁକ୍ତି ପ୍ରକ୍ରିୟା ବିରୋଧରେ କମ୍ପାନୀକୁ ଚେତାବନୀ ଦେଇଥିଲୁ। ସେଠାରେ ୧ କିଲୋମିଟର ଲମ୍ବା ଧାଡି ଲାଗିଥିଲା। ସ୍ଥିତି ଅନିୟନ୍ତ୍ରିତ ହେବାରୁ ପୋଲିସକୁ ଡାକିବାକୁ ପଡିଥିଲା। ଆବେଦନକାରୀଙ୍କୁ ସେମାନଙ୍କ ଆବେଦନପତ୍ର ଦେଇ ଯିବାକୁ କୁହାଯାଇଥିଲା ଏବଂ ସେମାନେ ତାଙ୍କୁ ପରେ ଡାକିବେ ବୋଲି କହିଥିଲେ।

ସୂଚନା ମୁତାବକ ୧,୭୮୬ ହ୍ୟାଣ୍ଡମ୍ୟାନ୍ ଏବଂ ୧୬ ଟି ୟୁଟିଲିଟି ଏଜେଣ୍ଟଙ୍କ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା କରାଯାଇଥିଲା।

ଏହି ପଦବୀରେ ନିଯୁକ୍ତି ପାଇଁ ସର୍ବନିମ୍ନ ଯୋଗ୍ୟତା ଦଶମ ପାସ ଏବଂ ସର୍ବାଧିକ ବୟସ ୨୩ ବର୍ଷ ହୋଇଥିବା ଆବଶ୍ୟକ। ସେହିଭଳି ଦରମା ୨୨ ହଜାର ୫୩୦ ଟଙ୍କା ରହିଥିଲା ବେଳେ ଏହି ନିଯୁକ୍ତି ଚୁକ୍ତି ଭିତ୍ତିକ ଭାବେ ୩ ବର୍ଷ ପାଇଁ ରହିଛି।

ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ୫୦ ହଜାର ଆଶାୟୀ ଏକାଠି ହୋଇଥିବା ବିମାନ ଚଳାଚଳ ଶିଳ୍ପ କର୍ମଚାରୀ ସଂଘ ଦାବି କରିଥିଲା ବେଳେ ୧୫ ହଜାର ଆଶାୟୀ ଆବେଦନ କରିଥିବା କହିଛନ୍ତି ଏୟାର ଇଣ୍ଡିଆ ସିଇଓ ରାମବାବୁ ଚିନ୍ତାଳଚିରୁଭୁ।

The post ୧୮୦୦ ପଦବୀ ପାଇଁ ୧୫ ହଜାର ଆଶାୟୀ; ମୁମ୍ବାଇ ଏୟାରପୋର୍ଟରେ ଦଳାଚକଟା ସ୍ଥିତି appeared first on Dharitri Odia News.