ମିଛର ହୋଲସେଲର୍‌ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ତେଜସ୍ବୀ

ପାଟନା,୩।୧: ଆଜି ରାମ ମନ୍ଦିରକୁ ନେଇ ରାଜନୀତି ଜୋର ଧରିଛି। ଏହି କ୍ରମରେ ସାମିଲ ହୋଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ। ସେ କହିଛନ୍ତି,ଭଗବାନ ରାମଙ୍କୁ ମୋଦି ଜୀ ଦରକାର କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଭୁ ରାମ ଚାହିଁଲେ ସବୁ ଜାଗାରେ ଘର ଏବଂ ପ୍ରାସାଦ ନିର୍ମାଣ କରିହେବ ସେ, କିନ୍ତୁ ନରେନ୍ଦ୍ର ମୋଦି ଦର୍ଶାଇଛନ୍ତି ଯେ ସେ ପ୍ରଭୁ ରାମଙ୍କୁ ଏକ ଘର ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ […] The post ମିଛର ହୋଲସେଲର୍‌ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ତେଜସ୍ବୀ appeared first on Dharitri Odia News.

ମିଛର ହୋଲସେଲର୍‌ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ତେଜସ୍ବୀ

ପାଟନା,୩।୧: ଆଜି ରାମ ମନ୍ଦିରକୁ ନେଇ ରାଜନୀତି ଜୋର ଧରିଛି। ଏହି କ୍ରମରେ ସାମିଲ ହୋଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ। ସେ କହିଛନ୍ତି,ଭଗବାନ ରାମଙ୍କୁ ମୋଦି ଜୀ ଦରକାର କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଭୁ ରାମ ଚାହିଁଲେ ସବୁ ଜାଗାରେ ଘର ଏବଂ ପ୍ରାସାଦ ନିର୍ମାଣ କରିହେବ ସେ, କିନ୍ତୁ ନରେନ୍ଦ୍ର ମୋଦି ଦର୍ଶାଇଛନ୍ତି ଯେ ସେ ପ୍ରଭୁ ରାମଙ୍କୁ ଏକ ଘର ଦେଇଛନ୍ତି।
ଏକ କାର୍ଯ୍ୟକ୍ରମରେ ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ କରି ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି ଭାଜପା। ମୋଦି ଜୀ ଜଣେ ନକଲି ବ୍ୟକ୍ତି, ସେ ହେଉଛନ୍ତି ମିଛର ହୋଲସେଲର, ମିଥ୍ୟା ବିତରକ। ମନ ଏବଂ ହୃଦୟରେ ବିଶ୍ୱାସ ରହିବା ସହ ଉଦ୍ଦେଶ୍ୟ ସ୍ପଷ୍ଟ ହେବା ଉଚିତ୍‌। ଯଦି ତୁମେ ଭୁଲ କାର୍ଯ୍ୟ ଜାରି ରଖ, ପାପ କର ଏବଂ ରାମ-ରାମ ଜପ କର, ତେବେ ରାମ ତୁମକୁ ଆଶୀର୍ବାଦ ଦେବ ନାହିଁ। ଯଦି ତୁମେ ଭଲ କାମ କର, ଈଶ୍ବରଙ୍କ ଆଶୀର୍ବାଦ ତୁମ ସହିତ ରହିବ। ଯଦି ଗୋଡ କଟିଯାଏ, ତେବେ ମନ୍ଦିରକୁ ଯାଇ ପଣ୍ଡିତଙ୍କୁ ଦେଖାଇବା ନା ଡାକ୍ତରଖାନା ଯାଇ ଡାକ୍ତରଙ୍କୁ ଦେଖାଇବା ବୋଲି ସେ ପ୍ରଶ୍ନ କରିଛନ୍ତି।

The post ମିଛର ହୋଲସେଲର୍‌ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ତେଜସ୍ବୀ appeared first on Dharitri Odia News.