ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅନୁରୋଧ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଲେ ଏହି ଦାବି
ଭୁବନେଶ୍ୱର,୧୭।୯: ରାଞ୍ଚିର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ମାମଲାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି। ରାଞ୍ଚିର ୧୯ ବର୍ଷ ବୟସରେ ଅଭିଷେକ ରବିଙ୍କ ମୃତ୍ୟୁକୁ ସମବେଦନା ଜଣାଇ ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ ମୃତ୍ୟୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏକ୍ସ’ରେ ଏକ ପୋଷ୍ଟ କରି ସୋରେନ୍ […] The post ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅନୁରୋଧ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଲେ ଏହି ଦାବି appeared first on Dharitri Odia News.
ଭୁବନେଶ୍ୱର,୧୭।୯: ରାଞ୍ଚିର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ମାମଲାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି।
ରାଞ୍ଚିର ୧୯ ବର୍ଷ ବୟସରେ ଅଭିଷେକ ରବିଙ୍କ ମୃତ୍ୟୁକୁ ସମବେଦନା ଜଣାଇ ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ ମୃତ୍ୟୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏକ୍ସ’ରେ ଏକ ପୋଷ୍ଟ କରି ସୋରେନ୍ ଶୋକସନ୍ତପ୍ତ ପରିବାର ପ୍ରତି ଦୁଃଖ ପ୍ରକାଶ କରିଛନ୍ତି କରିଛନ୍ତି।
ଇଞ୍ଜିନିୟରିଂ ପ୍ରଥମ ବର୍ଷର ଛାତ୍ର ରବିଙ୍କୁ ସେପ୍ଟେମ୍ବର ୧୩ ରେ କଲେଜ ହଷ୍ଟେଲରେ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ତେବେ ରାଞ୍ଚିରୁ ଆସିଥିବା ଛାତ୍ରଙ୍କ ପରିବାର ସଦସ୍ୟ ତାଙ୍କ ମୃତ୍ୟୁ ପଛରେ ର୍ୟାଗିଂ ମୁଖ୍ୟ କାରଣ ବୋଲି ଅଭିଯୋଗ କରିଛନ୍ତି।
ତେବେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଆଇନ ଅନୁଯାୟୀ ତଦନ୍ତ କରାଯିବ।
The post ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅନୁରୋଧ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କଲେ ଏହି ଦାବି appeared first on Dharitri Odia News.