ମାତ୍ର ୧୮ ବଲ୍ ବାକିଥିଲା…ପଣ୍ଟିଂଙ୍ଗ୍ କହିଲେ ବ୍ୟାଟିଂ ପାଇଁ ଯିବ ! ପଡିଆରେ ଧମାଲ୍ କରିଦେଲେ ୨୧ ବର୍ଷିୟ ବ୍ୟାଟର୍
ନୂଆଦିଲ୍ଲୀ ୨୪।୩: ଯେଉଁଠି ଓ୍ବାର୍ନର୍ ଫେଲ୍, ମିଚେଲ୍ ମାର୍ଶଙ୍କ ବ୍ୟାଟ୍ ଚାଲିଲାନି, ଏମିତିକି ମୈଦାନ୍ରେ ବି ରିଷଭ ପନ୍ତ ମାରିଲେ ଫେଲ୍, ସେଠାରେ ଚମତ୍କାର କରିଦେଲେ ୨୧ ବର୍ଷିୟ ବ୍ୟାଟର୍ । ନିଜର ତୁଫାନି ବ୍ୟାଟିଙ୍ଗ୍ରେ ସମସ୍ତଙ୍କୁ କରିଦେଲେ ଚକିତ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବାମହାତୀ ବ୍ୟାଟର ଅଭିଷେକ ପୋରେଲ୍ ।ଆଇପିଏଲ୍ ୨୦୨୪ରେ ପଞ୍ଜାବ କିଙ୍ଗ୍ସ୍ର ବୋଲରଙ୍କୁ କରିଛନ୍ତି ଜବରଦସ୍ତ ଧୁଲାଇ । ପୋରେଲ୍ ୧୦ ବଲ୍ରେ କରିଛନ୍ତି ୩୨ ରନ୍ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୩୨୦ । ତାଙ୍କ ବ୍ୟାଟ୍ରୁ ୨ଟି ଛକ୍କା ଏବ ୪ଟି ଚୌକା ବର୍ଷିଥିଲା । ପୋରେଲ୍ ପଞ୍ଜାବ ବିପକ୍ଷରେ ୧୮ ଓଭରରେ ମଇଦାନ୍କୁ ଓହ୍ଲାଇଥିଲେ । ଆଉ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ପୂର୍ବ ସିଜିନ୍ରେ ପୋରେଲ୍ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ । କିନ୍ତୁ ଚଳିତ ସିଜିନ୍ରେ ଦମଦାର୍ ପାଳି ଖେଳି ପଣ୍ଟିଂଙ୍କ ନିଷ୍ପତିକୁ ଠିକ୍ ସାବ୍ୟସ୍ତ କରିଥିଲେ । ପନ୍ତ ଏବଂ ୱାର୍ଣ୍ଣରଙ୍କ ୱିକେଟ୍ ନେଇଥିବା ହର୍ଷଲ ପଟେଲ ପୋରେଲଙ୍କ ଶେଷ ଓଭର ବୋଲିଂ ପାଇଁ ଆସିଥିଲେ । ପୋରେଲ୍ ହର୍ଷଲଙ୍କ ପ୍ରଥମ ବଲରେ ଚୌକା, ଦ୍ୱିତୀୟ ବଲରେ ଛକ୍କା, ତୃତୀୟ ବଲରେ ଚୌକା, ଚତୁର୍ଥ ବଲରେ ଚୌକା ଏବଂ ପଞ୍ଚମ ବଲରେ ଛକ୍କା ମାରିଥିଲେ। ଅର୍ଥାତ୍ ହର୍ଷଲଙ୍କ କ୍ରମାଗତ ୫ଟି ବଲ୍ରୁ ପୋରେଲ୍ଙ୍କ ବ୍ୟାଟରୁ ବାହାରିଥିଲା ୨୪ ରନ୍ । ତ
ନୂଆଦିଲ୍ଲୀ ୨୪।୩: ଯେଉଁଠି ଓ୍ବାର୍ନର୍ ଫେଲ୍, ମିଚେଲ୍ ମାର୍ଶଙ୍କ ବ୍ୟାଟ୍ ଚାଲିଲାନି, ଏମିତିକି ମୈଦାନ୍ରେ ବି ରିଷଭ ପନ୍ତ ମାରିଲେ ଫେଲ୍, ସେଠାରେ ଚମତ୍କାର କରିଦେଲେ ୨୧ ବର୍ଷିୟ ବ୍ୟାଟର୍ । ନିଜର ତୁଫାନି ବ୍ୟାଟିଙ୍ଗ୍ରେ ସମସ୍ତଙ୍କୁ କରିଦେଲେ ଚକିତ । ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବାମହାତୀ ବ୍ୟାଟର ଅଭିଷେକ ପୋରେଲ୍ ।

ଆଇପିଏଲ୍ ୨୦୨୪ରେ ପଞ୍ଜାବ କିଙ୍ଗ୍ସ୍ର ବୋଲରଙ୍କୁ କରିଛନ୍ତି ଜବରଦସ୍ତ ଧୁଲାଇ । ପୋରେଲ୍ ୧୦ ବଲ୍ରେ କରିଛନ୍ତି ୩୨ ରନ୍ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୩୨୦ । ତାଙ୍କ ବ୍ୟାଟ୍ରୁ ୨ଟି ଛକ୍କା ଏବ ୪ଟି ଚୌକା ବର୍ଷିଥିଲା । ପୋରେଲ୍ ପଞ୍ଜାବ ବିପକ୍ଷରେ ୧୮ ଓଭରରେ ମଇଦାନ୍କୁ ଓହ୍ଲାଇଥିଲେ । ଆଉ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ପୂର୍ବ ସିଜିନ୍ରେ ପୋରେଲ୍ କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ ।

