ମିଳିଲାନି ଜାମିନ ; ଜେଲ ଗଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

କନକ ବ୍ୟୁରୋ : ଜାମିନ ଆବେଦନ ଖାରଜ ପରେ ଜେଲ ଗଲେ ଅଲ୍ଲୁ ଅର୍ଜୁନ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଲ୍ଲୁ । ଚଞ୍ଚଲଗୁଡା ଜେଲ୍ଲ ସମ୍ମୁଖରେ ସୁରକ୍ଷା କଡାକଡି । ଏହା ପରେ ହାଇ କୋର୍ଟ ଯିବେ ଅଲ୍ଲୁ ଅର୍ଜୁନଙ୍କ ଓକିଲ । ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟା ଘଟଣାରେ ହାଇଦ୍ରାବାଦ ପୋଲିସ ଅଲ୍ଲୁ ଅର୍ଜୁନ ଓ ତାଙ୍କ ବଡିଗାର୍ଡଙ୍କୁ ଗିରଫ କରାଯାଇଥିଲା । ଡିସେମ୍ବର ୪ ରେ ପୁଷ୍ପା-୨ ପ୍ରିମିୟର ସୋରେ ଏହି ଘଟଣା ଘଟିଥିଲା । ଭିଡ଼ ବଢ଼ିବାରୁ ହୋଇଥିଲା ଦଳାଚକଟା । ଘଟଣାରେ ବଥି ନାମକ ଜଣେ ୩୯ ବର୍ଷ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମହିଳାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ଡିସେମ୍ବର ୫ରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା । ଗିରଫ ପରେ କୋର୍ଟରେ ହାଜର ହୋଇଥିଲେ ଅଭିନେତା ଅଲ୍ଲୁ ଅର୍ଜୁନ । ଜାମିନ୍ ନେଇ କୋର୍ଟରେ ଚାଲିଥିଲା ଶୁଣାଣି କିନ୍ତୁ ମିଳିଲାନି ଜାମିନ।

ମିଳିଲାନି ଜାମିନ ; ଜେଲ ଗଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

କନକ ବ୍ୟୁରୋ : ଜାମିନ ଆବେଦନ ଖାରଜ ପରେ ଜେଲ ଗଲେ ଅଲ୍ଲୁ ଅର୍ଜୁନ । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଲ୍ଲୁ । ଚଞ୍ଚଲଗୁଡା ଜେଲ୍ଲ ସମ୍ମୁଖରେ ସୁରକ୍ଷା କଡାକଡି । ଏହା ପରେ ହାଇ କୋର୍ଟ ଯିବେ ଅଲ୍ଲୁ ଅର୍ଜୁନଙ୍କ ଓକିଲ ।

ପୁଷ୍ପା-୨ ସ୍କ୍ରିନିଂ ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ନିକଟରେ ଘଟିଥିବା ଦଳାଚକଟା ଘଟଣାରେ ହାଇଦ୍ରାବାଦ ପୋଲିସ ଅଲ୍ଲୁ ଅର୍ଜୁନ ଓ ତାଙ୍କ ବଡିଗାର୍ଡଙ୍କୁ ଗିରଫ କରାଯାଇଥିଲା । ଡିସେମ୍ବର ୪ ରେ ପୁଷ୍ପା-୨ ପ୍ରିମିୟର ସୋରେ ଏହି ଘଟଣା ଘଟିଥିଲା । ଭିଡ଼ ବଢ଼ିବାରୁ ହୋଇଥିଲା ଦଳାଚକଟା । ଘଟଣାରେ ବଥି ନାମକ ଜଣେ ୩୯ ବର୍ଷ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମହିଳାଙ୍କ ପରିବାରର ଅଭିଯୋଗ ପରେ ପୋଲିସ ଡିସେମ୍ବର ୫ରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଏବଂ ଥିଏଟର ମ୍ୟାନେଜମେଣ୍ଟ ବିରୋଧରେ ମାମଲା ଦାୟର କରିଥିଲା । ଗିରଫ ପରେ କୋର୍ଟରେ ହାଜର ହୋଇଥିଲେ ଅଭିନେତା ଅଲ୍ଲୁ ଅର୍ଜୁନ । ଜାମିନ୍ ନେଇ କୋର୍ଟରେ ଚାଲିଥିଲା ଶୁଣାଣି କିନ୍ତୁ ମିଳିଲାନି ଜାମିନ।