ମହାଷ୍ଟମୀ ଭୋଗ ଖାଇ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି
ଗୋପ,୧୨।୧୦(ଭାରତୀ ଭୁଷଣ ଉପାଧ୍ୟାୟ): ପୁରୀ ଜିଲା କୋଣାର୍କ ଥାନା ଅଧୀନ ଓଟାଙ୍ଗ ଗାଁରେ ମହାଷ୍ଟମୀ ଭୋଗ ଖାଇ ଝାଡ଼ାବାନ୍ତି ବ୍ୟାପିଥିବା ଗୋପ ଡାକ୍ତରଖାନା ପକ୍ଷରୁ ଜଣାପଡ଼ିଛି। ଝାଡ଼ାବାନ୍ତିରେ ଗାଁର ୧୦୦ରୁ ଊଦ୍ଧର୍ବ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ଗୋପ ଡାକ୍ତରଖାନା ସହିତ ଆଖପାଖ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରିକି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି। ଗତ ୧୦ ତାରିଖ ରାତିରେ ମା’ ତାରାଦେଇଙ୍କ […] The post ମହାଷ୍ଟମୀ ଭୋଗ ଖାଇ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି appeared first on Dharitri Odia News.
ଗୋପ,୧୨।୧୦(ଭାରତୀ ଭୁଷଣ ଉପାଧ୍ୟାୟ): ପୁରୀ ଜିଲା କୋଣାର୍କ ଥାନା ଅଧୀନ ଓଟାଙ୍ଗ ଗାଁରେ ମହାଷ୍ଟମୀ ଭୋଗ ଖାଇ ଝାଡ଼ାବାନ୍ତି ବ୍ୟାପିଥିବା ଗୋପ ଡାକ୍ତରଖାନା ପକ୍ଷରୁ ଜଣାପଡ଼ିଛି। ଝାଡ଼ାବାନ୍ତିରେ ଗାଁର ୧୦୦ରୁ ଊଦ୍ଧର୍ବ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ଗୋପ ଡାକ୍ତରଖାନା ସହିତ ଆଖପାଖ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରିକି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ମାନେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି।
ଗତ ୧୦ ତାରିଖ ରାତିରେ ମା’ ତାରାଦେଇଙ୍କ ପାଖରେ ଗ୍ରାମବାସୀଙ୍କ ପକ୍ଷରୁ ମହାଷ୍ଟମୀ ପୂଜା କରାଯାଇ ଭୋଗ କରାଯାଇଥିଲା। ଗ୍ରାମବାସୀ ମା’ଙ୍କ ଭୋଗ ଖାଇଥିଲେ। ହେଲେ ୧୧ ତାରିଖରେ ଗାଁରୁ ଜଣେ ଦୁଇ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ହେଲେ ଶନିବାର ମଧ୍ୟାହ୍ନ ବେଳକୁ ୧୦୦ରୁ ଊଦ୍ଧର୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସମସ୍ତ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପହିଛି। ଏନେଇ ଗାଁରେ ତୁରନ୍ତ ଏକ ଡାକ୍ତରୀ ଦଳ ପହଞ୍ଚିବାକୁ ଗ୍ରାମବାସୀ ଦାବି କରିଛନ୍ତି।
The post ମହାଷ୍ଟମୀ ଭୋଗ ଖାଇ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି appeared first on Dharitri Odia News.