ମିଥ୍ୟା ସତ୍ୟପାଠ ମାମଲା : ଯାଜପୁର ସାଂସଦଙ୍କୁ ହାଇକୋର୍ଟଙ୍କ ନୋଟିସ
କଟକ :ଓଡିଶା ହାଇକୋର୍ଟ ଆଜି ଯାଜପୁର ସଂସଦୀୟ କ୍ଷେତ୍ର ନିର୍ବାଚନୀ ଅନିୟମିତତା ମୋକଦ୍ଦମାର ଶୁଣାଣି କରି ଯାଜପୁର ଲୋକସଭା ସାଂସଦ ରବିନ୍ଦ୍ରନାରାୟଣ ବେହେରାଙ୍କୁ ନୋଟିସ ଜାରି କରିଛନ୍ତି । ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସୁଦ୍ଧା ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି ଅଦାଲତ । ମାମାଲରୁ ପ୍ରକାଶ ଯେ,ଯାଜପୁର ସାଂସଦ ଶ୍ରୀ ବେହେରା […]

କଟକ :ଓଡିଶା ହାଇକୋର୍ଟ ଆଜି ଯାଜପୁର ସଂସଦୀୟ କ୍ଷେତ୍ର ନିର୍ବାଚନୀ ଅନିୟମିତତା ମୋକଦ୍ଦମାର ଶୁଣାଣି କରି ଯାଜପୁର ଲୋକସଭା ସାଂସଦ ରବିନ୍ଦ୍ରନାରାୟଣ ବେହେରାଙ୍କୁ ନୋଟିସ ଜାରି କରିଛନ୍ତି । ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ରାଧାକ୍ରିଷ୍ଣ ପଟ୍ଟନାୟକ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ସୁଦ୍ଧା ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ କହିଛନ୍ତି ଅଦାଲତ ।
ମାମାଲରୁ ପ୍ରକାଶ ଯେ,ଯାଜପୁର ସାଂସଦ ଶ୍ରୀ ବେହେରା ନାମାଙ୍କନ ପତ୍ର ଦାଖଲ ବେଳେ ସତ୍ୟପାଠରେ ଅସଂପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଶ୍ରୀ ବେହେରା ନିଜ ନାମରେ ରହିଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରିନଥିବା ନେଇ ଆବେଦନରେ ଦର୍ଶାଯାଇଛି। ଏଣୁ ତାଙ୍କ ନିର୍ବାଚନକୁ ଜନ ପ୍ରତିନିଧି ଆଇନ ଅନୁସାରେ ଅସିଦ୍ଧ ଘୋଷଣା ପାଇଁ ଯାଜପୁର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ଶ୍ରୀମତୀ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ଅନ୍ୟ ପ୍ରତିପକ୍ଷଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି।
ପ୍ରକାଶଥାଉକି ଗତ ୨୦୨୪ସାଧାରଣ ନିର୍ବାଚନରେ ଯାଜପୁର ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ହୋଇଥିବା ରବିନ୍ଦ୍ରନାରାୟଣ ବେହେରା ମୋଟ ୫୩୪୨୩୯ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀଙ୍କୁ ୫୩୨୬୫୨ଖଣ୍ଡ ଭୋଟ ମିଳିଥିଲା । ମାତ୍ର ୧୫୮୭ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ନିର୍ବାଚିତ ସାଂସଦ ରବିନ୍ଦ୍ରନାରାୟଣ ବେହେରାଙ୍କ ନିର୍ବାଚନକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର୭କୁ ଧାର୍ଯ୍ୟ ହୋଇଛି।