ମହିଳାଙ୍କ ପାଇଁ ଖୁସି ଖବର: ମାର୍ଚ୍ଚ ୮ ପୂର୍ବରୁ ସମସ୍ତଙ୍କୁ ସୁଭଦ୍ରା ପ୍ରଥମ କିସ୍ତି, ଜାଣନ୍ତୁ ପୂରା ଖବର…
ଭୁବନେଶ୍ୱର,୨୮ା୯ (ବନ୍ଦନା ସେଠୀ): ଅଦ୍ୟାବଧି ଛପାଯାଇଥିବା ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ‘ସୁଭଦ୍ରା’ ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭ ଲକ୍ଷ ୧ ହଜାର ୫୫ ଫର୍ମ ବଣ୍ଟନ କରାଯାଇଛି। ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ୯୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇସାରିଛି। ସେହିପରି ୨୫ ଲକ୍ଷ ୨୯ ହଜାର ୭୨୦ ସୁଭଦ୍ରା ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ୨୫ ଲକ୍ଷ ୧୭ ହଜାର ୫୪୫ ଜଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ […] The post ମହିଳାଙ୍କ ପାଇଁ ଖୁସି ଖବର: ମାର୍ଚ୍ଚ ୮ ପୂର୍ବରୁ ସମସ୍ତଙ୍କୁ ସୁଭଦ୍ରା ପ୍ରଥମ କିସ୍ତି, ଜାଣନ୍ତୁ ପୂରା ଖବର… appeared first on Dharitri Odia News.
ଭୁବନେଶ୍ୱର,୨୮ା୯ (ବନ୍ଦନା ସେଠୀ): ଅଦ୍ୟାବଧି ଛପାଯାଇଥିବା ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ‘ସୁଭଦ୍ରା’ ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭ ଲକ୍ଷ ୧ ହଜାର ୫୫ ଫର୍ମ ବଣ୍ଟନ କରାଯାଇଛି। ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ୯୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇସାରିଛି। ସେହିପରି ୨୫ ଲକ୍ଷ ୨୯ ହଜାର ୭୨୦ ସୁଭଦ୍ରା ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ୨୫ ଲକ୍ଷ ୧୭ ହଜାର ୫୪୫ ଜଣଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ଏବଂ ୧୨ ହଜାର ୧୭୫ ଜଣଙ୍କୁ ସିବିଡିସି ଜରିଆରେ ଅର୍ଥରାଶି ପଠାଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସୂଚନା ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନ କନ୍ଭେନସନ୍ ସେଣ୍ଟରରେ ଆୟୋଜିତ ୨ଦିନିଆ ଜିଲାପାଳ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ପରେ ଦ୍ୱିତୀୟ ଅଧିବେଶନରେ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋଚନା ହୋଇଥିଲା। ବିଭିନ୍ନ ସୂଚନା, ଶିକ୍ଷା ଓ ଯୋଗାଯୋଗ ପଦ୍ଧତିରେ ଓଡ଼ିଶାର ଗାଁ ଗାଁରେ ସୁଭଦ୍ରା ଯୋଜନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଛି। ସୋସିଆଲ ପ୍ରୋଟେକ୍ସନ ଡେଲିଭରି ପ୍ଲାଟ୍ଫର୍ମ(ଏସ୍ପିଡିପି) ମାଧ୍ୟମରେ ଜାତୀୟ ଖାଦ୍ୟସୁରକ୍ଷା ଯୋଜନା (ଏନ୍ଏଫ୍ଏସ୍ଏସ୍) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍)ର ହିତାଧିକାରୀଙ୍କୁ ଯାଞ୍ଚ କରାଯାଉଛି। ସମସ୍ତ ଅନୁମୋଦନ ଓ ଖାରଜ ଫର୍ମର ତାଲିକା ସହ କାରଣ ସମ୍ପର୍କରେ ସୁଭଦ୍ରା ୱେବ୍ ପୋର୍ଟାଲ ଓ ଏସ୍ଏମ୍ଏସ୍ ଦ୍ୱାରା ଅବଗତ କରାଯିବ। ଏଥିସହ ବ୍ୟାଙ୍କ ଆକାଉଣ୍ଟରୁ ପଇସା ନ ଉଠାଇଲେ ପଇସା ଆପେ ଫେରସ୍ତ ହେଇଯିବ ବୋଲି ଯେଉଁ ଗୁଜବ ସୃଷ୍ଟି ହୋଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ହିତାଧିକାରୀଙ୍କ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସୁରକ୍ଷିତ ରହିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେହିପରି ୨୦୨୫ ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କୁହାଯାଇଛି।
ପ୍ରଭାତୀ ପରିଡ଼ା ଉପସ୍ଥିତ ରହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ବିଭାଗର ସମସ୍ତ ଅଧିକାରୀ ଓ ସବୁ ଜିଲାପାଳଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଜନଜାତିବହୁଳ ଅଞ୍ଚଳଗୁଡ଼ିକରେ ସୁଭଦ୍ରା କାର୍ଯ୍ୟକ୍ରମକୁ ପହଞ୍ଚାଇବା ପାଇଁ ବ୍ୟାପକ ଜନ ସଚେତନତାକୁ ପ୍ରାଥମିକତା ଦେବାକୁ ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଖୁବ୍ଶୀଘ୍ର ସୁଭଦ୍ରା ଯୋଜନାରେ ଓଡିଶାର ୧କୋଟି ମହିଳାଙ୍କ ପଞ୍ଜୀକରଣ ହୋଇଯିବ ବୋଲି ସେ ଆଶା ପ୍ରକଟ କରିଥିଲେ। ଏକ ସରକାରୀ ଯୋଜନାରେ ୧ କୋଟି ହିତାଧିକାରୀଙ୍କୁ ଯୋଡିବା ଆମ ପାଇଁ ଏକ ବଡ଼ ଉପଲବ୍ଧି ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗରେ ଏହି ଯୋଜନାର ସଫଳ କାର୍ଯ୍ୟାନ୍ବୟନ କରାଯାଇଥିବାରୁ ସମ୍ପୃକ୍ତ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ। ଏଥିସହ ଜିଲାସ୍ତରରେ ସର୍ବାଧିକ ସୁଭଦ୍ରା ଫର୍ମ ପଞ୍ଜୀକୃତ କରିଥିବା ‘ମୋ ସେବାକେନ୍ଦ୍ର’ ଓ ‘ଜନ ସେବାକେନ୍ଦ୍ର’କୁ ପୁରସ୍କୃତ କରିବା ପାଇଁ ଜିଲାପାଳମାନଙ୍କୁ ପ୍ରସ୍ତାବ ଦେଇଥିଲେ। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନ୍ ପ୍ରମୁଖ ଉପସ୍ଥିତ ଥିଲେ।
The post ମହିଳାଙ୍କ ପାଇଁ ଖୁସି ଖବର: ମାର୍ଚ୍ଚ ୮ ପୂର୍ବରୁ ସମସ୍ତଙ୍କୁ ସୁଭଦ୍ରା ପ୍ରଥମ କିସ୍ତି, ଜାଣନ୍ତୁ ପୂରା ଖବର… appeared first on Dharitri Odia News.