ମାଛ ଧରୁଥିବା ବେଳେ ବୁଡ଼ିଗଲା ଡଙ୍ଗା, ମାଆ ଓ ଦୁଇ ଶିଶୁ ମୃତ

ଦେବଗଡ଼ ୨୨।୦୫ : ଦେବଗଡ଼ ରେଙ୍ଗାଳି ଡ୍ୟାମ୍‌ରେ ଅଘଟଣ । ଡଙ୍ଗା ବୁଡ଼ି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଓ ମାଆ ରହିଥିବା ଜଣାପଡିଛି । ବାକି ବାପାଙ୍କୁ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ଗ୍ରାମ ପଞ୍ଚାୟତ ମୂଷାକାନୀ ଗାଁ ନିକଟରେ ଘଟିଛି ଘଟଣା । ରେଙ୍ଗାଳି ଡ୍ୟାମ୍‌ର ଲିଙ୍ଗା ହୁଳି ନାମକ ଏକ ଟାପୁରେ ସପରିବାର ମିଶି ମାଛ ମାରିବାକୁ  ଯାଇଥିଲେ । ଏହି ସମୟରେ ହଠାତ୍‌ ଡଙ୍ଗାଟି ବୁଡି ଯାଇଥିଲା । ଯେଉଁଥିରେ ବୁଲୁ ପେଣ୍ଠେଇଙ୍କ ସ୍ତ୍ରୀ  ଜ୍ୟୋସ୍ନା ପେଣ୍ଠେଇ ପଡିଯାଇଥିଲେ । ଏହାପରେ ଦୁଇ ଶିଶୁ ମଧ୍ୟ ପାଣିରେ ବୁଡିଯାଇଥିଲେ । ତେବେ ପୁରା ପରିବାର ପାଣିରେ ବୁଡ଼ି ଥିବାର ଖବର ପାଇ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ହେଲେ ସେତେବେଳକୁ ହୋଇଯାଇଥିଲା ବିଳମ୍ବ । ପାଣିରେ ବୁଡି ଦୁଇ ଶିଶୁ ଓ ମାଆଙ୍କ ମୃତ୍ୟୁ ହୋଇଥିବା ହୋଇଥିବା ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ମାଛ ଧରୁଥିବା ବେଳେ ବୁଡ଼ିଗଲା ଡଙ୍ଗା, ମାଆ ଓ ଦୁଇ ଶିଶୁ ମୃତ

ଦେବଗଡ଼ ୨୨।୦୫ : ଦେବଗଡ଼ ରେଙ୍ଗାଳି ଡ୍ୟାମ୍‌ରେ ଅଘଟଣ । ଡଙ୍ଗା ବୁଡ଼ି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ଓ ମାଆ ରହିଥିବା ଜଣାପଡିଛି । ବାକି ବାପାଙ୍କୁ ଉଦ୍ଧାର କରାଯାଇଛି । 

ଖବର ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ଗ୍ରାମ ପଞ୍ଚାୟତ ମୂଷାକାନୀ ଗାଁ ନିକଟରେ ଘଟିଛି ଘଟଣା । ରେଙ୍ଗାଳି ଡ୍ୟାମ୍‌ର ଲିଙ୍ଗା ହୁଳି ନାମକ ଏକ ଟାପୁରେ ସପରିବାର ମିଶି ମାଛ ମାରିବାକୁ  ଯାଇଥିଲେ । ଏହି ସମୟରେ ହଠାତ୍‌ ଡଙ୍ଗାଟି ବୁଡି ଯାଇଥିଲା । ଯେଉଁଥିରେ ବୁଲୁ ପେଣ୍ଠେଇଙ୍କ ସ୍ତ୍ରୀ  ଜ୍ୟୋସ୍ନା ପେଣ୍ଠେଇ ପଡିଯାଇଥିଲେ । ଏହାପରେ ଦୁଇ ଶିଶୁ ମଧ୍ୟ ପାଣିରେ ବୁଡିଯାଇଥିଲେ । ତେବେ ପୁରା ପରିବାର ପାଣିରେ ବୁଡ଼ି ଥିବାର ଖବର ପାଇ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ହେଲେ ସେତେବେଳକୁ ହୋଇଯାଇଥିଲା ବିଳମ୍ବ । ପାଣିରେ ବୁଡି ଦୁଇ ଶିଶୁ ଓ ମାଆଙ୍କ ମୃତ୍ୟୁ ହୋଇଥିବା ହୋଇଥିବା ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।