ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ମିଳିଲା ହତ୍ୟା ଧମକ

ଚଣ୍ଡିଗଡ,୧୬।୧: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଆତଙ୍କବାଦୀ ପନ୍ନୁ ଏକ ନୂତନ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ତାଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି। ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସରେ ମାହୋଲ ନଷ୍ଟ କରିବାକୁ ଖାଲିସ୍ତାନୀ ଆତଙ୍କବାଦୀ ଧମକ ଦେଇଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପଞ୍ଜାବ ପୋଲିସର ଉଦ୍ୟମକୁ ଖାଲିସ୍ତାନୀ ଆତଙ୍କବାଦୀ ସମାଲୋଚନା କରିଛନ୍ତି। ବାସ୍ତବରେ […] The post ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ମିଳିଲା ହତ୍ୟା ଧମକ appeared first on Dharitri Odia News.

ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ମିଳିଲା ହତ୍ୟା ଧମକ

ଚଣ୍ଡିଗଡ,୧୬।୧: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଆତଙ୍କବାଦୀ ପନ୍ନୁ ଏକ ନୂତନ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ତାଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି। ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସରେ ମାହୋଲ ନଷ୍ଟ କରିବାକୁ ଖାଲିସ୍ତାନୀ ଆତଙ୍କବାଦୀ ଧମକ ଦେଇଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପଞ୍ଜାବ ପୋଲିସର ଉଦ୍ୟମକୁ ଖାଲିସ୍ତାନୀ ଆତଙ୍କବାଦୀ ସମାଲୋଚନା କରିଛନ୍ତି। ବାସ୍ତବରେ ପନ୍ନୁ ପଞ୍ଜାବରେ ହୋଇଥିବା ଏନକାଉଣ୍ଟର ବିଷୟରେ କହୁଥିଲେ। ଏହା ସହିତ ପନ୍ନୁ ପଞ୍ଜାବର ଗ୍ୟାଙ୍ଗଷ୍ଟରମାନଙ୍କୁ ଭିଡିଓରେ ତାଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି।

The post ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ମିଳିଲା ହତ୍ୟା ଧମକ appeared first on Dharitri Odia News.