‘ମୁଁ ଭାବିଥିଲି ସରକାରୀ ଦଳରେ ରହିବି, ହେଲେ ଈଶ୍ୱରଙ୍କ ଇଚ୍ଛା…’ : ଗଣେଶ୍ୱର ବେହେରା

ଭୁବନେଶ୍ୱର,୨୦ା୬: କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ବିଜେଡିର ପରାଜୟକୁ ଅନ୍ତରରୁ ସ୍ବୀକାର କରିପାରୁ ନାହାନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗୋପବନ୍ଧୁଙ୍କ କଥା ଅକ୍ଷରେ ଅକ୍ଷରେ ସତ ହେଲା। ସେ ଭାବୁଥିଲେ ସରକାରୀ ଦଳରେ ରହିବେ। ହେଲେ ଈଶ୍ୱରଙ୍କ ଇଚ୍ଛା ବିରୋଧୀ ଦଳରେ ବସିବା। ଏହାହିଁ ହେଲା। ଗଣତନ୍ତ୍ରରେ ପରିବର୍ତ୍ତନ ସମ୍ଭବ। ହେଲେ କର୍ତ୍ତବ୍ୟ ନିଷ୍ଠା ରହିଲେ ପୁଣି ଷ୍ଟାଣ୍ଡଅପ୍‌ ହୋଇପାରିବ ବୋଲି ଗଣେଶ୍ୱର କହିଛନ୍ତି। ବିଜେଡି-କଂଗ୍ରେସ ଭାଇ ଭାଇ, ପ୍ରଶ୍ନର ଉତ୍ତରରେ ଗଣେଶ୍ୱର […] The post ‘ମୁଁ ଭାବିଥିଲି ସରକାରୀ ଦଳରେ ରହିବି, ହେଲେ ଈଶ୍ୱରଙ୍କ ଇଚ୍ଛା…’ : ଗଣେଶ୍ୱର ବେହେରା appeared first on Dharitri Odia News.

‘ମୁଁ ଭାବିଥିଲି ସରକାରୀ ଦଳରେ ରହିବି, ହେଲେ ଈଶ୍ୱରଙ୍କ ଇଚ୍ଛା…’ : ଗଣେଶ୍ୱର ବେହେରା

ଭୁବନେଶ୍ୱର,୨୦ା୬: କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ବିଜେଡିର ପରାଜୟକୁ ଅନ୍ତରରୁ ସ୍ବୀକାର କରିପାରୁ ନାହାନ୍ତି। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଗୋପବନ୍ଧୁଙ୍କ କଥା ଅକ୍ଷରେ ଅକ୍ଷରେ ସତ ହେଲା। ସେ ଭାବୁଥିଲେ ସରକାରୀ ଦଳରେ ରହିବେ। ହେଲେ ଈଶ୍ୱରଙ୍କ ଇଚ୍ଛା ବିରୋଧୀ ଦଳରେ ବସିବା। ଏହାହିଁ ହେଲା। ଗଣତନ୍ତ୍ରରେ ପରିବର୍ତ୍ତନ ସମ୍ଭବ। ହେଲେ କର୍ତ୍ତବ୍ୟ ନିଷ୍ଠା ରହିଲେ ପୁଣି ଷ୍ଟାଣ୍ଡଅପ୍‌ ହୋଇପାରିବ ବୋଲି ଗଣେଶ୍ୱର କହିଛନ୍ତି।

ବିଜେଡି-କଂଗ୍ରେସ ଭାଇ ଭାଇ, ପ୍ରଶ୍ନର ଉତ୍ତରରେ ଗଣେଶ୍ୱର କହିଥିଲେ, ଏହା ଆସୁଛି କେଉଁଠୁ ମୁଁ ଜାଣିନାହିଁ। ହେଲେ ଏହା ସତ ଯେ, ବିଜେଡି ବି ବିରେଧୀ ଦଳରେ କଂଗ୍ରେସ ବି ବିରୋଧୀ ଦଳରେ। ବିରୋଧୀ ଦଳ ମଧ୍ୟରେ ସମନ୍ବୟ ରକ୍ଷା ହେଲେ ଗଣତନ୍ତ୍ର ସୃଦୁଢ ହୋଇପାରିବ ବୋଲି ସେ କହିଛନ୍ତି। ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ହେବେ ସେ ସ୍ବପ୍ନ ନ ଥିଲା ବୋଲି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ପ୍ରକାଶ କରିଛନ୍ତି।

The post ‘ମୁଁ ଭାବିଥିଲି ସରକାରୀ ଦଳରେ ରହିବି, ହେଲେ ଈଶ୍ୱରଙ୍କ ଇଚ୍ଛା…’ : ଗଣେଶ୍ୱର ବେହେରା appeared first on Dharitri Odia News.