ମାର୍ଶାଲଆର୍ଟ ପ୍ରତିଯୋଗିତାରେ ଓଡ଼ିଶାରୁ ୨ ଖେଳାଳି ମନୋନୀତ
ଅନୁଗୋଳ ଅଫିସ,୩୧।୧୦(ମାନସ ବିଶ୍ୱାଳ): ଅନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଜବେଗିସ୍ଥାନରେ ନଭେମ୍ବର ୨ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତାରେ ଓଡ଼ିଶାରୁ ୨ ଖେଳାଳି ମନୋନୀତ ହୋଇଛନ୍ତି। ବାଳକ ବିଭାଗରେ ସୌମ୍ୟରଞ୍ଜନ ନାୟକ ଏବଂ ବାଳିକା ବିଭାଗର ମିନତି ସାହୁଙ୍କୁ ମନୋନୀତ କରାଯାଇଛି। ଏନେଇ ଦୁଇ ପ୍ରତିଯୋଗୀ ଗୁରୁବାର ଉଜବେଗିସ୍ଥାନ ଅଭିମୁଖେ ଯାତ୍ରା କରିଛନ୍ତି। ଉକ୍ତ ଖେଳାଳିମାନଙ୍କୁ ଓଡ଼ିଶା ଅଲିମ୍ପିକ୍ସ ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ମାଧ୍ୟମିକ ଶିକ୍ଷା […] The post ମାର୍ଶାଲଆର୍ଟ ପ୍ରତିଯୋଗିତାରେ ଓଡ଼ିଶାରୁ ୨ ଖେଳାଳି ମନୋନୀତ appeared first on Dharitri Odia News.
ଅନୁଗୋଳ ଅଫିସ,୩୧।୧୦(ମାନସ ବିଶ୍ୱାଳ): ଅନ୍ତର୍ଜାତୀୟ ୪ର୍ଥ ବିଶ୍ୱ ସ୍କୋଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଜବେଗିସ୍ଥାନରେ ନଭେମ୍ବର ୨ରୁ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତାରେ ଓଡ଼ିଶାରୁ ୨ ଖେଳାଳି ମନୋନୀତ ହୋଇଛନ୍ତି। ବାଳକ ବିଭାଗରେ ସୌମ୍ୟରଞ୍ଜନ ନାୟକ ଏବଂ ବାଳିକା ବିଭାଗର ମିନତି ସାହୁଙ୍କୁ ମନୋନୀତ କରାଯାଇଛି।
ଏନେଇ ଦୁଇ ପ୍ରତିଯୋଗୀ ଗୁରୁବାର ଉଜବେଗିସ୍ଥାନ ଅଭିମୁଖେ ଯାତ୍ରା କରିଛନ୍ତି। ଉକ୍ତ ଖେଳାଳିମାନଙ୍କୁ ଓଡ଼ିଶା ଅଲିମ୍ପିକ୍ସ ସଂଘ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଯୁଗ୍ମ ନିର୍ଦ୍ଦେଶକ ସପନ କୁମାର ଜେନା, ଅନୁଗୋଳ ଜିଲା କ୍ରିଡ଼ା ଅଧିକାରୀ ଅକ୍ଷୟ କୁମାର ସେଠ, ଓଡ଼ିଶା ସ୍କୋଏ ମାର୍ଶାଲ ଆର୍ଟର ସଭାପତି ସୁଶାନ୍ତ କୁମାର ସିହ୍ନା, ଉପସଭାପତି ଦୁଷ୍ୟନ୍ତ କୁମାର ନାଥ, ସମ୍ପାଦକ ଓ (ପ୍ରତିଷ୍ଠାତା) ଏସ୍କେ ସଲାଉ ଦିନ ଉପସ୍ଥିତି ରହି ଦୁଇ ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
The post ମାର୍ଶାଲଆର୍ଟ ପ୍ରତିଯୋଗିତାରେ ଓଡ଼ିଶାରୁ ୨ ଖେଳାଳି ମନୋନୀତ appeared first on Dharitri Odia News.