ମାଆ ଗାଳି ଦେଲେ ବୋଲି...

ଆଜି ସକାଳେ ତେଲକୋଇ ଥାନା ଛାମୁଣ୍ଡା ଗାଁର ମହୁଲି ମୁଣ୍ଡା ଓ ତାଙ୍କ ମାଆ ଉପାସୀ ମୁଣ୍ଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ମହୁଲି ଘରୁ ପଳାଇ ଯାଇଥିଲେ।

ମାଆ ଗାଳି ଦେଲେ ବୋଲି...

ମାଆ ଗାଳି ଦେଲେ ବୋଲି ଗଛରେ ଝୁଲି ପଡ଼ିଲେ ୧୭ ବର୍ଷୀୟା ନାବାଳିକା। ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଆଜି ସକାଳେ ତେଲକୋଇ ଥାନା ଛାମୁଣ୍ଡା ଗାଁର ମହୁଲି ମୁଣ୍ଡା ଓ ତାଙ୍କ ମାଆ ଉପାସୀ ମୁଣ୍ଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ମହୁଲି ଘରୁ ପଳାଇ ଯାଇଥିଲେ। କିଛି ସମୟରେ ଗାଁର କେତେକ ମହିଳା ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। ସେଠାରେ ଏକ ମହୁଲ ଗଛରେ ମହୁଲି ଝୁଲିଥିବା ଦେଖିବାକୁ ପାଇଥିଲେ।

ମହିଳାମାନେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏଥିସହ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଜଙ୍ଗଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