ମହିଳାଙ୍କୁ ଅସଦାଚରଣ ସହ ପୁଅଙ୍କୁ ହତ୍ୟା ଉଦ୍ୟମ ଘଟଣା: ମକଦ୍ଦମା ରୁଜୁ କଲା ପୋଲିସ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମର ରଞ୍ଜିତା ସେଠୀଙ୍କୁ ଅସଦାଚରଣ ସହ ତାଙ୍କ ପୁଅ ଅଜୟ ସେଠୀ ଓରଫ ହନିଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ନାଁରେ ମାମଲା ନଂ.୧୨୨/୨୫ ଅନୁଯାୟୀ, ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମକଦ୍ଦମା ରୁଜୁ କରି ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସୋମବାର ଅଜୟ ଘରେ ନଥିବା ବେଳେ ରାତି ପ୍ରାୟ ୧୦ ଟାରେ ଡେଙ୍ଗାଓସ୍ତା ଗ୍ରାମର ବାବୁ […] The post ମହିଳାଙ୍କୁ ଅସଦାଚରଣ ସହ ପୁଅଙ୍କୁ ହତ୍ୟା ଉଦ୍ୟମ ଘଟଣା: ମକଦ୍ଦମା ରୁଜୁ କଲା ପୋଲିସ appeared first on Dharitri Odia News.

ମହିଳାଙ୍କୁ ଅସଦାଚରଣ ସହ ପୁଅଙ୍କୁ ହତ୍ୟା ଉଦ୍ୟମ ଘଟଣା: ମକଦ୍ଦମା ରୁଜୁ କଲା ପୋଲିସ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମର ରଞ୍ଜିତା ସେଠୀଙ୍କୁ ଅସଦାଚରଣ ସହ ତାଙ୍କ ପୁଅ ଅଜୟ ସେଠୀ ଓରଫ ହନିଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ନାଁରେ ମାମଲା ନଂ.୧୨୨/୨୫ ଅନୁଯାୟୀ, ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମକଦ୍ଦମା ରୁଜୁ କରି ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ସୋମବାର ଅଜୟ ଘରେ ନଥିବା ବେଳେ ରାତି ପ୍ରାୟ ୧୦ ଟାରେ ଡେଙ୍ଗାଓସ୍ତା ଗ୍ରାମର ବାବୁ ସେଠୀ,ରଞ୍ଜନ ସେଠୀ,ରୋହିତ ସେଠୀ ଏବଂ ଅନ୍ୟ ୫ ଯୁବକ ରଞ୍ଜିତାଙ୍କ ଘର ପାଖକୁ ଆସି ତାଙ୍କ ପୁଅ ଅଜୟଙ୍କୁ ଗାଳିଗୁଲଜ କରିଥିଲେ। ରଞ୍ଜିତା ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଅସଦାଚରଣ କରି ପଳାଇଥିଲେ। ଅଜୟ ରାତି ପ୍ରାୟ ୧୧ ଟାରେ ଛଣମେରୀ ଗ୍ରାମରୁ ଘରକୁ ଫେରୁଥିବାବେଳେ ସେମାନେ ତାଙ୍କୁ ରାସ୍ତାରେ ଅଟକାଇ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଚେତାଶୂନ୍ୟ ଅବସ୍ଥାରେ ସେ ପଡିଯିବାରୁ ମରିଗଲା ଭାବି ଅଭିଯୁକ୍ତମାନେ ତାଙ୍କୁ ନିକଟସ୍ଥ ଏକ ଆମ୍ବତୋଟାରେ ଫୋପାଡି ଚାଲି ଯାଇଥିଲେ। ପରଦିନ ସକାଳୁ କିଛି ବ୍ୟକ୍ତି ରଞ୍ଜିତାଙ୍କୁ ଫୋନରେ ଘଟଣା ଜଣାଇଥିଲେ। ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି।

The post ମହିଳାଙ୍କୁ ଅସଦାଚରଣ ସହ ପୁଅଙ୍କୁ ହତ୍ୟା ଉଦ୍ୟମ ଘଟଣା: ମକଦ୍ଦମା ରୁଜୁ କଲା ପୋଲିସ appeared first on Dharitri Odia News.