ମାର୍ଚ୍ଚରେ ମିଳିବ ସୁଭଦ୍ରା ଯୋଜନା ୨ୟ କିସ୍ତି ଟଙ୍କା
ଭୁବନେଶ୍ୱର : ମାର୍ଚ୍ଚରେ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା । ଜାନୁଆରୀ ଶେଷ ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଜାନୁଆରି ଶେଷ ସୁଦ୍ଧା ଓଡ଼ିଶାର ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିଯିବ। ପୂର୍ବରୁ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ମାର୍ଚ୍ଚ ୭ […]

ଭୁବନେଶ୍ୱର : ମାର୍ଚ୍ଚରେ ସୁଭଦ୍ରାର ଦ୍ବିତୀୟ କିସ୍ତି ଟଙ୍କା । ଜାନୁଆରୀ ଶେଷ ସୁଦ୍ଧା ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଜାନୁଆରି ଶେଷ ସୁଦ୍ଧା ଓଡ଼ିଶାର ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିଯିବ।
ପୂର୍ବରୁ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଯିବ ଏବଂ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ଏନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଥିଲେ, ଏବେ ଆବେଦନ ଲାଗି ସମୟ ଅଛି। ଏଣୁ ବ୍ୟସ୍ତ ହେବାର କିଛି ନାହିଁ। ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହେଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି। ୨୨ ପ୍ରତିଶତ କାମ ସମାଧାନ ହେଇସାରିଛି, ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ।
ଅନ୍ୟପଟେ ୩ଟି ପର୍ଯ୍ୟାୟରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟରେ ପ୍ରଥମ କିସ୍ତିର ଟଙ୍କା ପହଞ୍ଚିବା ପରେ ଚତୁର୍ଥ ପର୍ଯ୍ୟାୟକୁ ଅପେକ୍ଷା କରି ରହିଛନ୍ତି ଅନେକ ହିତାଧିକାରୀ । କିନ୍ତୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର ୨୫ ଦେବାକୁ ଥିବା ବେଳେ ଏହାକୁ ସ୍ଥଗିତ ରଖାଯାଇଛି । ତେବେ ଏ ନେଇ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟକୁ ନେଇ କୁହାଯାଉଛି ଯେ, ଏହି ଟଙ୍କା ଆସନ୍ତା ୨୦୨୫ ଜାନୁୟାରୀରେ ସରକାର ପଠାଇ ପାରନ୍ତି । ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧକ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏହି ପର୍ଯ୍ୟାୟ ଟଙ୍କା ବିଳମ୍ବରେ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯାଞ୍ଚ ଆସନ୍ତା ୩୦ ସୁଦ୍ଧା ଶେଷ ହୋଇଯିବ, ଏହାପରେ ହିତାଧିକାରୀଙ୍କୁ ନୂଆବର୍ଷରେ ନୂଆ ଉପହାର ଦେଇପାରନ୍ତି ।