ମୁଖ୍ୟ ଶାସନ ସଚିବଙ୍କ ଚିଠି ସରକାରଙ୍କ ବିଫଳତାକୁ ପଦାରେ ପକାଇଲା : ବିଜେଡି

ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗତକାଲି ଜାରି କରାଯାଇଥିବା ଚିଠିରେ ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପାଇଁ ଚାପ ନପକାଇବା ପାଇଁ ଦିଆଯାଇଥିବା ଚେତାବନୀକୁ ବିଜୁ ଜନତା ଦଳ ତରଫରୁ ସରକାର ଓ ସରକାରୀ ଦଳର ବିଫଳତା ପଦାରେ ପଡିଲା ବୋଲି କୁହାଯାଇଛି। ବିଜୁ ଜନତା ଦଳର ମୁଖପାତ୍ର  ଭୃଗୁ ବକ୍ସିପାତ୍ର ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି, ମୁଖ୍ୟ ସାଶନ ସଚିବଙ୍କ ଚିଠି ସ୍ପଷ୍ଟ କରୁଛି ଯେ ବଡ଼ ବଡ଼ କଥା କହି […]

ମୁଖ୍ୟ ଶାସନ ସଚିବଙ୍କ ଚିଠି ସରକାରଙ୍କ ବିଫଳତାକୁ ପଦାରେ ପକାଇଲା : ବିଜେଡି
Chief Secretary's letter exposes government's failure

ଭୁବନେଶ୍ୱର : ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗତକାଲି ଜାରି କରାଯାଇଥିବା ଚିଠିରେ ସରକାରୀ କର୍ମଚାରୀ ମାନେ ବଦଳି-ନିଯୁକ୍ତି ପାଇଁ ଚାପ ନପକାଇବା ପାଇଁ ଦିଆଯାଇଥିବା ଚେତାବନୀକୁ ବିଜୁ ଜନତା ଦଳ ତରଫରୁ ସରକାର ଓ ସରକାରୀ ଦଳର ବିଫଳତା ପଦାରେ ପଡିଲା ବୋଲି କୁହାଯାଇଛି। ବିଜୁ ଜନତା ଦଳର ମୁଖପାତ୍ର  ଭୃଗୁ ବକ୍ସିପାତ୍ର ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି, ମୁଖ୍ୟ ସାଶନ ସଚିବଙ୍କ ଚିଠି ସ୍ପଷ୍ଟ କରୁଛି ଯେ ବଡ଼ ବଡ଼ କଥା କହି କ୍ଷମତାକୁ ଆସିଥିବା ବିଜେପି ସରକାର ଚଳେଇ ପାରୁନାହିଁ।

ଶ୍ରୀ ବକ୍ସିପାତ୍ର କହିଥିଲେ, ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଚିଠି ବୋଧହୁଏ ଇତିହାସରେ ପ୍ରଥମ। ସରକାରୀ କର୍ମଚାରୀ ମାନେ ନିଜ ପସନ୍ଦର ପୋଷ୍ଟିଙ୍ଗ ପାଇବା ପାଇଁ ବାହ୍ୟ ଚାପ ପ୍ରୟୋଗ ନକରିବା ଲାଗି ଚେଷ୍ଟା ନକରିବା ପାଇଁ ଚେତାବନୀ ଦେଉଥିବା ଏହି ଚିଠି ସ୍ପଷ୍ଟ କରୁଛି ଯେ ସରକାରୀ କର୍ମଚାରୀ ମାନେ ପସନ୍ଦ ପୋଷ୍ଟିଙ୍ଗ ପାଇବା ପାଇଁ ବାହ୍ୟ ଚାପ ପ୍ରୟୋଗ କରୁଛନ୍ତି, ଯାହା ଦୁର୍ନୀତିର ସ୍ପଷ୍ଟ ଗନ୍ଧ ବାରି ହେଉଛି। ଏଠାରେ ପ୍ରଶ୍ନ ଉଠେ, ଏହି ବାହ୍ୟ ଚାପଟା କ’ଣ ଓ କେଉଁଠୁ ଆସୁଛି, ତାହା ସ୍ପଷ୍ଟ ହେବା ଦରକାର। ଏ କିଭଳି ଏକ ଚାପ ଯାହା ସରକାରଙ୍କୁ ଅଡୁଆରେ ପକାଉଛି ଓ ସରକାର ଏହାକୁ ପ୍ରତିହତ କରିପାରୁ ନାହାନ୍ତି। ସେ କହିଥିଲେ, ରୁଲ ୨୩ ଅଫ ସର୍ଭିସ୍‌ କଣ୍ଡକ୍ଟ ରୁଲ୍‌ର ଏହା ବ୍ୟତିକ୍ରମ ବୋଲି ଦର୍ଶାଯିବା ସହ ଏହି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। କିନ୍ତୁ ଆମର ପ୍ରଶ୍ନ ହେଉଛି, ଯଦି ଏଭଳି ନିୟମ ଉଲ୍ଲଙ୍ଘନ ହେଇଛି, ତାହେଲେ କେବଳ ଚେତାବନୀ କାହିଁକି, କାର୍ଯ୍ୟାନୁଷ୍ଠାନ ନେବାରେ ଅସୁବିଧା କେଉଁଠି?

ସରକାରୀ ଦଳର ଜଣେ ବରିଷ୍ଠ ବିଧାୟକ ମଧ୍ୟ ସ୍ୱୀକାର କରିଛନ୍ତି ଯେ ରାଜନେତା ମାନେ ନିଜ ପସନ୍ଦର ଅଫିସର ମାନଙ୍କ ପୋଷ୍ଟିଙ୍ଗ ଚାହିଁଥାନ୍ତି। କେଉଁଠି ନା କେଉଁଠି ସରକାରୀ ଦଳର ଭୂମିକା ଏହି ଚିଠି ସହିତ ଜଡିତ ହୋଇଥିବା ବେଳେ, ସରକାରଙ୍କ ଅସହାୟତା ସ୍ପଷ୍ଟ ଦିଶୁଛି ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ।