ମୁଖ୍ୟମନ୍ତ୍ରୀଙ୍କୁ ଲାଗିପାରେ ବଡ଼ ଝଟକା, ବିରୋଧୀ ଦଳକୁ ଯିବେ ୬ ବିଧାୟକ!

ମୁମ଼୍ବାଇ, ୭ା୬: ଲୋକସଭା ନିର୍ବାଚନ ଫଳ ଆସିବା ପରେ ମହାରାଷ୍ଟ୍ରର ରାନଜନୈତିକ ସ୍ଥିତି ସରଗରମ ହୋଇଛି। ବର୍ତ୍ତମାନର ଶାସନରେ ଥିବା ଶିନ୍ଦେ ଦଳକୁ ହାର୍‌ର ସାମ୍ନା କରିବାକୁ ପଡ଼ିଛି। ପୂର୍ବରୁ ଶିନ୍ଦେ ଗୋଷ୍ଠୀ ଅଧୀନରେ ରହିଥିବା ଆସନ ମଧ୍ୟ ଚଳିତ ନିର୍ବାଚନରେ ଦଳକୁ ହରାଇବାକୁ ପିଡ଼ିଛି। ମାତ୍ର ୭ଟି ଆସନରେ ଦଳ ବିଜୟୀ ଲାଭ କରିଛି। ହେଲେ ଏହାରି ମଧ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଶିନ୍ଦେ ଗୋଷ୍ଠୀର କିଛି ବିଧାୟକ ଦଳ ବଦଳ କରିବାକୁ ଯୋଜନା କରୁଥିବା […] The post ମୁଖ୍ୟମନ୍ତ୍ରୀଙ୍କୁ ଲାଗିପାରେ ବଡ଼ ଝଟକା, ବିରୋଧୀ ଦଳକୁ ଯିବେ ୬ ବିଧାୟକ! appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କୁ ଲାଗିପାରେ ବଡ଼ ଝଟକା, ବିରୋଧୀ ଦଳକୁ ଯିବେ ୬ ବିଧାୟକ!

ମୁମ଼୍ବାଇ, ୭ା୬: ଲୋକସଭା ନିର୍ବାଚନ ଫଳ ଆସିବା ପରେ ମହାରାଷ୍ଟ୍ରର ରାନଜନୈତିକ ସ୍ଥିତି ସରଗରମ ହୋଇଛି। ବର୍ତ୍ତମାନର ଶାସନରେ ଥିବା ଶିନ୍ଦେ ଦଳକୁ ହାର୍‌ର ସାମ୍ନା କରିବାକୁ ପଡ଼ିଛି। ପୂର୍ବରୁ ଶିନ୍ଦେ ଗୋଷ୍ଠୀ ଅଧୀନରେ ରହିଥିବା ଆସନ ମଧ୍ୟ ଚଳିତ ନିର୍ବାଚନରେ ଦଳକୁ ହରାଇବାକୁ ପିଡ଼ିଛି। ମାତ୍ର ୭ଟି ଆସନରେ ଦଳ ବିଜୟୀ ଲାଭ କରିଛି। ହେଲେ ଏହାରି ମଧ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଶିନ୍ଦେ ଗୋଷ୍ଠୀର କିଛି ବିଧାୟକ ଦଳ ବଦଳ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ ୬ ବିଧାୟକ ଉଦ୍ଧବ ଠାକ୍‌ରେଙ୍କ ସଂପର୍କରେ ରହିଥିବା ବେଳେ ଏମାନେ ଉଦ୍ଧବ ଗୋଷ୍ଠୀରେ ସାମିଲ୍‌ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ଉଦ୍ଧବ ଶିବସେନାର ମୁଖ୍ୟ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ରଣନୀତି ବଦଳାଉଥିବା ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ବସିଥିବା ଇଣ୍ଡିଆ ମେଣ୍ଟର ବୈଠକରେ ଉଦ୍ଧବ ସାମିଲ୍‌ ହେବେ ନାହିଁ ବୋଲି ଜଣାପଡ଼ିଥିଲା।

ଅନ୍ୟପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ଇସ୍ତଫା ଦେବାକୁ ଚାହୁଁଛନ୍ତି। ୨୦୧୪ରୁ ୨୦୧୯ ଯାଏ ଶୀର୍ଷ ପଦବୀରେ ଅବସ୍ଥାପିତ ହୋଇଥିବା ବରିଷ୍ଠ ଭାଜପା ନେତା ସରକାରୀ ଦାୟିତ୍ୱରୁ ମୁକ୍ତ କରିବାକୁ ଶୀର୍ଷ ନେତୃବନ୍ଦଙ୍କୁ ଅନୁରୋଧ କରିଛନ୍ତି। ତାଙ୍କୁ ଦଳ ପାଇଁ ବାହାରୁ କାମ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନରେ ରାଜ୍ୟରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଫଡନାଭିସ୍‌ ଇସ୍ତଫା ଦେବାକୁ ଚାହୁଁଛନ୍ତି। ୨୦୧୯ରେ ତାଙ୍କ ଦଳ ମହାରାଷ୍ଟ୍ରର ୪୮ ଆସନରୁ ୨୩ରେ ଜିତିଥିଲା। ହେଲେ ଚଳିତ ବର୍ଷ ଏହା ୯ରେ ସୀମିତ ରହିଛି।

 

The post ମୁଖ୍ୟମନ୍ତ୍ରୀଙ୍କୁ ଲାଗିପାରେ ବଡ଼ ଝଟକା, ବିରୋଧୀ ଦଳକୁ ଯିବେ ୬ ବିଧାୟକ! appeared first on Dharitri Odia News.