ମରିସସରେ ନୂଆ ସଂସଦ ଭବନ କରିବ ଭାରତ, ମୋଦିଙ୍କ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୨।୩: ବର୍ତ୍ତମାନ ମରିସସ ଗସ୍ତରେ ଅଛନ୍ତି ପ୍ରଧାମନ୍ତ୍ରୀ ମୋଦି। ସେଠାରେ ସେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ମରିସସରେ ଏକ ନୂତନ ସଂସଦ ର୍ନିମାଣରେ ସହଯୋଗ କରିବ। ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ ଏବଂ ମୁଁ ଭାରତ-ମରିସସ ସହଭାଗୀତାକୁ ଉନ୍ନତ ରଣନୈତିକ ସହଭାଗୀତାର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛୁ। ଆମେ ନିଷ୍ପତ୍ତି ନେଇଛୁ ଯେ ଭାରତ ମରିସସରେ ନୂଆ ସଂସଦ ଭବନ ର୍ନିମାଣରେ ସହଯୋଗ କରିବ। ଏହା ମରସସକୁ ଗଣତନ୍ତ୍ରର […] The post ମରିସସରେ ନୂଆ ସଂସଦ ଭବନ କରିବ ଭାରତ, ମୋଦିଙ୍କ ବଡ଼ ଘୋଷଣା appeared first on Dharitri Odia News.
ନୂଆଦିଲ୍ଲୀ,୧୨।୩: ବର୍ତ୍ତମାନ ମରିସସ ଗସ୍ତରେ ଅଛନ୍ତି ପ୍ରଧାମନ୍ତ୍ରୀ ମୋଦି। ସେଠାରେ ସେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ମରିସସରେ ଏକ ନୂତନ ସଂସଦ ର୍ନିମାଣରେ ସହଯୋଗ କରିବ। ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ ଏବଂ ମୁଁ ଭାରତ-ମରିସସ ସହଭାଗୀତାକୁ ଉନ୍ନତ ରଣନୈତିକ ସହଭାଗୀତାର ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛୁ। ଆମେ ନିଷ୍ପତ୍ତି ନେଇଛୁ ଯେ ଭାରତ ମରିସସରେ ନୂଆ ସଂସଦ ଭବନ ର୍ନିମାଣରେ ସହଯୋଗ କରିବ। ଏହା ମରସସକୁ ଗଣତନ୍ତ୍ରର ଜନନୀ ଠାରୁ ଏକ ବଡ଼ ଉପହାର।
ମୋଦି କହିଛନ୍ତି, ଭାରତ ଏବଂ ମରିସସ କେବଳ ଭାରତ ମହାସାଗର ଦ୍ୱାରା ନୁହେଁ ବରଂ ପରମ୍ପରା ଏବଂ ସଂସ୍କୃତି ଦ୍ୱାରା ମଧ୍ୟ ଯୋଡ଼ି ହୋଇଛନ୍ତି। ଆମେ ଆର୍ଥିକ ଏବଂ ସାମାଜିକ ବିକାଶର ଯାତ୍ରାରେ ଅଂଶୀଦାର। ଆମେ ସର୍ବଦା ପରସ୍ପର ସହିତ ଛିଡ଼ା ହୋଇଛୁ। ସ୍ବାସ୍ଥ୍ୟ ହେଉ, ମହାକାଶ ହେଉ କିମ୍ବା ପ୍ରତିରକ୍ଷା, ଆମେ ପରସ୍ପର ସହିତ ଆଗକୁ ବଢ଼ୁଛୁ।
୧୪୦ କୋଟି ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ମରିସସର ଲୋକମାନଙ୍କୁ ସେମାନଙ୍କ ଜାତୀୟ ଦିବସରେ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ଏହା ତାଙ୍କର ସୌଭାଗ୍ୟ ଯେ ତାଙ୍କୁ ଏହାର ଜାତୀୟ ଦିବସରେ ପୁଣି ଥରେ ମରିସସ ଗସ୍ତ କରିବାର ସୁଯୋଗ ମିଳିଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ମରିସସର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜୁଗନୌଥଙ୍କୁ ଭେଟିଥିଲେ। ବିଭିନ୍ନ କ୍ଷେତ୍ରରେ ଭାରତ-ମରିସସ ସହଯୋଗ ବୃଦ୍ଧି କରିବା ଉପରେ ଦୁହେଁ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ମରିସସର ସାଂସଦ ଏବଂ ବିରୋଧୀ ଦଳ ନେତା ଜର୍ଜସ ପିଏରେ ଲେଜୋଙ୍ଗାର୍ଡଙ୍କୁ ମଧ୍ୟ ଭେଟିଥିଲେ। ଭାରତ-ମରିସସ ବନ୍ଧୁତାକୁ ଆହୁରି ସୁଦୃଢ଼ କରିବା ପାଇଁ ସେମାନଙ୍କର ଉପଯୋଗୀ ଆଲୋଚନା ହୋଇଥିଲା।
The post ମରିସସରେ ନୂଆ ସଂସଦ ଭବନ କରିବ ଭାରତ, ମୋଦିଙ୍କ ବଡ଼ ଘୋଷଣା appeared first on Dharitri Odia News.