ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୧୭ଟି ବଗି

ପାରାଦୀପ ୦୨।୦୮ : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ । ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଛି । ଯାହାଫଳରେ ୧୭ଟି ବଗି ଟ୍ରାକ୍‌ରୁ ଖସିଯାଇଛି ।ଖବର ଅନୁଯାୟୀ, ସୋମବାର ସକାଳୁ ସକାଳୁ ଏକ ମାଲବାହୀ ଟ୍ରେନ୍‌ ପାରାଦୀପ ବନ୍ଦରକୁ ଯାଉଥିଲା । ହେଲେ ବାଉରିଆପାଳନ୍ଦା ନିକଟରେ ଟ୍ରେନ୍‌ଟି ହଠାତ୍‌ ଲାଇନ୍‌ଚ୍ୟୁତ ହୋଇଥିଲା । ଏପିରିକି ଟ୍ରେନ୍‌ର ୧୭ଟି ବଗି ଟ୍ରାକ୍‌କୁ ଖସିଯାଇଛି । ଏହାସହିତ ଗୋଟିଏ ବଗି ଓଲଟି ପଡିଥିବା ବେଳେ ଆଉ ଗୋଟିଏ ଅଧା ଅଣେଇ ହୋଇଛି । ସେପଟେ ଟ୍ରେନ୍‌ ଦୁର୍ଘଟଣା ସଂପର୍କରେ ଖବର ପାଇ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ମାଲବାହୀ ଟ୍ରେନ୍‌ଟି କିପରି ଟ୍ରାକ୍‌ରୁ ଖସିଲା । ସେନେଇ ତଦନ୍ତ ଆରମ୍ଭ କରିଛି ରେଳବାଇ ବିଭାଗ । 

ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୧୭ଟି ବଗି

ପାରାଦୀପ ୦୨।୦୮ : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ । ପାରାଦୀପ ବାଉରିଆପାଳନ୍ଦାରେ ଏକ ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଛି । ଯାହାଫଳରେ ୧୭ଟି ବଗି ଟ୍ରାକ୍‌ରୁ ଖସିଯାଇଛି ।

ଖବର ଅନୁଯାୟୀ, ସୋମବାର ସକାଳୁ ସକାଳୁ ଏକ ମାଲବାହୀ ଟ୍ରେନ୍‌ ପାରାଦୀପ ବନ୍ଦରକୁ ଯାଉଥିଲା । ହେଲେ ବାଉରିଆପାଳନ୍ଦା ନିକଟରେ ଟ୍ରେନ୍‌ଟି ହଠାତ୍‌ ଲାଇନ୍‌ଚ୍ୟୁତ ହୋଇଥିଲା । ଏପିରିକି ଟ୍ରେନ୍‌ର ୧୭ଟି ବଗି ଟ୍ରାକ୍‌କୁ ଖସିଯାଇଛି । ଏହାସହିତ ଗୋଟିଏ ବଗି ଓଲଟି ପଡିଥିବା ବେଳେ ଆଉ ଗୋଟିଏ ଅଧା ଅଣେଇ ହୋଇଛି । 

ସେପଟେ ଟ୍ରେନ୍‌ ଦୁର୍ଘଟଣା ସଂପର୍କରେ ଖବର ପାଇ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ମାଲବାହୀ ଟ୍ରେନ୍‌ଟି କିପରି ଟ୍ରାକ୍‌ରୁ ଖସିଲା । ସେନେଇ ତଦନ୍ତ ଆରମ୍ଭ କରିଛି ରେଳବାଇ ବିଭାଗ ।