ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଧରିଲେ ଦିବ୍ୟାଙ୍ଗ : ଅଭିଯୋଗ ପ୍ରକୋଷ୍ଠ ଶୁଣାଣି ବେଳେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ

କନକବ୍ୟୁରୋ : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଧରିଲେ ଦିବ୍ୟାଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ନିଜର ଅଭିଯୋଗ ଜଣାଇବା ପାଇଁ ବାଲେଶ୍ବରରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଧାଇଁ ଆସିଛନ୍ତି ଏହି ବ୍ୟକ୍ତି ଜଣକ । ଘରେ ଭାଇ ମାନେ ଚାକିରି କରୁଛନ୍ତି ।  କିନ୍ତୁ ବାପା ବଞ୍ଚିଥିବା ସମୟରେ ତାଙ୍କୁ ମତେଇ ସବୁ ସମ୍ପତ୍ତି ତାଙ୍କ ନାଁରେ କରିନେବା ସହିତ ଘରୁ ବାହାର କରିଦେଇଥିବା କହିଛନ୍ତି । ଏବେ ତିନି ବଢିଲା  ଝିଅଙ୍କୁ ନେଇ ପାଲ ଟାଣି ରହୁଥିବା ଅଭିଯୋଗ କରି  ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେଇଛନ୍ତି । ନିଜର ଅଭିଯୋଗ କହିବା ସମୟରେ ଛଳ ଛଳ ଆଖିରେ ଭାବବିହ୍ୱଳ ହୋଇ ପଡ଼ି ନ୍ୟାୟ ଭିକ୍ଷା କରିଛନ୍ତି ଦିବ୍ୟାଙ୍ଗ ଜଣକ ।    

ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଧରିଲେ ଦିବ୍ୟାଙ୍ଗ : ଅଭିଯୋଗ ପ୍ରକୋଷ୍ଠ ଶୁଣାଣି ବେଳେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ

କନକବ୍ୟୁରୋ : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ଧରିଲେ ଦିବ୍ୟାଙ୍ଗ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । ନିଜର ଅଭିଯୋଗ ଜଣାଇବା ପାଇଁ ବାଲେଶ୍ବରରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଧାଇଁ ଆସିଛନ୍ତି ଏହି ବ୍ୟକ୍ତି ଜଣକ । ଘରେ ଭାଇ ମାନେ ଚାକିରି କରୁଛନ୍ତି । 

କିନ୍ତୁ ବାପା ବଞ୍ଚିଥିବା ସମୟରେ ତାଙ୍କୁ ମତେଇ ସବୁ ସମ୍ପତ୍ତି ତାଙ୍କ ନାଁରେ କରିନେବା ସହିତ ଘରୁ ବାହାର କରିଦେଇଥିବା କହିଛନ୍ତି । ଏବେ ତିନି ବଢିଲା  ଝିଅଙ୍କୁ ନେଇ ପାଲ ଟାଣି ରହୁଥିବା ଅଭିଯୋଗ କରି  ମୁଖ୍ୟମନ୍ତ୍ରୀଙ୍କ ଦ୍ବାରସ୍ଥ ହେଇଛନ୍ତି । ନିଜର ଅଭିଯୋଗ କହିବା ସମୟରେ ଛଳ ଛଳ ଆଖିରେ ଭାବବିହ୍ୱଳ ହୋଇ ପଡ଼ି ନ୍ୟାୟ ଭିକ୍ଷା କରିଛନ୍ତି ଦିବ୍ୟାଙ୍ଗ ଜଣକ ।