ମୋଦିଙ୍କୁ ଭୁଲିଗଲେ ବାଇଡେନ୍
ଓ୍ବିଲ୍ମିଙ୍ଗଟନ୍,୨୩।୯ : କ୍ୱାଡ୍ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ ଖବରଦାତା ସମ୍ମିଳନୀରେ ବାଇଡେନ୍ କ୍ୱାଡ୍ ନେତାମାନଙ୍କ ପରିଚୟ ଦେଉଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଲିଯାଇଥିଲେ। କାର୍ଯ୍ୟକ୍ରମରେ ବାଇଡେନ୍ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଏବଂ ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଉପସ୍ଥିତ ଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ୟାନ୍ସର ସମସ୍ୟା ହ୍ରାସ ନିମନ୍ତେ କ୍ୟାନ୍ସର […] The post ମୋଦିଙ୍କୁ ଭୁଲିଗଲେ ବାଇଡେନ୍ appeared first on Dharitri Odia News.
ଓ୍ବିଲ୍ମିଙ୍ଗଟନ୍,୨୩।୯ : କ୍ୱାଡ୍ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ ଖବରଦାତା ସମ୍ମିଳନୀରେ ବାଇଡେନ୍ କ୍ୱାଡ୍ ନେତାମାନଙ୍କ ପରିଚୟ ଦେଉଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁଲିଯାଇଥିଲେ। କାର୍ଯ୍ୟକ୍ରମରେ ବାଇଡେନ୍ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ୍ ଏବଂ ଜାପାନ ପ୍ରତିପକ୍ଷ ଫୁମିଓ କିଶିଡା ଉପସ୍ଥିତ ଥିଲେ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ୟାନ୍ସର ସମସ୍ୟା ହ୍ରାସ ନିମନ୍ତେ କ୍ୟାନ୍ସର ମୁନ୍ଶୁଟ୍ ଇନିସିଏଟିଭ୍ର ଶୁଭାରମ୍ଭ ହୋଇଥିଲା। ଏହା ଉପରେ ଉଦ୍ବୋଧନ ଦେବା ପରେ ବାଇଡେନ୍ ମଞ୍ଚରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିଚୟ କରାଇବାକୁ ଯାଉଥିଲେ। ତେବେ ସେ କ’ଣ କହିବେ ଜାଣି ନ ପାରି ହଡ଼ବଡ଼େଇ ଯାଇଥିଲେ ଏବଂ ଦ୍ୱନ୍ଦ୍ୱରେ ପଡ଼ିଯାଇଥିବା ଜଣାପଡ଼ୁଥିଲେ। ମୁଁ କାହାର ପରିଚୟ ଦେବି ବୋଲି ସେ ପ୍ରଶ୍ନ କରିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଖବରଦାତା ସମ୍ମିଳନୀରେ ଅଛନ୍ତି ବୋଲି ସମ୍ପୂର୍ଣ୍ଣ ଭୁଲିଯାଇଥିଲେ। କାର୍ଯ୍ୟକ୍ରମର ଉପସ୍ଥାପକ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ଘୋଷଣା କରିବା ସହ ତାଙ୍କ ପରିଚୟ ରଖିବାକୁ ଆଗେଇ ଆସିଥିଲେ।
୮୧ ବର୍ଷୀୟ ବାଇଡେନ୍ଙ୍କ ମାନସିକ ସ୍ଥିତି ଚିନ୍ତାଜନକ ହୋଇଛି। ସେ ଭାଗ ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ନେତାଙ୍କୁ ଭୁଲିଯାଉଛନ୍ତି। ଜୁଲାଇରେ ନାଟୋ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ବାଇଡେନ୍ ସେଠାରେ ଉପସ୍ଥିତ ଥିବା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କୁ ଭୁଲ୍ବଶତଃ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଥିଲେ। ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ପ୍ରେସିଡେନ୍ସିଆଲ ବିତର୍କ ବେଳେ ବାଇଡେନ୍ ବାରମ୍ବାର ହଡ଼ବଡେଇ ଯିବା ସହ କ’ଣ କହିବେ ଜାଣିପାରି ନ ଥିଲେ। ଏଥିପାଇଁ ସେ ନିଜ ଦଳରୁ ସମାଲୋଚିତ ହେବା ପରେ ଡେମୋକ୍ରାଟ୍ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଯିବାକୁ ବାଧ୍ୟ ହୋଇଥିଲେ।
The post ମୋଦିଙ୍କୁ ଭୁଲିଗଲେ ବାଇଡେନ୍ appeared first on Dharitri Odia News.