ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ରାତି ବିତାଇଛି… ଏହି କ୍ରିକେଟରଙ୍କ ମନ୍ତବ୍ୟକୁ ନେଇ ଖେଳିଗଲା ହଇଚଇ
ନୂଆଦିଲ୍ଲୀ,୧୨।୬: ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବହୁତ ମଜା କରନ୍ତି। ସେମାନେ ସବୁବେଳେ ନିଜ ଜୀବନକୁ ଉପଭୋଗ କରନ୍ତି। ସେମାନଙ୍କ ସଂସ୍କୃତି ମଧ୍ୟ ସେମାନଙ୍କୁ ଏହିପରି ଉପଭୋଗ କରିବାର ସ୍ବାଧୀନତା ଦିଏ। ଏକ ଶୋ’ରେ, ଜଣେ ଭାରତୀୟ କ୍ରିକେଟର କହିଥିଲେ, ବ୍ରାଭୋ ବିବାହିତ ନୁହଁନ୍ତି, କିନ୍ତୁ ତାଙ୍କର ପିଲା ଏବଂ ଅନେକ ପ୍ରେମିକା ଅଛନ୍ତି। ଏବେ ଜଣେ କ୍ରିକେଟର ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ହଇଚଇ ସୃଷ୍ଟି ହୋଛି। ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ସମ୍ପର୍କ […] The post ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ରାତି ବିତାଇଛି… ଏହି କ୍ରିକେଟରଙ୍କ ମନ୍ତବ୍ୟକୁ ନେଇ ଖେଳିଗଲା ହଇଚଇ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୬: ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବହୁତ ମଜା କରନ୍ତି। ସେମାନେ ସବୁବେଳେ ନିଜ ଜୀବନକୁ ଉପଭୋଗ କରନ୍ତି। ସେମାନଙ୍କ ସଂସ୍କୃତି ମଧ୍ୟ ସେମାନଙ୍କୁ ଏହିପରି ଉପଭୋଗ କରିବାର ସ୍ବାଧୀନତା ଦିଏ। ଏକ ଶୋ’ରେ, ଜଣେ ଭାରତୀୟ କ୍ରିକେଟର କହିଥିଲେ, ବ୍ରାଭୋ ବିବାହିତ ନୁହଁନ୍ତି, କିନ୍ତୁ ତାଙ୍କର ପିଲା ଏବଂ ଅନେକ ପ୍ରେମିକା ଅଛନ୍ତି। ଏବେ ଜଣେ କ୍ରିକେଟର ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ହଇଚଇ ସୃଷ୍ଟି ହୋଛି। ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ସମ୍ପର୍କ ରଖିଛି ବୋଲି ୱେଷ୍ଟଇଣ୍ଡିଜ କ୍ରିକେଟର ଟିନୋ ବେଷ୍ଟ କହିଛନ୍ତି।
