ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ
ଦୁବାଇ,୯ା୧୦: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ମହିଳା ଟି୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପୂର୍ବ ମ୍ୟାଚରେ ପାକିସ୍ତାନକୁ ହରାଇଥିବା ହରମନପ୍ରୀତ କୌରଙ୍କ ଦଳ ବୁଧବାର ଶ୍ରୀଲଙ୍କାକୁ ୮୨ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୩ ଉଇକେଟରେ ୧୭୨ ରନ୍ କରିଥିଲା।୧୭୩ ରନ ବିଜୟ ଲକ୍ଷ୍ୟ ଥିବାବେଳେ ଶ୍ରୀଲଙ୍କା ୧୯.୫ ଓଭରରେ ମାତ୍ର ୯୦ ରନକରି ଅଲ୍ଆଉଟ ହୋଇଛି। ଦଳର କୌଣସି ବ୍ୟାଟର ଭାରତୀୟ […] The post ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ appeared first on Dharitri Odia News.
ଦୁବାଇ,୯ା୧୦: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଭାରତ ମହିଳା ଟି୨୦ ବିଶ୍ୱକପରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପୂର୍ବ ମ୍ୟାଚରେ ପାକିସ୍ତାନକୁ ହରାଇଥିବା ହରମନପ୍ରୀତ କୌରଙ୍କ ଦଳ ବୁଧବାର ଶ୍ରୀଲଙ୍କାକୁ ୮୨ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୩ ଉଇକେଟରେ ୧୭୨ ରନ୍ କରିଥିଲା।୧୭୩ ରନ ବିଜୟ ଲକ୍ଷ୍ୟ ଥିବାବେଳେ ଶ୍ରୀଲଙ୍କା ୧୯.୫ ଓଭରରେ ମାତ୍ର ୯୦ ରନକରି ଅଲ୍ଆଉଟ ହୋଇଛି।
ଦଳର କୌଣସି ବ୍ୟାଟର ଭାରତୀୟ ବୋଲରଙ୍କୁ ଉଚିତ ମୁକାବିଲା କରିପାରି ନ ଥିଲେ। କଭିଶା ଦିଲହରି ସର୍ବାଧିକ ୨୧ ରନ କରିବାକୁ ସକ୍ଷମ ହୋଇଥିଲେ। ଭାରତର ସମସ୍ତ ବୋଲର ଚମତ୍କାର ବୋଲିଂ କରିଥିଲେ। ଅରୁନ୍ଧତୀ ରେଡ୍ଡୀ ଓ ଆଶା ଶୋଭନା ୩ଟି ଲେଖାଏ, ରେଣୁକା ସିଂ ୨ଟି ଏବଂ ଶ୍ରେୟଙ୍କା ପାଟିଲ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୭ ବଲ୍ରୁ ୮ ଚୌକା ଓ ୧ ଛକା ସହାୟତାରେ ୫୨ ରନକରି ଅପରାଜିତ ରହିଥିବା ହରମନପ୍ରୀତ ପ୍ଲେୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ମ୍ୟାଚରେ ବଡ଼ ବ୍ୟବଧାନରେ ବିଜୟ ଦ୍ୱାରା ଭାରତର ରନ୍ହାର ୦.୫୬୭ ହୋଇ ଯାଇଛି। ୩ ମ୍ୟାଚରୁ ୪ ପଏଣ୍ଟ ସହିତ ଭାରତ ଗ୍ରୁପ୍ ‘ଏ’ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି।
ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହରମନ୍ପ୍ରୀତ୍ ଫିଟ୍ ହୋଇ ଖେଳିଥିବା ବେଳେ ଭାରତ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇଥିଲା। ଦଳ ପକ୍ଷରୁ ମନ୍ଧାନା(୫୦) ଓ ଶେଫାଳି ବର୍ମା(୪୩) ପ୍ରଥମ ଉଇକେଟରେ ୯୮ ରନ୍ ଯୋଡି ବଡ ସ୍କୋରର ମୂଳଦୁଆ ପକାଇଥିଲେ। ମନ୍ଧାନା ପ୍ରଥମରୁ ଧୀମା ବ୍ୟାଟିଂ କରିଥିବା ବେଳେ ଶେଫାଳି ଆଟାକ୍ କରିଥିଲେ। ପରେ ସେଟ୍ ହେବା ପରେ ମନ୍ଧାନା ଆକ୍ରମଣାତ୍ମକ ବ୍ୟାଟିଂ କରି ଚଳିତ ବିଶ୍ୱକପର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୮ ବଲ୍ ଖେଳି ୪ ଚୌକା ଓ ୧ ଛକା ମାରି ୫୦ ରନ୍ କରିଥିଲେ। ୧୩ ତମ ଓଭରରେ ଉଭୟ ଖେଳାଳି ଲଗାତାର ବଲ୍ରେ ଆଉଟ ହୋଇଥିଲେ। ମନ୍ଧାନା ରନ୍ ଆଉଟ ହୋଇଥିବା ବେଳେ ପରବର୍ତ୍ତୀ ବଲ୍ରେ ଶେଫାଳି ପ୍ୟାଭିଲିୟନ ଫେରିଥିଲେ। ଶେଫାଳି ୪୦ ବଲ୍ ଖେଳି ୪ ଚୌକା ସହ ୪୩ ରନ୍ କରିଥିଲେ।
ପରବର୍ତ୍ତୀ ଉଇକେଟରେ ଜେମିମା ରୋଡ୍ରିଗୁଏଜ(୧୬) ଓ ହରମନ୍ପ୍ରୀତ୍ କୌର(୫୨*) ୩୦ ରନ୍ ଯୋଡିଥିଲେ। ଜେମିମା ୧୦ ବଲ୍ରୁ ୧୬ ରନ୍ କରି ଆମା କଞ୍ଚନାଙ୍କ ଶିକାର ହୋଇଥିଲେ। ପରବର୍ତ୍ତୀ ବ୍ୟାଟର ରିଚା ଘୋଷଙ୍କ ସହ ୨୨ ବଲ୍ରୁ ୪୨ ରନ୍ ଯୋଡିଥିଲେ ହରମନପ୍ରୀତ୍। ଏହା ମଧ୍ୟରେ ରିଚାଙ୍କ ଅବଦାନ ମାତ୍ର ୬ ରନ ରହିଥିଲା। ହରମନ୍ପ୍ରୀତ ଶେଷ ଯାଏ ଅପରାଜିତ ରହିଥିବା ବେଳେ ୨୭ ବଲ୍ ଖେଳି ୮ ଚୌକା ଓ ୧ ଛକା ସହ ୫୨ ରନ୍ ସ୍କୋର କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଆମା କଞ୍ଚନା ଓ ଚମାରି ଅଟ୍ଟାପଟ୍ଟୁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
The post ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ appeared first on Dharitri Odia News.