କିନ୍ତୁ ଚଳିତ ସିଜିନ୍ରେ ଦମଦାର୍ ପାଳି ଖେଳି ପଣ୍ଟିଂଙ୍କ ନିଷ୍ପତିକୁ ଠିକ୍ ସାବ୍ୟସ୍ତ କରିଥିଲେ । ପନ୍ତ ଏବଂ ୱାର୍ଣ୍ଣରଙ୍କ ୱିକେଟ୍ ନେଇଥିବା ହର୍ଷଲ ପଟେଲ ପୋରେଲଙ୍କ ଶେଷ ଓଭର ବୋଲିଂ ପାଇଁ ଆସିଥିଲେ । ପୋରେଲ୍ ହର୍ଷଲଙ୍କ ପ୍ରଥମ ବଲରେ ଚୌକା, ଦ୍ୱିତୀୟ ବଲରେ ଛକ୍କା, ତୃତୀୟ ବଲରେ ଚୌକା, ଚତୁର୍ଥ ବଲରେ ଚୌକା ଏବଂ ପଞ୍ଚମ ବଲରେ ଛକ୍କା ମାରିଥିଲେ। ଅର୍ଥାତ୍ ହର୍ଷଲଙ୍କ କ୍ରମାଗତ ୫ଟି ବଲ୍ରୁ ପୋରେଲ୍ଙ୍କ ବ୍ୟାଟରୁ ବାହାରିଥିଲା ୨୪ ରନ୍ ।

ତେବେ କିଏ ଏହି ବାମୀହାତୀ ବ୍ୟାଟର୍ ? ୧୭ ଅକ୍ଟୋବର ୨୦୦୨ରେ ପଶ୍ଚିମବଙ୍ଗର ଚନ୍ଦନ ନଗରରେ ଜନ୍ମିତ ଅଭିଷେକ । ପଶ୍ଚିମବଙ୍ଗ ପାଇଁ ଜୁନିଅର ସ୍ତରରେ କ୍ରିକେଟ୍ ଖେଳି ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ପୋରେଲ୍ । ଅଭିଷେକ ବାମହାତୀ ବ୍ୟାଟ୍ସମ୍ୟାନ୍ ହେବା ସହ ସେ ଜଣେ ୱିକେଟ୍ କିପର ମଧ୍ୟ । ୨୦୨୨ରେ ପଶ୍ଚିମବଙ୍ଗର ସିନିୟର୍ ଟିମ୍ ପାଇଁ ଖେଳିଛନ୍ତି । ଏହାବ୍ୟତୀତ ୨୦୨୧-୨୨ ରଣଜୀରେ ବରୋଦା ବିପକ୍ଷରେ ଖେଳି ଫାଷ୍ଟକ୍ଲାସ୍ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ସୟଦ ମୁସ୍ତାକ ଅଲି ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରେ ମଧ୍ୟ ପଶ୍ଚିମବଙ୍ଗ ପାଇଁ ଖେଳିଛନ୍ତି।

ଆହାତ କାରଣରୁ ୨୦୨୩ ଆଇପିଏଲ୍ ଖେଳିପାରିନଥିଲେ ରିଷଭ ପନ୍ତ । ସେହି ସମୟରେ ପୋରେଲ୍ଙ୍କୁ ଟ୍ରାଏଲ୍ ପାଇଁ ଆସିଥିଲା ଡକରା । ସେ ଟିମ୍ ମ୍ୟାନେଜମେଣ୍ଟକୁ ପ୍ରଭାବିତ କରିଥିଲେ । ପୋରେଲ୍ ଗତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସରେ ସିଗନେଚର୍ କରିଥିଲେ । ଅଭିଷେକଙ୍କୁ ଦିଲ୍ଲୀ କ୍ୟାପିଟାଲ୍ ୨୦ ଲକ୍ଷରେ କିଣିଛି ।

ପୋରେଲ୍ ଏପର୍ଯ୍ୟନ୍ତ ୧୬ଟି ମ୍ୟାଚ୍ ଖେଳି ନିଜର ଫାଷ୍ଟକ୍ଲାସ୍ କ୍ୟାରିୟରରେ ୬୯୫ ରନ୍ ସଂଗ୍ରହ କରିଛନ୍ତି । ସେ ଏହି ସମୟରେ ୬ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ସର୍ବାଧିକ ରନ୍ ସ୍କୋର ୭୩ ରହିଛି । କିନ୍ତୁ ସେ ନିଜ ୱିକେଟ୍ କିପିଙ୍ଗ୍ ଦକ୍ଷତାରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । କେବଳ ୧୬ଟି ମ୍ୟାଚରେ ସେ ୫୮ ଟି କ୍ୟାଚ୍ ଏବଂ ୮ଟି ଷ୍ଟମ୍ପ ଆଉଟ୍ କରିଛନ୍ତି ।