ମହିଳା ଡାକ୍ତରଙ୍କୁ ବଳାତ୍କାର ଘଟଣାରେ ମମତା ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩୦ା୯:ପଶ୍ଚିମବଙ୍ଗର ସରକାରୀ ମେଡିକାଲ କଲେଜଗୁଡ଼ିକରେ ସିସିଟିଭି ଲଗାଇବା, ପାଇଖାନା ଓ ଅଲଗା ରେଷ୍ଟିଂ ରୁମ୍ ନିର୍ମାଣରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିବା ସହ ଅକ୍ଟୋବର ୧୫ ସୁଦ୍ଧା ଏହି ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ଆର୍.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ସୁପ୍ରିମକୋର୍ଟ ନିଜଆଡ଼ୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ। କୌଣସି ସ୍ଥାନରେ […] The post ମହିଳା ଡାକ୍ତରଙ୍କୁ ବଳାତ୍କାର ଘଟଣାରେ ମମତା ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୯:ପଶ୍ଚିମବଙ୍ଗର ସରକାରୀ ମେଡିକାଲ କଲେଜଗୁଡ଼ିକରେ ସିସିଟିଭି ଲଗାଇବା, ପାଇଖାନା ଓ ଅଲଗା ରେଷ୍ଟିଂ ରୁମ୍ ନିର୍ମାଣରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିବା ସହ ଅକ୍ଟୋବର ୧୫ ସୁଦ୍ଧା ଏହି ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଲକାତା ଆର୍.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ସୁପ୍ରିମକୋର୍ଟ ନିଜଆଡ଼ୁ ଶୁଣାଣି ପାଇଁ ଗ୍ରହଣ କରିଥିଲେ। କୌଣସି ସ୍ଥାନରେ କାର୍ଯ୍ୟ ଅଧାରୁ ଅଧିକ ଶେଷ ହୋଇ ନ ଥିବା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜେ.ବି. ପର୍ଡିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। କାର୍ଯ୍ୟରେ ମନ୍ଥରତା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ବୋଲି ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କ ଓକିଲ ରାକେଶ ଦ୍ୱିବେଦୀଙ୍କୁ ପ୍ରଶ୍ନ କରିଥିଲେ। ୬,୧୭୮ଟି ସିସିଟିଭି କ୍ୟାମେରା ଲାଗିବାକୁ ଥିବାବେଳେ ମାତ୍ର ୨୬ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି, ଏବଂ ଅକ୍ଟୋବର ୧୦ ସୁଦ୍ଧା ଅବଶିଷ୍ଟ ଲାଗିଯିବ ବୋଲଇ ଦ୍ୱିବେଦୀ କହିଥିଲେ।
ସୋସିଆଲ ମିଡିଆରେ ମୃତା ଡାକ୍ତରଙ୍କ ନାମ ଓ ଫଟୋ ବାରମ୍ବାର ପ୍ରକାଶ ପାଉଥିବାରୁ ତାଙ୍କ ମାତାପିତା ବିବ୍ରତ ଥବା ଆଇନଜୀବୀ ବ୍ରିନ୍ଦା ଗ୍ରୋଭର ଅଦାଲତଙ୍କୁ ଜଣାଇଥିଲେ। ନାମ ଓ ଫଟୋ ହଟାଇବା ପାଇଁ ଅଦାଲତ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର ବୋଲି ଖଣ୍ଡପୀଠ କହିଥିଲେ। ପୀଡ଼ିତାଙ୍କ ନାମ ଓ ଫଟୋ ହଟାଇବା ପାଇଁ ଓ୍ବିକିପିଡିଆକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହା ସବୁ ସୋସିଆଲ ମିଡିଆ ପାଇଁ ଉଦ୍ଦିଷ୍ଟ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।
The post ମହିଳା ଡାକ୍ତରଙ୍କୁ ବଳାତ୍କାର ଘଟଣାରେ ମମତା ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ appeared first on Dharitri Odia News.