ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ

ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ ମୁମ୍ବାଇ,୮।୫: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଅଣ୍ଟା କଷି ସାରିଲେଣି ସବୁ ଦଳ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର କଥା କଟାକଟିି ଜାରି ରହିଥିବାବେଳେ ଭେଟେରାନ ନେତାମାନେ ମଧ୍ୟ ପରସ୍ପରକୁ ଭେଟୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ […] The post ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ appeared first on Dharitri Odia News.

ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ

ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ
ମୁମ୍ବାଇ,୮।୫: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଅଣ୍ଟା କଷି ସାରିଲେଣି ସବୁ ଦଳ। ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର କଥା କଟାକଟିି ଜାରି ରହିଥିବାବେଳେ ଭେଟେରାନ ନେତାମାନେ ମଧ୍ୟ ପରସ୍ପରକୁ ଭେଟୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଦୁଇଟି ସର୍ଭେ ହୋଇଛି ଯାହା ସମସ୍ତଙ୍କୁ ତାଜୁବ କରିଛି।

ପ୍ରଥମ ସର୍ଭେ କରିଥିବା ଏଜେନ୍ସି ମହାରାଷ୍ଟ୍ର ସମ୍ପର୍କରେ ଭାଜପାର ଆଭ୍ୟନ୍ତରୀଣ ସର୍ଭେ କରିଛି ବୋଲି ଦାବି କରିଛି। ଏହି ସର୍ଭେରେ ଭାଜପା ୬୫ରୁ ୫୫ ସିଟ ପାଇବ ବୋଲି ଆକଳନ କରାଯାଇଛି। ମହାରାଷ୍ଟ୍ରରେ ୨୮୮ଟି ସିଟ ଅଛି, ସେଥିମଧ୍ୟରୁ ଭାଜପା କେବଳ ୫୫ଟି ସିଟ ଜିତିପାରିବ। ଏହାପୂର୍ବରୁ ୨୦୧୯ରେ, ଭାଜପା ୧୦୫ଟି ସିଟ ଏବଂ ୨୦୧୪ରେ ୧୨୨ଟି ସିଟ ଜିତିଥିଲା। ଯଦି ଆମେ ଏହି ସଂଖ୍ୟାକୁ ଦେଖିବା, ତେବେ ଏହି ସର୍ଭେ ଭାଜପାର ମୁଣ୍ଡବିନ୍ଧାର କାରଣ ସାଜିପାରେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପୁଣିଥରେ ଭାଜପାର ସମର୍ଥନରେ ସରକାରକୁ ଫେରିବେ ବୋଲି ଆତ୍ମବିଶ୍ୱାସୀ ଥିବାବେଳେ ଏହି ସର୍ଭେରେ ମହାବିକାଶ ଅଗାଡିକୁ ଭଲ ସଂଖ୍ୟକ ସିଟ ମିଳିବ ବୋଲି ଆକଳନ କରାଯାଇଛି।

ଦ୍ୱିତୀୟ ସର୍ଭେରେ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଛି। ତେବେ ମୁମ୍ବାଇର ୩୬ଟି ଆସନରେ ଏହା କରାଯାଇଛି। ଯେଉଁଥିରେ MVA ୧୭ ଟି ଆସନ ଏବଂ ମହାୟୁଟି ୧୩ଟି ସିଟ ପାଇବ ବୋଲି ଆକଳନ କରାଯାଇଛି। ତେବେ ୨୦୧୯ରେ ମହାୟୁତି ୧୯ଟି, ଭାଜପା ୧୧, କଂଗ୍ରେସ ୪, ଏନସିପି ୧ ଏବଂ ଏସପି ଗୋଟିଏ ସିଟ ଜିତିଥିଲେ। ଯଦି ଆମେ ଏହି ସର୍ଭେର ଆକଳନକୁ ଦେଖିବା, ତେବେ ଏହା ସ୍ପଷ୍ଟ ହୋଇଯାଉଛି ଯେ ଏଥର ବିରୋଧୀ ମେଣ୍ଟ ଅଧିକ ସିଟ୍‌ ହାତେଇପାରେ।

The post ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ appeared first on Dharitri Odia News.