ଟିନୋ ବେଷ୍ଟ ୱେଷ୍ଟଇଣ୍ଡିଜ ଦଳ ପାଇଁ ୨୬ ଟେଷ୍ଟ ଏବଂ ୨୫ ଦିନିକିଆ ଖେଳିଥିଲେ। ଟିନୋ ଆତ୍ମଜୀବନୀ ‘ମାଇଣ୍ଡ ଦି ୱିଣ୍ଡୋଜ ମାଇ ଷ୍ଟୋରୀ’ରେ ପ୍ରକାଶ କରିଥିଲେ ଯେ,କ୍ରିକେଟ ଖେଳୁଥିବା ସମୟରେ ତାଙ୍କର ଅନେକ ଦେଶର ଶହ ଶହ ଯୁବତୀଙ୍କ ସହ ସମ୍ପର୍କ ଥିଲା। ଯୁବତୀମାନେ ମୋତେ ପସନ୍ଦ କରନ୍ତି ଏବଂ ମୁଁ ମଧ୍ୟ ସେମାନଙ୍କୁ ପସନ୍ଦ କରେ। ମୁଁ ଭାବେ ଯେ ମୁଁ ବିଶ୍ୱର ସବୁଠାରୁ ସୁନ୍ଦର ଦେଖାଯାଉଥିବା ପୁରୁଷ। ମୁଁ ଜଣେ କ୍ରିକେଟର ଭାବରେ ଯେଉଁଠାକୁ ଯାଉଥିଲି, ଯୁବତୀମାନଙ୍କୁ ଡେଟ କରୁଥିଲି ଏବଂ ସେମାନଙ୍କ ସହିତ ରାତି ବିତାଉଥିଲି। ମୁଁ ଭାବୁଛି ଏହି ସମୟରେ ମୋର ପ୍ରାୟ ୫୦୦ ରୁ ୬୫୦ ଯୁବତୀଙ୍କ ସହ ସମ୍ପର୍କ ଥିଲା।”
ଟିନୋ ବେଷ୍ଟ ଏଥିରେ ତାଙ୍କ ସ୍ତ୍ରୀଙ୍କ ବିଷୟରେ ମଧ୍ୟ ଲେଖିଛନ୍ତି। ମୋର ପ୍ରଥମ ପ୍ରେମ ମେଲିସା ଥିଲା, ଯାହାଙ୍କଠାରୁ ମୋର ଏକ ଝିଅ ତମନି ଜନ୍ମ ହୋଇଥିଲା। କିନ୍ତୁ ମୋ ସ୍ତ୍ରୀ ସହିତ ସମ୍ପର୍କ ଖରାପ ହେବାରେ ଲାଗିଲା। ମୋର ବନ୍ଧୁମାନେ ମୋତେ କହୁଥିଲେ ଯେ, ଯେତେବେଳେ ମୁଁ ବାର୍ବାଡୋସ ପାଇଁ ଉଇକେଟ ନେବି, ମୋ ସ୍ତ୍ରୀ ଫେରି ଆସିବେ। ମୁଁ ଏପରି କଲି କିନ୍ତୁ ସେ ଫେରି ନ ଥିଲେ, ଏହା ପରେ ମୁଁ ଜଣେ ପ୍ଲେବୟ ହୋଇଗଲି। ମୁଁ ଯେକୌଣସି ଯୁବତୀଙ୍କୁ ପସନ୍ଦ କରୁଥିଲି, ସେ କିଏ ହେଉନା କାହିଁକି, ମୁଁ ତାଙ୍କ ସହିତ କଥା ହେଉଥିଲି।ଙ୍
ପୂର୍ବତନ ୱେଷ୍ଟଇଣ୍ଡିଜ କ୍ରିକେଟର ତାଙ୍କ ଆତ୍ମଜୀବନୀରେ କହିଛନ୍ତି, ମୁଁ ସପ୍ତାହରେ ୫ କିମ୍ବା ୬ ଡେଟରେ ଯାଉଥିଲି, ତାହା ମଧ୍ୟ ବିଭିନ୍ନ ଯୁବତୀଙ୍କ ସହିତ। ମୋତେ ଲଗାତାର ଯାତ୍ରା କରିବାକୁ ପଡୁଥିଲା, ଗୋଟିଏ ଦିନ ଏଠାରେ ଏବଂ ପରଦିନ ଅନ୍ୟ କୌଣସି ସ୍ଥାନରେ। ମୁଁ ଯୁବକ ଥିଲି ଏବଂ ଏହି ଜୀବନଶୈଳୀକୁ ପସନ୍ଦ କରୁଥିଲି। ସବୁଠାରୁ ଭଲ ଯୁବତୀମାନେ ଅଷ୍ଟ୍ରେଲିଆର, ସେମାନେ ସେମାନଙ୍କର ଫିଟନେସ ପ୍ରତି ଧ୍ୟାନ ଦିଅନ୍ତି ଏବଂ ସୁନ୍ଦର ଶରୀର ରଖନ୍ତି।
The post ମୁଁ ପ୍ରାୟ ୬୦୦ ଯୁବତୀଙ୍କ ସହ ରାତି ବିତାଇଛି… ଏହି କ୍ରିକେଟରଙ୍କ ମନ୍ତବ୍ୟକୁ ନେଇ ଖେଳିଗଲା ହଇଚଇ appeared first on Dharitri Odia News.