ମାଡ଼ି ଆସିଲେ ମହିଳା, ଭୁବନେଶ୍ବରରେ ଚହଳ ! କଲେ ବଡ଼ ଦାବି

ଭୁବନେଶ୍ୱର,୧୧।୯: ଗାନ୍ଧୀମାର୍ଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟାମାନଙ୍କର ବଡ଼ ଆନ୍ଦୋଳନ। ବିଧାନସଭା ସମ୍ମୁଖରେ ଏକାଠି ହୋଇ କରିଛନ୍ତି ଗର୍ଜନ। ହଜାର ହଜାର ମହିଳା ଏକାଠି ହୋଇ ୬ମାସର ବକେୟା ଦରମା ପାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟା ବର୍ଷବର୍ଷ ଧରି କାମ କରିବା ପରେ ପୁନଃନିର୍ମାଣ ଆଳରେ ସେମାନଙ୍କୁ ଛଟେଇ କରିବା ଓ ନ୍ୟାୟ ନ ଦେବାରୁ ସେମାନେ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ […] The post ମାଡ଼ି ଆସିଲେ ମହିଳା, ଭୁବନେଶ୍ବରରେ ଚହଳ ! କଲେ ବଡ଼ ଦାବି appeared first on Dharitri Odia News.

ମାଡ଼ି ଆସିଲେ ମହିଳା, ଭୁବନେଶ୍ବରରେ ଚହଳ ! କଲେ ବଡ଼ ଦାବି

ଭୁବନେଶ୍ୱର,୧୧।୯: ଗାନ୍ଧୀମାର୍ଗରେ ନିଖିଳ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟାମାନଙ୍କର ବଡ଼ ଆନ୍ଦୋଳନ। ବିଧାନସଭା ସମ୍ମୁଖରେ ଏକାଠି ହୋଇ କରିଛନ୍ତି ଗର୍ଜନ। ହଜାର ହଜାର ମହିଳା ଏକାଠି ହୋଇ ୬ମାସର ବକେୟା ଦରମା ପାଇବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟା ବର୍ଷବର୍ଷ ଧରି କାମ କରିବା ପରେ ପୁନଃନିର୍ମାଣ ଆଳରେ ସେମାନଙ୍କୁ ଛଟେଇ କରିବା ଓ ନ୍ୟାୟ ନ ଦେବାରୁ ସେମାନେ ରାଜଧାନୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ସେମାନେ ୬ଦଫା ଦାବି ରଖିବା ସହ ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ତମ ସୁପାରିଶ ଭିତରେ ଓ୍ବାର୍କର ମାନ୍ୟତା ଦାବି କରିଛନ୍ତି। ଏଥିସହ ସ୍ଥାୟୀ ନିଯୁକ୍ତି ମଧ୍ୟ ଦାବି କରିଛନ୍ତି। ଗୋଷ୍ଠୀ ସହାୟିକା ସଂଘଙ୍କୁ ଟିଏ ଡିଏ ମିଳୁନଥିବା ଅଭିଯୋଗ କରିଛନ୍ତି। ଦରମା ବୃଦ୍ଧି ସହ ବ୍ୟାଙ୍କ ଖାତାକୁ ଦରମା ପ୍ରଦାନ ଦାବି କରାଯାଇଛି। ଏଥିସହ ସ୍ଥାୟୀ ନିଯୁକ୍ତି ସହ ଆଇଡେଣ୍ଟି କାର୍ଡ ଦେବାକୁ ମଧ୍ୟ ଦାବି କରାଯାଇଛି। ସର୍ବନିମ୍ନ ମଜୁରି ଠାରୁ କମ ଟଙ୍କା ମିଳୁଥିବା ଅଭିଯୋଗ ହୋଇଛି। ମାସକୁ ୩୦ ଦିନ କାମ କରି ଛୁଟି ନାହିଁ। ମିଶନ ଶକ୍ତି ଜରିଆରେ କାମ କରି ଦରମା ମିଳୁନି ବୋଲି ଅଭିଯୋଗ କରିଛନ୍ତି। ଲୋୟର ପିଏମଜିରେ ଆନ୍ଦୋଳନକାରୀ ବିଧାନସଭା ଆଡକୁ ବଢୁଥିବାବେଳେ ପୋଲିସ ସେମାନଙ୍କୁ ଅଯକାଇବାକୁ ଉଦ୍ୟମ କରିଛି।

 

 

 

 

The post ମାଡ଼ି ଆସିଲେ ମହିଳା, ଭୁବନେଶ୍ବରରେ ଚହଳ ! କଲେ ବଡ଼ ଦାବି appeared first on Dharitri Odia News.