ମହାରାଷ୍ଟ୍ର ରାଲିରେ ବେହୋସ ହୋଇ ପଡ଼ିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ନୀତିନ ଗଡ଼କରୀ ବୁଧବାର ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେବା ସମୟରେ ମଞ୍ଚ ଉପରେ ହଠାତ ବେହୋସ ହୋଇ ପଡ଼ିଗଲେ। ଗଡ଼କରୀଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲାଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। ୟବତମାଲର ପୁସଦରେ ଏକ ନିର୍ବାଚନ ରାଲିରେ ଜନସାଧାରଣଙ୍କୁ ଉଦବୋଧନ ଦେଉଥିବାବେଳେ ଗଡ଼କରୀ ହଠାତ ତଳେ ପଡ଼ି ଯାଇଥିଲେ। ତେବେ ସଙ୍ଗେସଙ୍ଗେ ଦଳୀୟ କର୍ମୀମାନେ ଗଡ଼କରୀଙ୍କୁ ତଳୁ ଉଠାଇ ମେଡିକାଲ […]

ମହାରାଷ୍ଟ୍ର ରାଲିରେ ବେହୋସ ହୋଇ ପଡ଼ିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ନୀତିନ ଗଡ଼କରୀ ବୁଧବାର ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେବା ସମୟରେ ମଞ୍ଚ ଉପରେ ହଠାତ ବେହୋସ ହୋଇ ପଡ଼ିଗଲେ। ଗଡ଼କରୀଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲାଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। ୟବତମାଲର ପୁସଦରେ ଏକ ନିର୍ବାଚନ ରାଲିରେ ଜନସାଧାରଣଙ୍କୁ ଉଦବୋଧନ ଦେଉଥିବାବେଳେ ଗଡ଼କରୀ ହଠାତ ତଳେ ପଡ଼ି ଯାଇଥିଲେ। ତେବେ ସଙ୍ଗେସଙ୍ଗେ ଦଳୀୟ କର୍ମୀମାନେ ଗଡ଼କରୀଙ୍କୁ ତଳୁ ଉଠାଇ ମେଡିକାଲ ନେଇ ଯାଥଇଥିଲେ। ତେବେୀ ମନ୍ତ୍ରୀ ଗଡ଼କରୀ ପରେ ଏକ ଟ୍ବିଟ୍ କରି କହିଥିଲେ ଯେ ପ୍ରବଳ ଗରମ ଯୋଗୁଁ ସେ ଅସହଜ ଅନୁଭବ କରିଥିଲେ। ମନ୍ତ୍ରୀ କହିଛନ୍ତି ସେ ସୁସ୍ଥ ଅଛନ୍ତି ଏବଂ ସେ ବରୁଡ଼ରେ ପରବର୍ତ୍ତୀ ନିର୍ବାଚନ ରାଲିରେ ଯୋଗ ଦେବାପାଇଁ ଯାଉଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। ଲୋକମାନଙ୍କର ଭଲ ପାଇବା ଏବଂ ସଦିଚ୍ଛା ପାଇଁ ଗଡ଼କରୀ ଧନ୍ୟବାଦ ଜଣାଗଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନାଗପୁରର ବିଜେପି ପ୍ରାର୍ଥୀ ଗଡ଼କରୀ । ପ୍ରଥମ ପର୍ଯ୍ୟାୟରେ ନାଗପୁର ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ଗଡ଼କରୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ନେତା ରାଜଶ୍ରୀ ପାଟିଲଙ୍କ ପାଇଁ ପ୍ରଚାର କରୁଥିଲେ।