ମାଁ ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିର ରତ୍ନମୂଦ ଉତ୍ସବ: ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ
ଥୁଆମୂଳ ରାମପୁର,୨୪।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ତଥା ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀଙ୍କ ମୁଖ୍ୟ ତାନ୍ତ୍ରିକ ପୀଠର ନୂତନ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅଞ୍ଚଳବାସୀ ଯେଉଁ ସ୍ବପ୍ନ ଦେଖିଥିଲେ ଓ ବିଗତ ସରକାର ଏହି ଅଞ୍ଚଳର ଲୋକଙ୍କ ସ୍ବପ୍ନ ସାକାର କରିବାରେ ସହଯୋଗ କରି ପାଖାପାଖି ୩.୫କୋଟି ଟଙ୍କାର ଅନୁଦାନ ଦେଇଥିଲେ l ଏହି ଅନୁଦାନରେ ନିର୍ମିତ ଭବ୍ୟ ମନ୍ଦିରର ଆଉ ଅଳ୍ପ କାମ ବାକି ରହିଥିବା ବେଳେ ଥୁଆମୂଳ ରାମପୁର […] The post ମାଁ ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିର ରତ୍ନମୂଦ ଉତ୍ସବ: ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ appeared first on Dharitri Odia News.
ଥୁଆମୂଳ ରାମପୁର,୨୪।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ତଥା ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀଙ୍କ ମୁଖ୍ୟ ତାନ୍ତ୍ରିକ ପୀଠର ନୂତନ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଅଞ୍ଚଳବାସୀ ଯେଉଁ ସ୍ବପ୍ନ ଦେଖିଥିଲେ ଓ ବିଗତ ସରକାର ଏହି ଅଞ୍ଚଳର ଲୋକଙ୍କ ସ୍ବପ୍ନ ସାକାର କରିବାରେ ସହଯୋଗ କରି ପାଖାପାଖି ୩.୫କୋଟି ଟଙ୍କାର ଅନୁଦାନ ଦେଇଥିଲେ l
ଏହି ଅନୁଦାନରେ ନିର୍ମିତ ଭବ୍ୟ ମନ୍ଦିରର ଆଉ ଅଳ୍ପ କାମ ବାକି ରହିଥିବା ବେଳେ ଥୁଆମୂଳ ରାମପୁର ଅଞ୍ଚଳ ବାସୀ ରତ୍ନମୁଦ ଉତ୍ସବ ପାଳନ କରିବା ପାଇଁ ବେଶ୍ ଉତ୍ସାହିତ ରହିଥିବା ଜଣାପଡିଛି l ଗ୍ରାମର ୫ଗୋଟି ୱାର୍ଡର ଅନେକ ବରିଷ୍ଟ ନାଗରିକ, ଭଦ୍ରମଣ୍ଡଳି ତଥା ମାଁ ମାଣିକେଶ୍ବରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମେତ ଅନେକ ଯୁବନୁଷ୍ଠାନର କର୍ମକର୍ତ୍ତା ଏବଂ ଅଞ୍ଚଳବାସୀ ଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ଆସନ୍ତା ଏପ୍ରିଲ ମାସର ୧୪ତାରିଖ ଦିନ ସୁଭାଖମ୍ବ ସ୍ଥାପନ କରି ଆସନ୍ତା ୨୮, ୨୯ ଏବଂ ୩୦ ତିନିଦିନ ଧରି ମାଁ ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିରର ରତ୍ନମୁଦ ସହିତ ଗ୍ରାମର ପ୍ରୋଭୁ ଜଗନ୍ନାଥ ମନ୍ଦିର ଏବଂ ବାବା ରାମେଶ୍ବର (ଶିବ) ମନ୍ଦିର ଏହି ୩ଟି ମନ୍ଦିର ର ରତ୍ନ ମୁଦନ ଉତ୍ସବ ବୋହୂ ଧୂମ ଧାମ୍ ରେ ପାଳନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା
ଏହି ଉତ୍ସବ ତିନିଦିନ ଧରି ହେଉଥିବାରୁ କେମିତି ପ୍ରଚାର ପ୍ରସାର କରାଯିବ, କେମିତି ଆଖପାଖ ଜିଲା ତଥା ବ୍ଲକ୍ ର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ନିମନ୍ତ୍ରଣ କରାଯିବା ସହିତ ପ୍ରଥମ ଦିନରେ ମା ଙ୍କ କଳସ ଯାତ୍ରା ଓ ଅଧିବାସ ପରେ ବନଜାଗ ନୀତି ଆରମ୍ଭ, ଦ୍ୱିତୀୟ ଦିନରେ ଅଖଣ୍ଡ ନାମ ଯଜ୍ଞ, ରତ୍ନମୁଦ କାର୍ଯ୍ୟ ଆରମ୍ଭ, ଓ ଚଣ୍ଡୀଯଜ୍ଞ ହେବା ସହିତ ତୃତୀୟ ଦିନରେ ନଗର କୀର୍ତ୍ତନ ଓ ମା’ଙ୍କ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସହିଦ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା l ଏହି ଅବସରରେ ଉପଦେଷ୍ଟା କମିଟି, ପରିଦର୍ଶନ କମିଟି, ଅର୍ଥ କମିଟି , ପ୍ରଚାର କମିଟି, ଖାଦ୍ୟ କମିଟି , ଆର୍ଟ ଏବଂ ସାଜସଜ୍ଜା କମିଟି, ସାଂସ୍କୃତିକ କମିଟି ଗୁଡ଼ିକ ସର୍ବସମ୍ମତି କ୍ରମେ ଗଠିତହୋଇ ନିଜନିଜ ଦାୟିତ୍ଵ ସୁଚାରୁରୂପେ ସମ୍ପାଦିତ କରିବାକୁ ସମସ୍ତଙ୍କୁ ନିବେଦନ କରାଯାଇଥିଲା l
The post ମାଁ ମାଣିକେଶ୍ବରୀଙ୍କ ଭବ୍ୟ ମନ୍ଦିର ରତ୍ନମୂଦ ଉତ୍ସବ: ଗ୍ରାମବାସୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ appeared first on Dharitri Odia News.