ମା’ଙ୍କ ନାକ କାଟି ବନ୍ଧା ହେଲେ ପୁଅ

ସେମିଳିଗୁଡା/ସୁନାବେଡା,୫ା୭(ବାସୁଦେବ ବରାଡ଼/କୃତ୍ତିବାସ): ମା’ଙ୍କ ନାକ କାଟି ବନ୍ଧା ହୋଇଛନ୍ତି ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ସେମିଳିଗୁଡା ଉପରସାହି ଆମ୍ବେଡକର ନଗରରେ। ଏନେଇ ମା’ ଭାନୁ ଖରା (୬୦) ସେମିଳିଗୁଡା ଥାନାରେ ଗୁରୁବାର ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ପୁଅ ବଳରାମ ଖରା(୨୨)ଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଆମ୍ବେଡକର ନଗରରେ ରହୁଥିବା ସ୍ବର୍ଗତ ଜଗବନ୍ଧୁ ଖରାଙ୍କ ସ୍ତ୍ରୀ ଭାନୁ ବୁଧବାର ଅପରାହ୍ନ ୪ଟାରେ ଶୋଇଥିବା ବେଳେ ପୁଅ ବଳରାମ ତାଙ୍କୁ […] The post ମା’ଙ୍କ ନାକ କାଟି ବନ୍ଧା ହେଲେ ପୁଅ appeared first on Dharitri Odia News.

ମା’ଙ୍କ ନାକ କାଟି ବନ୍ଧା ହେଲେ ପୁଅ

ସେମିଳିଗୁଡା/ସୁନାବେଡା,୫ା୭(ବାସୁଦେବ ବରାଡ଼/କୃତ୍ତିବାସ): ମା’ଙ୍କ ନାକ କାଟି ବନ୍ଧା ହୋଇଛନ୍ତି ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ସେମିଳିଗୁଡା ଉପରସାହି ଆମ୍ବେଡକର ନଗରରେ। ଏନେଇ ମା’ ଭାନୁ ଖରା (୬୦) ସେମିଳିଗୁଡା ଥାନାରେ ଗୁରୁବାର ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ପୁଅ ବଳରାମ ଖରା(୨୨)ଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ମୁତାବକ, ଆମ୍ବେଡକର ନଗରରେ ରହୁଥିବା ସ୍ବର୍ଗତ ଜଗବନ୍ଧୁ ଖରାଙ୍କ ସ୍ତ୍ରୀ ଭାନୁ ବୁଧବାର ଅପରାହ୍ନ ୪ଟାରେ ଶୋଇଥିବା ବେଳେ ପୁଅ ବଳରାମ ତାଙ୍କୁ ଜୀବନରୁ ମାରଦେବା ଉଦେଶ୍ୟରେ ଏକ ଧାରୁଆ ଛୁରୀରେ ବେକ କାଟି ଦେବାକୁ ଉଦ୍ୟମ କରିଥିଲେ। ଭାନୁ ଏହା ଜାଣି ପାରି ହାତ ବୁଲାଇ ଦେବାରୁ ଛୁରିଟି ତାଙ୍କ ବେକ ବଦଳରେ ନାକରେ ବାଜିଥିଲା। ଫଳରେ ଭାନୁଙ୍କ ନାକଟି ଅଧା କଟି ଯାଇଥିଲା। ସେ ଚିତ୍କାର କରିବାରୁ ପାଖ ପଡୋଶୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ସୁନାବେଡା ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ।

ପୁଅ ସବୁବେଳେ ମଦ ପିଇ ତାଙ୍କୁ ଗାଳିଗୁଲଜ କରିବା ସହ ମାରପିଟ କରୁଥିବା ଭାନୁ ଅଭିଯୋଗରେ ଦର୍ଶାଇଛନ୍ତି। ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ଥାନା କେସ୍‌ ନଂ. ୮୬/୨୪ ,ବି ଏନ ଏସ ଧାରା ୧୦୯ ଏବଂ ୧୧୮(୨)ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ତଦନ୍ତ କରିଥିଲେ। ତଦନ୍ତରୁ ବଳରାମଙ୍କ ସମ୍ପୃକ୍ତି ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଧାନ କହିଛନ୍ତି।

The post ମା’ଙ୍କ ନାକ କାଟି ବନ୍ଧା ହେଲେ ପୁଅ appeared first on Dharitri Odia News.