ମା’ର ମାନସିକ ପୂରଣ କଲା ପୁଅ, ଦଣ୍ଡ ମାରି ମାରି ପହଞ୍ଚିଲା ବଡ଼ଦାଣ୍ଡ
ଦୁଇ ମାସର ହୋଇଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତର ଫେରାଇ ଦେଇଥିଲେ। ମା’ ତାଙ୍କୁ ନେଇ ପହଞ୍ଚିଥିଲେ ଜଗାର ଦୁଆରେ।
ମା’ର ମାନସିକ ପୂରଣ କଲେ ପୁଅ। ଦଣ୍ଡ ମାରି ୭୦ କିଲୋମିଟର ଅତିକ୍ରମ କରି ବଡ଼ ଦାଣ୍ଡରେ ପହଞ୍ଚିଲେ। ମା’ କହେ ତାଙ୍କ ପୁଅକୁ ଭଲ କରି ଦେଇଥିଲେ କାଳିଆ ଠାକୁର। ଡାକ୍ତର ଫେରାଇ ଦେଇଥିଲେ, କିନ୍ତୁ କାଳିଆ ତାଙ୍କ ପୁଅକୁ କୋଳାଇ ନେଇଥିଲେ।