ମାଛ ମାରିବା ହେଲା କାଳ, ପୋଖରୀରେ ବୁଡି ଯୁବକ ମୃତ
କେନ୍ଦୁଝର, ୯।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ ବଡନଈ ଗ୍ରାମର ଏକ ପୋଖରୀରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ଖବର ଅନୁସାରେ, ଚମ୍ପୁଆ ବ୍ଲକ, ବଡନଈ ପଞ୍ଚାୟତ ଅନ୍ତର୍ଗତ ପଳସା ଗ୍ରାମର ଶେଷଦେବ ନାଏକ ନାମକ ଯୁବକ ତାର ଅନ୍ୟ ତିନି ଜଣ ସାଙ୍ଗଙ୍କ ସହିତ ବଡ଼ନଈ ଗ୍ରାମର ଏକ ପୋଖରୀକୁ ମାଛ ମାରିବାକୁ ଯାଇଥିଲା। ତେବେ ମାଛ ମାରୁଥିବା ସମୟରେ ସେ ପୋଖରୀ ମଝିକୁ ଚାଲି ଯାଇଥିଲା। […] The post ମାଛ ମାରିବା ହେଲା କାଳ, ପୋଖରୀରେ ବୁଡି ଯୁବକ ମୃତ appeared first on Dharitri Odia News.
କେନ୍ଦୁଝର, ୯।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ ବଡନଈ ଗ୍ରାମର ଏକ ପୋଖରୀରେ ବୁଡି ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ଜଣା ପଡିଛି। ଖବର ଅନୁସାରେ, ଚମ୍ପୁଆ ବ୍ଲକ, ବଡନଈ ପଞ୍ଚାୟତ ଅନ୍ତର୍ଗତ ପଳସା ଗ୍ରାମର ଶେଷଦେବ ନାଏକ ନାମକ ଯୁବକ ତାର ଅନ୍ୟ ତିନି ଜଣ ସାଙ୍ଗଙ୍କ ସହିତ ବଡ଼ନଈ ଗ୍ରାମର ଏକ ପୋଖରୀକୁ ମାଛ ମାରିବାକୁ ଯାଇଥିଲା। ତେବେ ମାଛ ମାରୁଥିବା ସମୟରେ ସେ ପୋଖରୀ ମଝିକୁ ଚାଲି ଯାଇଥିଲା। ପୋଖରୀ ଖାଲ ଥିବାରୁ ସେଠାରେ ବୁଡିଯାଇଥିଲେ । ସେ ପାଣିରେ ବୁଡି ଯାଇଥିବା ଦେଖି ଅନ୍ୟ ସାଙ୍ଗ ମାନେ ତାକୁ ପାଣି ଉପରକୁ ଉଠାଇ ଥିଲେ ମଧ୍ୟ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିବା କୁହା ଯାଉଥିବା ବେଳେ ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।
The post ମାଛ ମାରିବା ହେଲା କାଳ, ପୋଖରୀରେ ବୁଡି ଯୁବକ ମୃତ appeared first on Dharitri Odia News.