ମାଡ଼ି ଆସୁଛି ଝଡ଼ବର୍ଷା, ଏଇ ଜିଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୦ା୩(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ କାଳବୈଶାଖୀ ପ୍ରଭାବରେ ଗୁରୁବାରଠାରୁ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ୨୦ ରୁ ୨୩ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଝଡ, ପବନ ସାଙ୍ଗକୁ ଘଡଘଡି, ବିଜୁଳି ଓ କୁଆପଥର ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଏହାର ପ୍ରଭାବ ବୁଧବାରଠାରୁ ଆକାଶରେ ଦେଖିବାକୁ ମିଳିଲାଣି। ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି […] The post ମାଡ଼ି ଆସୁଛି ଝଡ଼ବର୍ଷା, ଏଇ ଜିଲାରେ ପ୍ରବଳ ବର୍ଷିବ appeared first on Dharitri Odia News.
ଭୁବନେଶ୍ୱର,୨୦ା୩(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ କାଳବୈଶାଖୀ ପ୍ରଭାବରେ ଗୁରୁବାରଠାରୁ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ୨୦ ରୁ ୨୩ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଝଡ, ପବନ ସାଙ୍ଗକୁ ଘଡଘଡି, ବିଜୁଳି ଓ କୁଆପଥର ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି। ଏହାର ପ୍ରଭାବ ବୁଧବାରଠାରୁ ଆକାଶରେ ଦେଖିବାକୁ ମିଳିଲାଣି। ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହେବା ସହ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପ୍ରବେଶ କରିବ। ଉତ୍ତପ୍ତ ବାୟୁମଣ୍ଡଳ ଜଳୀୟବାସ୍ପ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହେବ। ଫଳରେ ଏହା ଝଡବର୍ଷା କରାଇବାରେ ସହାୟକ ହେବ। ତେବେ ଏଥିରେ ଉତ୍ତର ଉପକୂଳ ଓଡ଼ିଶା ଅଧିକ ପ୍ରଭାବିତ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।
The post ମାଡ଼ି ଆସୁଛି ଝଡ଼ବର୍ଷା, ଏଇ ଜିଲାରେ ପ୍ରବଳ ବର୍ଷିବ appeared first on Dharitri Odia News.