ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା: ଉଦ୍ଧବଙ୍କୁ ୨୧, କଂଗ୍ରେସକୁ…
ମୁମ୍ବାଇ,୯।୪: ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଫାଇନାଲ ହୋଇଛି ଆସନ ଭାଗବଣ୍ଟା। ମହାରାଷ୍ଟ୍ରର ମହାବିକାଶ ଅଗାଡି ମେଣ୍ଟ ମଧ୍ୟରେ ସିଟ ଭାଗବଣ୍ଟାକୁ ନେଇ ଜାରି ରହିଥିବା ସମସ୍ୟାର ସମାଧାନ ହୋଇଛି। କେତେ ସିଟରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ମଧ୍ୟ ଘୋଷଣା କରାଯାଇଛି। ସୂତ୍ର ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଶିବସେନା ସର୍ବାଧିକ ୨୧ଟି ଆସନ, କଂଗ୍ରେସ ୧୭ଟି ଆସନ ଏବଂ ଶରଦ ପାୱାରଙ୍କ ଏନସିପି ୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଆସନ ଭାଗବଣ୍ଟା ଘୋଷଣା କରିବା […] The post ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା: ଉଦ୍ଧବଙ୍କୁ ୨୧, କଂଗ୍ରେସକୁ… appeared first on Dharitri Odia News.
ମୁମ୍ବାଇ,୯।୪: ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଫାଇନାଲ ହୋଇଛି ଆସନ ଭାଗବଣ୍ଟା। ମହାରାଷ୍ଟ୍ରର ମହାବିକାଶ ଅଗାଡି ମେଣ୍ଟ ମଧ୍ୟରେ ସିଟ ଭାଗବଣ୍ଟାକୁ ନେଇ ଜାରି ରହିଥିବା ସମସ୍ୟାର ସମାଧାନ ହୋଇଛି। କେତେ ସିଟରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ମଧ୍ୟ ଘୋଷଣା କରାଯାଇଛି। ସୂତ୍ର ଅନୁଯାୟୀ, ଉଦ୍ଧବ ଠାକରେଙ୍କ ଶିବସେନା ସର୍ବାଧିକ ୨୧ଟି ଆସନ, କଂଗ୍ରେସ ୧୭ଟି ଆସନ ଏବଂ ଶରଦ ପାୱାରଙ୍କ ଏନସିପି ୧୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।
ଆସନ ଭାଗବଣ୍ଟା ଘୋଷଣା କରିବା ପରେ ଶରଦ ପାଓୱାର କହିଛନ୍ତି, ଆମେ ସମସ୍ତେ ଏକାଠି ଅଛୁ। ଆମ ଭିତରେ କୌଣସି ପାର୍ଥକ୍ୟ ନାହିଁ। ସେହିପରି ଉଦ୍ଧବ ଠାକରେ କହିଛନ୍ତି ଯେ ’ସବୁ ସିଟରେ ଲଢିବାକୁ ସମସ୍ତଙ୍କର ଇଚ୍ଛା ଅଛି। ଏଥିରେ କୌଣସି ଭୁଲନାହିଁ । କିନ୍ତୁ ବିଜୟ କ୍ଷମତା ଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ। ଏହି ଲଢେଇ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
The post ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା: ଉଦ୍ଧବଙ୍କୁ ୨୧, କଂଗ୍ରେସକୁ… appeared first on Dharitri Odia News.