ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ୟୁନିୟନ ଅଫ ଜର୍ନାଲିଷ୍ଟ, ସଚେତନ ନାଗରିକର ପ୍ରତିବାଦ

କୋକସରା,୧୯ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ନେଇ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ନାଲିଷ୍ଟ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୋକସରା ଜଗନ୍ନାଥ ମନ୍ଦିରରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୋକସରା ଗୋଷ୍ଠୀ […] The post ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ୟୁନିୟନ ଅଫ ଜର୍ନାଲିଷ୍ଟ, ସଚେତନ ନାଗରିକର ପ୍ରତିବାଦ appeared first on Dharitri Odia News.

ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ୟୁନିୟନ ଅଫ ଜର୍ନାଲିଷ୍ଟ, ସଚେତନ ନାଗରିକର ପ୍ରତିବାଦ

କୋକସରା,୧୯ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ନେଇ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ନାଲିଷ୍ଟ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୋକସରା ଜଗନ୍ନାଥ ମନ୍ଦିରରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଦେବେନ୍ଦ୍ର ମାଝି, ସାମ୍ବାଦିକ ସଂଘ ସଭାପତି ଶରତ ଚନ୍ଦ୍ର ରାଉତ, ଉପସଭାପତି ସନତ କୁମାର ପ୍ରଧାନୀ, ସାଧାରଣ ସମ୍ପାଦକ ସୁଧାରାମ ସରାଫ, ସହସମ୍ପାଦକ ସୁରେଶ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ପାଟ୍ଟଯୋଷୀ, କୋଷାଧ୍ୟକ୍ଷ ଭୋଳାନାଥ ପଟେଲ, ସାଙ୍ଗଠନିକ ସମ୍ପାଦକ ଭଦ୍ରାଞ୍ଚଳ ନାଏକ, ସଭ୍ୟ ତ୍ରିଲୋକ୍ୟ ବେଶ୍ରା, କିଶନ ପଟ୍ଟନାୟକ, ତାପସ ରଞ୍ଜନ ରାୟ, ରୂପେନ୍ଦ୍ର ସୁନାନୀ, ଦିଗାମ୍ବର ନାଗ ପ୍ରମୁଖ ସାମିଲ ରହିଥିଲେ।

The post ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: ୟୁନିୟନ ଅଫ ଜର୍ନାଲିଷ୍ଟ, ସଚେତନ ନାଗରିକର ପ୍ରତିବାଦ appeared first on Dharitri Odia News.