ମହଙ୍ଗା ପଡ଼ିଲା ବିନା ଅନୁମତିରେ ଦଣ୍ଡ ନାଚର ଆୟୋଜନ, ସାତ ଜଣଙ୍କ ନାଁରେ ମାମଲା ରୁଜୁ
ବ୍ରହ୍ମପୁର ୨୯।୦୩ : ପୋଲିସର କାର୍ଯ୍ୟାନୁଷ୍ଠାନ । ପୋଲିସ ଓ ପ୍ରଶାସନର ବିନା ଅନୁମତିରେ ଦଣ୍ଡ ନାଚ ଆୟୋଜନ କରିବା ପଡିଛି ମହଙ୍ଗା । ସାତ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଟାଉନ୍ ଥାନା ପୋଲିସ । ଖବର ଅନୁଯାୟୀ, ପୋଲିସ ଓ ପ୍ରଶାସନର ବିନା ଅନୁମତିରେ ଦଣ୍ଡ ନାଚର ଆୟୋଜନ କରାଯାଇଥିଲା । ଏପିରିକି ନିର୍ଦ୍ଧିଷ୍ଟ ସମୟ ସୀମା ବାହାରେ ଅଧିକ ଶବ୍ଧରେ ମାଇକ୍ ବଜାଇବା ଏବଂ ଅରୁଚିକର ନାଚ ପ୍ରଦର୍ଶନ କରାଯାଇଥିଲା । ଯାହାକୁ ନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଟାଉନ୍ ଥାନା ପୋଲିସ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ।
ବ୍ରହ୍ମପୁର ୨୯।୦୩ : ପୋଲିସର କାର୍ଯ୍ୟାନୁଷ୍ଠାନ । ପୋଲିସ ଓ ପ୍ରଶାସନର ବିନା ଅନୁମତିରେ ଦଣ୍ଡ ନାଚ ଆୟୋଜନ କରିବା ପଡିଛି ମହଙ୍ଗା । ସାତ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଟାଉନ୍ ଥାନା ପୋଲିସ ।

ଖବର ଅନୁଯାୟୀ, ପୋଲିସ ଓ ପ୍ରଶାସନର ବିନା ଅନୁମତିରେ ଦଣ୍ଡ ନାଚର ଆୟୋଜନ କରାଯାଇଥିଲା । ଏପିରିକି ନିର୍ଦ୍ଧିଷ୍ଟ ସମୟ ସୀମା ବାହାରେ ଅଧିକ ଶବ୍ଧରେ ମାଇକ୍ ବଜାଇବା ଏବଂ ଅରୁଚିକର ନାଚ ପ୍ରଦର୍ଶନ କରାଯାଇଥିଲା । ଯାହାକୁ ନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଟାଉନ୍ ଥାନା ପୋଲିସ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି ।