ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବାଥୁଡି ସମ୍ପ୍ରଦାୟର ୩ ବିଧାୟକ

ପାଟଣା,୨୧।୬(ବୀର କିଶୋର ଦାଶ): ଭୁବନେଶ୍ୱର ଷ୍ଟେଟ ଗେଷ୍ଟ ହାଉସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାଜପାର ନବନିର୍ବାଚିତ ୩ ବାଥୁଡି ସମ୍ପ୍ରଦାୟର ବିଧାୟକ ଭେଟି ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଭାଜପାର ବାଥୁଡ଼ି ସମ୍ପ୍ରଦାୟରୁ ପଞ୍ଚଦଶ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ତେଲକୋଇ ବିଧାୟକ ଡକ୍ଟର ଫକିର ମୋହନ ନାଏକ, ମୟୂରଭଞ୍ଜ ଜିଲା ଉଦଳା ବିଧାୟକ ଭାସ୍କର ମଢେଇ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ […] The post ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବାଥୁଡି ସମ୍ପ୍ରଦାୟର ୩ ବିଧାୟକ appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବାଥୁଡି ସମ୍ପ୍ରଦାୟର ୩ ବିଧାୟକ

ପାଟଣା,୨୧।୬(ବୀର କିଶୋର ଦାଶ): ଭୁବନେଶ୍ୱର ଷ୍ଟେଟ ଗେଷ୍ଟ ହାଉସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭାଜପାର ନବନିର୍ବାଚିତ ୩ ବାଥୁଡି ସମ୍ପ୍ରଦାୟର ବିଧାୟକ ଭେଟି ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ଭାଜପା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଭାଜପାର ବାଥୁଡ଼ି ସମ୍ପ୍ରଦାୟରୁ ପଞ୍ଚଦଶ ବିଧାନସଭାକୁ ପ୍ରତିନିଧିତ୍ୱ କରୁଥିବା ତେଲକୋଇ ବିଧାୟକ ଡକ୍ଟର ଫକିର ମୋହନ ନାଏକ, ମୟୂରଭଞ୍ଜ ଜିଲା ଉଦଳା ବିଧାୟକ ଭାସ୍କର ମଢେଇ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲ।

ଏନେଇ ନେଇ ବିଧାୟକ ଅଖିଳଙ୍କୁ ପଚାରିବାରୁ ବାଥୁଡ଼ି ସମ୍ପ୍ରଦାୟରୁ ନିର୍ବାଚିତ ହୋଇଥିବା ୩ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଛା ଜଣାଇଛୁ। ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତକାର ଥିଲା ବୋଲି ସେ କହିଛନ୍ତି।

The post ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ବାଥୁଡି ସମ୍ପ୍ରଦାୟର ୩ ବିଧାୟକ appeared first on Dharitri Odia News.