ମହିଳାଙ୍କ ପାଇଁ ଖୁସିର ଖବର, ୧୨ଟା ପୂର୍ବରୁ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର ୦୯।୧୦ : ବୁଧବାର ଦିନ ୧୨ଟା ପୂର୍ବରୁ ମିଳିବ ସୁଭଦ୍ରା ଟଙ୍କା । ଏଥର ପ୍ରାୟ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପହଞ୍ଚିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ବାରିପଦାଠାରେ ପ୍ରଥମ କିସ୍ତିର ଏହି ଦ୍ୱିତୀୟ  ପର୍ଯ୍ୟାୟ ଟଙ୍କା ବଣ୍ଟନ କରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ, ସୋମବାର ସନ୍ଧ୍ୟା ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ୧ କୋଟିରୁ ଅଧିକ  ମହିଳା ଆବେଦନ କରି ପଞ୍ଜିକୃତ ହୋଇଛନ୍ତି ।  ମହିଳାମାନେ ଏତେ ସଂଖ୍ୟାରେ ସୁଭଦ୍ରା ଯୋଜନା  ପାଇଁ ଆଗ୍ରହ ଦେଖାଇଛନ୍ତି । ଡିଜିଟାଲ ବ୍ୟବସ୍ଥାରେ ବି ଆମ ମହିଳାମାନେ କେତେ ଦକ୍ଷ, ତାହା ସେମାନେ ପ୍ରମାଣିତ କରିଛନ୍ତି ।  ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ କିସ୍ତିର ପ୍ରଥମ  ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ହିତାଧିକାରୀଙ୍କୁ  ସୁଭଦ୍ରା ଟଙ୍କା ମିଳିଥିଲା। ବୁଧବାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ   ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଡିସେମ୍ବର ସୁଦ୍ଧା ୧ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ।

ମହିଳାଙ୍କ ପାଇଁ ଖୁସିର ଖବର, ୧୨ଟା ପୂର୍ବରୁ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର ୦୯।୧୦ : ବୁଧବାର ଦିନ ୧୨ଟା ପୂର୍ବରୁ ମିଳିବ ସୁଭଦ୍ରା ଟଙ୍କା । ଏଥର ପ୍ରାୟ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ପହଞ୍ଚିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ବାରିପଦାଠାରେ ପ୍ରଥମ କିସ୍ତିର ଏହି ଦ୍ୱିତୀୟ  ପର୍ଯ୍ୟାୟ ଟଙ୍କା ବଣ୍ଟନ କରିବେ। 

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ, ସୋମବାର ସନ୍ଧ୍ୟା ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ୧ କୋଟିରୁ ଅଧିକ  ମହିଳା ଆବେଦନ କରି ପଞ୍ଜିକୃତ ହୋଇଛନ୍ତି ।  ମହିଳାମାନେ ଏତେ ସଂଖ୍ୟାରେ ସୁଭଦ୍ରା ଯୋଜନା  ପାଇଁ ଆଗ୍ରହ ଦେଖାଇଛନ୍ତି । ଡିଜିଟାଲ ବ୍ୟବସ୍ଥାରେ ବି ଆମ ମହିଳାମାନେ କେତେ ଦକ୍ଷ, ତାହା ସେମାନେ ପ୍ରମାଣିତ କରିଛନ୍ତି । 

 ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ କିସ୍ତିର ପ୍ରଥମ  ପର୍ଯ୍ୟାୟରେ ପ୍ରାୟ ୨୫ ଲକ୍ଷ ହିତାଧିକାରୀଙ୍କୁ  ସୁଭଦ୍ରା ଟଙ୍କା ମିଳିଥିଲା। ବୁଧବାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ   ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଡିସେମ୍ବର ସୁଦ୍ଧା ୧ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ।