ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେଲା ‘ମହୁରି’ର ଶାରଦୀୟ ବିଶେଷାଙ୍କ

କଳାହାଣ୍ଡି,୦୨/୧୦- ଓଡ଼ିଆ ସାହିତ୍ୟ ଜଗତର ଚର୍ଚ୍ଚିତ ସାହିତ୍ୟ ପତ୍ରିକା କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ‘ମହୁରି’ ଏ ବର୍ଷର ଶାରଦୀୟ ବିଶେଷାଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଭବାନୀପାଟଣାରୁ ନିୟମିତ ପ୍ରକାଶ ପାଉଥିବା ଏହି ସମ୍ଭ୍ରାନ୍ତ ପତ୍ରିକା ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ମହୁରିର ମୁଖ୍ୟ ସମ୍ପାଦକ ଡ. ଭବାନୀ ଶଙ୍କର ନିଆଲ, ସମ୍ପାଦକ ସୁକାନ୍ତ ସାହୁ ଉପସ୍ଥିତ […] The post ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେଲା ‘ମହୁରି’ର ଶାରଦୀୟ ବିଶେଷାଙ୍କ appeared first on Odisha.News.

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେଲା ‘ମହୁରି’ର ଶାରଦୀୟ ବିଶେଷାଙ୍କ

କଳାହାଣ୍ଡି,୦୨/୧୦- ଓଡ଼ିଆ ସାହିତ୍ୟ ଜଗତର ଚର୍ଚ୍ଚିତ ସାହିତ୍ୟ ପତ୍ରିକା କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ‘ମହୁରି’ ଏ ବର୍ଷର ଶାରଦୀୟ ବିଶେଷାଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଭବାନୀପାଟଣାରୁ ନିୟମିତ ପ୍ରକାଶ ପାଉଥିବା ଏହି ସମ୍ଭ୍ରାନ୍ତ ପତ୍ରିକା ଆଜି ରାଜଧାନୀ ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ମହୁରିର ମୁଖ୍ୟ ସମ୍ପାଦକ ଡ. ଭବାନୀ ଶଙ୍କର ନିଆଲ, ସମ୍ପାଦକ ସୁକାନ୍ତ ସାହୁ ଉପସ୍ଥିତ ଥିଲେ। ଗତ ୨୦୦୮ ମସିହାରେ ଆତ୍ମପ୍ରକାଶ କରିଥିବା ମହୁରି ଓଡ଼ିଆ ସାହିତ୍ୟ ଜଗତରେ ଏକ ଆଲୋଡନ ସୃଷ୍ଟି କରିଆସିଛି। ସାହିତ୍ୟ ସହିତ ଓଡ଼ିଆ ଅସ୍ମିତା ରକ୍ଷା କରିବାରେ ମହୁରି ବେଶ ଉଦ୍ୟମ କରିଆସିଛି। ଆଜି ମହୁରି ଏକ ସାହିତ୍ୟ ଆନ୍ଦୋଳନ ରୂପରେ ଉଭା ହୋଇଥିବାବେଳେ ବିଭିନ୍ନ ବର୍ଗର କବି, ଲେଖକ, ପାଠକ, ବୁଦ୍ଧିଜୀବୀଙ୍କ ପାଇଁ ନୂଆ ନୂଆ ସୁଯୋଗ ଓ ନୂତନ ଆହ୍ୱାନ ସୃଷ୍ଟି କରିଛି। ଆଜିର ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଳାହାଣ୍ଡି ମାଟି ତଥା ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ମହୁରି ଅଗ୍ରଣୀ ଭୂମିକା ନିର୍ବାହ କରୁଛି ବୋଲି କହିବା ସହିତ ତାଙ୍କ ସରକାର ଓଡ଼ିଆ ଅସ୍ମିତା ରକ୍ଷା କରିବା ଦିଗରେ ସର୍ବଦା ଚେଷ୍ଟିତ ବୋଲି କହିଥିଲେ। ସୂଚନାଯୋଗ୍ୟ, ଗତ ଷୋହଳ ବର୍ଷ ଧରି ନିରବଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ମହୁରିର ଏହି ସଂଖ୍ୟାରେ ଦୁଇଶହରୁ ଅଧିକ ଲେଖକଙ୍କ ଲେଖା ସ୍ଥାନ ପାଇଛି। ଏବଂ ଏହା ପାଠକ ମହଲରେ ବେଶ ଆଦୃତ ହେବ ବୋଲି ମହୁରିର ସମ୍ପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେଲା ‘ମହୁରି’ର ଶାରଦୀୟ ବିଶେଷାଙ୍କ appeared first on Odisha.News.