ମାରାଥନ ବେଳେ ଯୁବକଙ୍କୁ ଗୁଳିମାଡ଼

ରାଉରକେଲା:ମାରାଥନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଯୁବଙ୍କୁ ଗୁଳିମାଡ଼ ହୋଇଛି। ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ ଏହି ଗୁଳିମାଡ଼ ହୋଇଛି। ଯୁବକଙ୍କ ପିଠିରେ ଗୁଳି ବାଜିଛି। ତେବେ କିଏ ଓ କାହିଁକି ଗୁଳି ମାରିଲା ତାର କାରଣ ଜଣା ପଡିନି। ଗୁଳି ବାଜିଥିବା ଯୁବକଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ପୂର୍ବ ଶତ୍ରୁତା ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ […]

ମାରାଥନ ବେଳେ ଯୁବକଙ୍କୁ ଗୁଳିମାଡ଼

ରାଉରକେଲା:ମାରାଥନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଯୁବଙ୍କୁ ଗୁଳିମାଡ଼ ହୋଇଛି। ରାଉରକେଲା ସେକ୍ଟର ୩ ଥାନା ଅଞ୍ଚଳରେ ଏହି ଗୁଳିମାଡ଼ ହୋଇଛି। ଯୁବକଙ୍କ ପିଠିରେ ଗୁଳି ବାଜିଛି। ତେବେ କିଏ ଓ କାହିଁକି ଗୁଳି ମାରିଲା ତାର କାରଣ ଜଣା ପଡିନି। ଗୁଳି ବାଜିଥିବା ଯୁବକଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।

କୁହାଯାଉଛି ପୂର୍ବ ଶତ୍ରୁତା ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୋଲିସ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛି।ମାରାଥନ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଏଭଳି ଅଘଟଣକୁ ନେଇ ପୋଲିସର ଚିନ୍ତା ବଢ଼ି ଯାଇଛି। ଜନ ଗହଳି ପୂର୍ଣ୍ଣ ସ୍ଥାନରେ କିଏ ଗୁଳି ଚଳାଇଲା ତାକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି।