ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୨୨ କ୍ରିଡ଼ାବିତ୍ଙ୍କ ଜୀବନ
ଅବୁଜା (ନାଇଜେରିଆ),୧ା୬: ନାଇଜେରିଆର ଉତ୍ତର ଭାଗରେ ଥିବା କାନୋ ପ୍ରଦେଶରେ ଏକ ବସ୍ ବ୍ରିଜ୍ ତଳକୁ ଖସିପଡ଼ିବାରୁ ୨୨ଜଣ କ୍ରୀଡ଼ାବିତ୍ଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଖେଳାଳିମାନେ ଏକ କ୍ରୀଡ଼ା ଉତ୍ସବରେ ଯୋଗଦେଇ ବସ୍ ଯୋଗେ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କାନୋ ଗଭର୍ନର କହିଛନ୍ତି। କ୍ରୀଡ଼ାବିତ୍ମାନେ ଓଗୁନ୍ ରାଜ୍ୟରେ ଅନୁଷ୍ଠିତ ନାଇଜେରିଆନ୍ ନ୍ୟାଶନାଲ ସ୍ପୋଟର୍ସ ଫେଷ୍ଟିଭାଲରେ ଭାଗ ନେଇଥିଲେ। କାନୋ-ଜାରିଆ ଏକ୍ସପ୍ରେସ୍ଓ୍ବେରେ ଘଟିଥିବା ଏହି ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ […] The post ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୨୨ କ୍ରିଡ଼ାବିତ୍ଙ୍କ ଜୀବନ appeared first on Dharitri Odia News.
ଅବୁଜା (ନାଇଜେରିଆ),୧ା୬: ନାଇଜେରିଆର ଉତ୍ତର ଭାଗରେ ଥିବା କାନୋ ପ୍ରଦେଶରେ ଏକ ବସ୍ ବ୍ରିଜ୍ ତଳକୁ ଖସିପଡ଼ିବାରୁ ୨୨ଜଣ କ୍ରୀଡ଼ାବିତ୍ଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି।
ଖେଳାଳିମାନେ ଏକ କ୍ରୀଡ଼ା ଉତ୍ସବରେ ଯୋଗଦେଇ ବସ୍ ଯୋଗେ ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କାନୋ ଗଭର୍ନର କହିଛନ୍ତି। କ୍ରୀଡ଼ାବିତ୍ମାନେ ଓଗୁନ୍ ରାଜ୍ୟରେ ଅନୁଷ୍ଠିତ ନାଇଜେରିଆନ୍ ନ୍ୟାଶନାଲ ସ୍ପୋଟର୍ସ ଫେଷ୍ଟିଭାଲରେ ଭାଗ ନେଇଥିଲେ।
କାନୋ-ଜାରିଆ ଏକ୍ସପ୍ରେସ୍ଓ୍ବେରେ ଘଟିଥିବା ଏହି ଦୁର୍ଘଟଣାର କାରଣ ଜଣାପଡ଼ି ନ ଥିବାବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ ଚିରୋମାଓ୍ବା ବ୍ରିଜ୍ରୁ ଖସିପଡ଼ିଥିବା କୁହାଯାଉଛି। ଖେଳାଳିଙ୍କ ସହ ସେମାନଙ୍କ କୋଚ୍ ଓ କ୍ରୀଡ଼ା ଅଧିକାରୀ ବସ୍ରେ ଥିଲେ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
The post ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୨୨ କ୍ରିଡ଼ାବିତ୍ଙ୍କ ଜୀବନ appeared first on Dharitri Odia News.