ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ଜୀବନ ଗଲା
କୁଚିଣ୍ଡା,୨୧ା୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ମହୁଲପାଲି ନଦୀପଠାରେ ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ମହୁଲପାଲି ଗ୍ରାମର ଅନାମ ରୋହିଦାସ (୨୫)। ମଙ୍ଗଳବାର ଅପରାହ୍ନରେ ଏକ ଟ୍ରାକ୍ଟରରେ ମୃତ ଅନାମଙ୍କ ସହ ନୀଳମଣି ରୋହିଦାସ ଓ ଅଜୁ ରୋହିଦାସ ମିଶି ମାଟି ବୋଝେଇ କରୁଥିଲେ। ମାଟି ଖୋଳାହେବା ଦ୍ବାରା ସେଠାରେ ଗର୍ତ୍ତ ସୃଷ୍ଟି ହୋଇଥିଲା ଓ ଗର୍ତ୍ତ ଭିତରୁ ମାଟି ଆଣି ୩ ଜଣ ମିଶି ଟ୍ରାକ୍ଟରରେ […] The post ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ଜୀବନ ଗଲା appeared first on Dharitri Odia News.
କୁଚିଣ୍ଡା,୨୧ା୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ମହୁଲପାଲି ଥାନା ମହୁଲପାଲି ନଦୀପଠାରେ ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ମହୁଲପାଲି ଗ୍ରାମର ଅନାମ ରୋହିଦାସ (୨୫)। ମଙ୍ଗଳବାର ଅପରାହ୍ନରେ ଏକ ଟ୍ରାକ୍ଟରରେ ମୃତ ଅନାମଙ୍କ ସହ ନୀଳମଣି ରୋହିଦାସ ଓ ଅଜୁ ରୋହିଦାସ ମିଶି ମାଟି ବୋଝେଇ କରୁଥିଲେ। ମାଟି ଖୋଳାହେବା ଦ୍ବାରା ସେଠାରେ ଗର୍ତ୍ତ ସୃଷ୍ଟି ହୋଇଥିଲା ଓ ଗର୍ତ୍ତ ଭିତରୁ ମାଟି ଆଣି ୩ ଜଣ ମିଶି ଟ୍ରାକ୍ଟରରେ ଭର୍ତ୍ତି କରୁଥିଲେ। ହଠାତ ଉପର ମାଟି ଅତଡ଼ା ଧସି ପଡ଼ିଥିଲା। ଏଥିରେ ଦୁଇ ଜଣ ଶ୍ରମିକ ବର୍ତ୍ତିଯାଇଥିବା ବେଳେ,ଅନାମଙ୍କ ଉପରେ ମାଟି ଧସି ପଡ଼ିବାରୁ ସାଥୀ ଶ୍ରମିକମାନେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କୁଚିଣ୍ଡା ଡାକ୍ତରଖାନା ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ ମହୁଲପାଲି ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବୁଧବାର ଅନାମଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି।
The post ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ଜୀବନ ଗଲା appeared first on Dharitri Odia News.