ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି, ଏହି ଦୁଃଖ ସମୟରେ ମସ୍କୋ ସହ ଠିଆ ହୋଇଛି ଭାରତ
ନୂଆଦିଲ୍ଲୀ,୨୩।୩: ରୁଷିଆର ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକସ ସିଟି ହଲରେ ଏକ କନ୍ସର୍ଟ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ନିର୍ଦ୍ଦୟ ଭାବରେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଗୁଳି ବିନିମୟ ପରେ ହଲରେ ବିସ୍ଫୋରଣ ଘଟିଥିଲା, ସେଥିପାଇଁ ଅଗ୍ନିକାଣ୍ଡ ଘଟିଥିଲା। ମସ୍କୋରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ […] The post ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି, ଏହି ଦୁଃଖ ସମୟରେ ମସ୍କୋ ସହ ଠିଆ ହୋଇଛି ଭାରତ appeared first on Dharitri Odia News.
ନୂଆଦିଲ୍ଲୀ,୨୩।୩: ରୁଷିଆର ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକସ ସିଟି ହଲରେ ଏକ କନ୍ସର୍ଟ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ନିର୍ଦ୍ଦୟ ଭାବରେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଗୁଳି ବିନିମୟ ପରେ ହଲରେ ବିସ୍ଫୋରଣ ଘଟିଥିଲା, ସେଥିପାଇଁ ଅଗ୍ନିକାଣ୍ଡ ଘଟିଥିଲା। ମସ୍କୋରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଲୋଚନା କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ ନିନ୍ଦା କରୁଛୁ। ଆମର ଚିନ୍ତାଧାରା ଏବଂ ପ୍ରାର୍ଥନା ପୀଡିତଙ୍କ ପରିବାର ଲୋକଙ୍କ ସହ ଅଛି। ଏହି ଦୁଃଖ ସମୟରେ ଭାରତ ରୁଷିଆ ସହିତ ଛିଡା ହୋଇଛି।
ସୂଚନାଯୋଗ୍ୟ,ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ନିଜକୁ ଦାୟୀ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତିନିରୁ ଚାରି ଜଣ ବନ୍ଧୁକଧାରୀ କନସର୍ଟ ସମୟରେ ଲୋକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ ଯେଉଁଥିରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଗୁଳି ବିନିମୟ ପରେ କେତେକ ଲୋକ ତଳ ମହଲା ଆଡକୁ ଦୈଡ଼ିବା ଆରମ୍ଭ କରିଥିବାବେଳେ ଅନ୍ୟମାନେ ଟେରାସରେ ଲୁଚିବାକୁ ଚେଷ୍ଟା କରିଥିଲେ। ଆକ୍ରମଣକାରୀମାନେ ବିସ୍ଫୋରକ ମଧ୍ୟ ବ୍ୟବହାର କରିଥିଲେ, ଯାହା ହଲରେ ନିଆଁ ଲଗାଇ ଦେଇଥିଲା। ରିପୋର୍ଟ ଅନୁଯାୟୀ ଆତଙ୍କବାଦୀମାନେ ମଧ୍ୟ ଶହ ଶହ ଲୋକଙ୍କୁ ବନ୍ଧକ ରଖିଛନ୍ତି।
The post ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି, ଏହି ଦୁଃଖ ସମୟରେ ମସ୍କୋ ସହ ଠିଆ ହୋଇଛି ଭାରତ appeared first on Dharitri Odia News.