ମାତ୍ର ୩୭ ବର୍ଷରେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ

ଆୟର୍ଲାଣ୍ଡ,୧୦।୪: ଆୟର୍ଲାଣ୍ଡର ଚିତ୍ର ବର୍ତ୍ତମାନ ବଦଳିବାକୁ ଯାଉଛି। କାରଣ ଲିଓ ଭାରାଦକରଙ୍କ ଇସ୍ତଫା ପରେ ଦେଶର କମାଣ୍ଡ ଜଣେ ଯୁବ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଛଛି। ଶାସକ ଫାଇନ ଗେଲ ଦଳ ଭାରତୀୟ ବଂଶୋଦ୍ଭବ ସାଇମନ ହାରିସଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହାପୂର୍ବରୁ ଭାରତୀୟ ମୂଳ ଲିଓ ଭାରାଦକର ଆୟର୍ଲାଣ୍ଡର ସର୍ବଙ୍‌କନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ। ସେ ଗତ ମାସରେ ଏହି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା […] The post ମାତ୍ର ୩୭ ବର୍ଷରେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ appeared first on Dharitri Odia News.

ମାତ୍ର ୩୭ ବର୍ଷରେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ

ଆୟର୍ଲାଣ୍ଡ,୧୦।୪: ଆୟର୍ଲାଣ୍ଡର ଚିତ୍ର ବର୍ତ୍ତମାନ ବଦଳିବାକୁ ଯାଉଛି। କାରଣ ଲିଓ ଭାରାଦକରଙ୍କ ଇସ୍ତଫା ପରେ ଦେଶର କମାଣ୍ଡ ଜଣେ ଯୁବ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଛଛି। ଶାସକ ଫାଇନ ଗେଲ ଦଳ ଭାରତୀୟ ବଂଶୋଦ୍ଭବ ସାଇମନ ହାରିସଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ଏହାପୂର୍ବରୁ ଭାରତୀୟ ମୂଳ ଲିଓ ଭାରାଦକର ଆୟର୍ଲାଣ୍ଡର ସର୍ବଙ୍‌କନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ। ସେ ଗତ ମାସରେ ଏହି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରଠାରୁ ହରିସ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା ଏବଂ ୍ଶଷରେ ଏହା ହିଁ ଘଟିଥିଲା। ମଙ୍ଗଳବାର ଆୟର୍ଲାଣ୍ଡ ସଂସଦରେ ହାରିସଙ୍କ ସମର୍ଥନରେ ୮୮ ଭୋଟ ଦିଆଯାଇଥିଲା। ସେ ମିଳିତ ସହଯୋଗୀ ଫିଆନା ଫେଲ ଏବଂ ଗ୍ରୀନ ପାର୍ଟି ତଥା ଅନେକ ସ୍ବାଧୀନ ସାଂସଦଙ୍କ ସମର୍ଥନ ଗ୍ରହଣ କରିଥିଲେ।
ସାଇମନ ହାରିସ ସ୍ନାତକ ହାସଲ କରି ରାଜନୀତିରେ ସକ୍ରିୟ ଥିଲେ। ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ ନ କରି, ସେ ନିଜକୁ ଜଣେ ଉତ୍ସର୍ଗୀକୃତ ରାଜନେତା ଭାବରେ ପ୍ରତିଷ୍ଠିତ କଲେ। ସେ ପାର୍ଟି ଭିତରେ ବିଭିନ୍ନ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଅଭିଜ୍ଞତା ପରେ, ହାରିସ ୨୦୧୬ ରୁ ୨୦୨୦ ମଧ୍ୟଭାଗରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରେ ଆୟର୍ଲାଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

The post ମାତ୍ର ୩୭ ବର୍ଷରେ ଆୟର୍ଲାଣ୍ଡର ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ appeared first on Dharitri Odia News.