ମାଣ୍ଡିପଙ୍କାବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ପ୍ରତି ପରିବାରକୁ ମିଳିଲା…
ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଗରିବୀ ସୀମାରେଖା ତଳେ ଥିବା ପରିବାର ଲୋକଙ୍କୁ ଜୀବନଜୀବିକା ସ୍ବାବଲମ୍ବୀ କରିବାକୁ ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମଙ୍ଗଳବାର ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ୱାବଧାନରେ ଦାରିଙ୍ଗବାଡି ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ନୀହାର ରଞ୍ଜନ ମିଶ୍ର ମାଣ୍ଡିପଙ୍କାରେ ପହଞ୍ଚି କୁକୁଡ଼ାଛୁଆ ବଣ୍ଟନ କରିଛନ୍ତି। ପ୍ରତି ପରିବାର ଲୋକଙ୍କୁ ୪୫ଟି ଲେଖାଏ ପ୍ରଦାନ […] The post ମାଣ୍ଡିପଙ୍କାବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ପ୍ରତି ପରିବାରକୁ ମିଳିଲା… appeared first on Dharitri Odia News.
ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଗରିବୀ ସୀମାରେଖା ତଳେ ଥିବା ପରିବାର ଲୋକଙ୍କୁ ଜୀବନଜୀବିକା ସ୍ବାବଲମ୍ବୀ କରିବାକୁ ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମଙ୍ଗଳବାର ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ୱାବଧାନରେ ଦାରିଙ୍ଗବାଡି ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡାକ୍ତର ନୀହାର ରଞ୍ଜନ ମିଶ୍ର ମାଣ୍ଡିପଙ୍କାରେ ପହଞ୍ଚି କୁକୁଡ଼ାଛୁଆ ବଣ୍ଟନ କରିଛନ୍ତି। ପ୍ରତି ପରିବାର ଲୋକଙ୍କୁ ୪୫ଟି ଲେଖାଏ ପ୍ରଦାନ କରାଯିବା ସହ କୁକୁଡ଼ା ପାଳନ ପାଇଁ ଆବଶ୍ୟକ ପଦକ୍ଷେପ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।
ପ୍ରଥମ ପର୍ଯ୍ୟାୟରେ ୩୭ଟି ପରିବାରକୁ ଏହା ବଣ୍ଟନ କରାଯାଇଥିବା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ଏହି କୁକୁଡ଼ା ପାଳନ ଦ୍ୱାରା ସେମାନଙ୍କ ଜରୁରୀକାଳୀନ ସମୟରେ ବିକ୍ରିବଟା କରି ପରିବାର ପ୍ରତିପୋଷଣ କରିପାରିବେ ଏଥିସହ ଉକ୍ତ କୁକୁଡ଼ା ଚାଷରୁ ସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ, ମାଣ୍ଡିପଙ୍କାରେ ଗତମାସ ଶେଷ ଆଡକୁ ଆମ୍ବ ଟାକୁଆ ବାସିଯାଉ ଖାଇ ମୃତ ଗୁରୁତର ହୋଇଥିଲେ। ପ୍ରଥମେ ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ବ୍ରହ୍ମପୁରରେ ଚିକିତ୍ସା ହେଉଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ଏସସିବିକୁ ଅଧିକା ଚିକିତ୍ସା ପାଇଁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମଧ୍ୟ ଜଣଙ୍କ ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଥିଲା। ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ବିରୋଧୀ ଦଳ ସରକାରଙ୍କୁ ଘେରିବା ସହ ସାଧାରଣ ବଣ୍ଟନ ଚାଉଳ ମିଳିବା ବିଳମ୍ବ ଯୋଗୁ ଭୋକ ପାଇଁ ଆମ୍ବ ଟାକୁଆ ଖାଇଥିବା ଅଭିଯୋଗ ହୋଇଥିଲା। ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ବିଡିଓ, ତହସିଲଦାର, ବାଲିଗୁଡା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରମୁଖ ମାଣ୍ଡିପଙ୍କାରେ ପହଞ୍ଚି ଲୋକଙ୍କ ଜୀବନଜୀବିକା ସ୍ବାବଲମ୍ବୀ କରିବାକୁ ପ୍ରୟାସ ଜୋରଦାର କରିଛନ୍ତି।
The post ମାଣ୍ଡିପଙ୍କାବାସୀଙ୍କ ଜୀବନଜୀବିକା ସ୍ବାବଲମ୍ବୀ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ପ୍ରତି ପରିବାରକୁ ମିଳିଲା… appeared first on Dharitri Odia News.