ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀମନ୍ଦିରରେ କୁନି ଦଇତାପତି

ପୁରୀ ୨୯।୦୬ : ଦଇତା କୂଳରେ ତାଙ୍କର ହୋଇଛି ଜନ୍ମ। ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀମନ୍ଦିରରେ କୁନି ଦଇତାପତି। ଶ୍ରୀମନ୍ଦିର ଅଣସର ଘରେ ଜ୍ଵରରେ ଅସୁସ୍ଥ ଥିବା ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେବା ପାଇଁ ଶ୍ରୀମନ୍ଦିର ଯାଉଛନ୍ତି କୁନି ଦଇତାପତି। ଏହି ଦୁଇ କୁନି ଦଇତାପତି ସେବାୟତ ହେଲେ ଗୌରବ ଦାସ ମହାପାତ୍ର ଓ ଶ୍ରୀୟାନ। ଦଇତା କୂଳର ପରମ୍ପରା ଅନୁଯାୟୀ, ଜନ୍ମ ହେବାର ୨୧ ଦିନ ପରେ ଏମାନେ ଦଇତା କୂଳର ଭଗାରୀ ଭାବରେ ଗଣତି ହୁଅନ୍ତି। ଆଉ ଅଣସର ଘରେ ମହାପ୍ରଭୁଙ୍କ ଚିକିତ୍ସା ଚାଲୁଥିବା ସମୟରେ ଫୁଲୁରି ତେଲ ଲାଗି ପରଦିନ ଠାରୁ ଏହି କୁନି ଦଇତାପତି ମାନେ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି। ଏତେ କମ୍ ବୟସରେ ମହାପ୍ରଭୁଙ୍କ ସେବା ପୂଜା, ନୀତିକାନ୍ତି ବିଷୟରେ କୁନି ଦଇତାପତି ଅଜ୍ଞ ଥିଲେ ମଧ୍ୟ ଭବିଷ୍ୟତରେ ସମର୍ପଣ ମନଭାବ ନେଇ ମହାପ୍ରଭୁଙ୍କ ସେବା କରିବେ ବୋଲି ତାଙ୍କ ପରିବାର ଲୋକେ ଆଶା ରଖିଛନ୍ତି। ଆଜି ପ୍ରଥମ ଥର ଶ୍ରୀମନ୍ଦିର ଅଣସର ଘରକୁ ଯାଇ ମହାପ୍ରଭୁଙ୍କୁ ଭେଟି ଆକାରରେ ରୂପା କଏନ୍ ଦାନ କରିବା ସହ ଶ୍ରୀଜିଉଙ୍କ ସୁସ୍ଥତା ଲାଗି ଓଷ ଲାଗି କରିଛନ୍ତି।

ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀମନ୍ଦିରରେ କୁନି ଦଇତାପତି

ପୁରୀ ୨୯।୦୬ : ଦଇତା କୂଳରେ ତାଙ୍କର ହୋଇଛି ଜନ୍ମ। ମହାପ୍ରଭୁଙ୍କ ସେବା ପାଇଁ ଶ୍ରୀମନ୍ଦିରରେ କୁନି ଦଇତାପତି। ଶ୍ରୀମନ୍ଦିର ଅଣସର ଘରେ ଜ୍ଵରରେ ଅସୁସ୍ଥ ଥିବା ମହାପ୍ରଭୁଙ୍କ ଗୁପ୍ତ ସେବାରେ ଯୋଗ ଦେବା ପାଇଁ ଶ୍ରୀମନ୍ଦିର ଯାଉଛନ୍ତି କୁନି ଦଇତାପତି। ଏହି ଦୁଇ କୁନି ଦଇତାପତି ସେବାୟତ ହେଲେ ଗୌରବ ଦାସ ମହାପାତ୍ର ଓ ଶ୍ରୀୟାନ। 

ଦଇତା କୂଳର ପରମ୍ପରା ଅନୁଯାୟୀ, ଜନ୍ମ ହେବାର ୨୧ ଦିନ ପରେ ଏମାନେ ଦଇତା କୂଳର ଭଗାରୀ ଭାବରେ ଗଣତି ହୁଅନ୍ତି। ଆଉ ଅଣସର ଘରେ ମହାପ୍ରଭୁଙ୍କ ଚିକିତ୍ସା ଚାଲୁଥିବା ସମୟରେ ଫୁଲୁରି ତେଲ ଲାଗି ପରଦିନ ଠାରୁ ଏହି କୁନି ଦଇତାପତି ମାନେ ଗୁପ୍ତ ସେବାରେ ଯୋଗ ଦେଇଥାନ୍ତି। ଏତେ କମ୍ ବୟସରେ ମହାପ୍ରଭୁଙ୍କ ସେବା ପୂଜା, ନୀତିକାନ୍ତି ବିଷୟରେ କୁନି ଦଇତାପତି ଅଜ୍ଞ ଥିଲେ ମଧ୍ୟ ଭବିଷ୍ୟତରେ ସମର୍ପଣ ମନଭାବ ନେଇ ମହାପ୍ରଭୁଙ୍କ ସେବା କରିବେ ବୋଲି ତାଙ୍କ ପରିବାର ଲୋକେ ଆଶା ରଖିଛନ୍ତି। ଆଜି ପ୍ରଥମ ଥର ଶ୍ରୀମନ୍ଦିର ଅଣସର ଘରକୁ ଯାଇ ମହାପ୍ରଭୁଙ୍କୁ ଭେଟି ଆକାରରେ ରୂପା କଏନ୍ ଦାନ କରିବା ସହ ଶ୍ରୀଜିଉଙ୍କ ସୁସ୍ଥତା ଲାଗି ଓଷ ଲାଗି କରିଛନ୍ତି।